ଅସ୍ତରଙ୍ଗ ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣା:୨ ଅଭିଯୁକ୍ତଙ୍କୁ ଆଜି ପୁଣି କୋର୍ଟରେ ହାଜର କରିବ କ୍ରାଇମବ୍ରାଞ୍ଚ

କଟକ: ଅସ୍ତରଙ୍ଗ ଦିନଡିଆଁ ହତ୍ୟା ମାମଲାରେ ଆଜି ୨ ମୁଖ୍ୟ ଅଭିଯୁକ୍ତଙ୍କୁ ପୁଣି ଥରେ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରାଯିବ। ଆଜି ସେମାନଙ୍କ ରିମାଣ୍ଡ ଅବଧି ଶେଷ ହେଉଥିବାରୁ ପୁଣି ଥରେ ରିମାଣ୍ଡ ଆବେଦନ କରିବ କ୍ରାଇମବ୍ରାଞ୍ଚ। ଆଉ ୬ ଦିନ ରିମାଣ୍ଡ ଲାଗି ଆବେଦନ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି।
ସୂଚନାଯୋଗ୍ୟ, ଗତ ୧୦ ତାରିଖରେ ଏହି ଦୁଇ ଅଭିଯୁକ୍ତଙ୍କୁ ନିମାପଡା ଜେଏମଏଫସି କୋର୍ଟରେ କ୍ରାଇମବ୍ରାଞ୍ଚ ହାଜର କରିଥିଲା।