Advertisment

ଅସ୍ତରଙ୍ଗ ଦିନାଡିଆଁ ହତ୍ୟାକାଣ୍ଡ: କୋର୍ଟରେ ହାଜର ହେବେ ଦୁଇ ଅଭିଯୁକ୍ତ, ପୁଣି ରିମାଣ୍ଡରେ ନେବାକୁ ଆବେଦନ କରିବ କ୍ରାଇମବ୍ରାଞ୍ଚ

ପୁରୀ: ଅସ୍ତରଙ୍ଗ ଦିନାଡିଆଁ ହତ୍ୟାକାଣ୍ଡରେ ଗିରଫ ହୋଇ ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତ ହିମାଦ୍ରୀ ଓ ତାଙ୍କ ସ୍ତ୍ରୀ ଆଇସାଙ୍କ ରିମାଣ୍ଡ ଅବଧି ଆଜି ପୁରୁଛି। କ୍ରାଇମବ୍ରାଞ୍ଚ ଆଜି ଉଭୟଙ୍କୁ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରିବା ସହ ପୁଣିଥରେ ୬ଦିନ ଲାଗି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯ ତାରିଖରେ ଆସାମର ଚିଲଚର ଅଞ୍ଚଳରୁ ଏହି ଦମ୍ପତି ହିମାଦ୍ରୀ ଓ ଆଇସାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ […]

ଅସ୍ତରଙ୍ଗ ଦିନାଡିଆଁ ହତ୍ୟା ଘଟଣା: ଅଭିଯୁକ୍ତ ଦମ୍ପତ୍ତିଙ୍କୁ ପୁଣି ୬ଦିନ ରିମାଣ୍ଡରେ ନେଲା କ୍ରାଇମବ୍ରାଞ୍ଚ, ମୃତ ଦୀନବନ୍ଧୁଙ୍କ ସଢୁ ଗିରଫ

murder

Advertisment

ପୁରୀ: ଅସ୍ତରଙ୍ଗ ଦିନାଡିଆଁ ହତ୍ୟାକାଣ୍ଡରେ ଗିରଫ ହୋଇ ରିମାଣ୍ଡରେ ଥିବା ଦୁଇ ଅଭିଯୁକ୍ତ ହିମାଦ୍ରୀ ଓ ତାଙ୍କ ସ୍ତ୍ରୀ ଆଇସାଙ୍କ ରିମାଣ୍ଡ ଅବଧି ଆଜି ପୁରୁଛି। କ୍ରାଇମବ୍ରାଞ୍ଚ ଆଜି ଉଭୟଙ୍କୁ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରିବା ସହ ପୁଣିଥରେ ୬ଦିନ ଲାଗି ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କ୍ରାଇମବ୍ରାଞ୍ଚ ମୁଖ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି । ଗତ ୯ ତାରିଖରେ ଆସାମର ଚିଲଚର ଅଞ୍ଚଳରୁ ଏହି ଦମ୍ପତି ହିମାଦ୍ରୀ ଓ ଆଇସାଙ୍କୁ କ୍ରାଇମବ୍ରାଞ୍ଚ ଗିରଫ କରିଥିଲା। ଏହାର ଦିନକ ପରେ ୧୦ତାରିଖ ଦିନ କ୍ରାଇମବ୍ରାଞ୍ଚ ଉଭୟ ଅଭିଯୁକ୍ତଙ୍କୁ ନିମାପଡ଼ା ଜେଏମଏଫସିରେ ହାଜର କରିବା ସହ ୧୦ଦିନିଆ ରିମାଣ୍ଡ ପାଇଁ ଆବେଦନ କରିଥିଲା। ମାତ୍ର ଜେଏମଏଫସି କ୍ରାଇମବ୍ରାଞ୍ଚକୁ ୪ଦିନିଆ ରିମାଣ୍ଡର ଅନୁମତି ଦେଇଥିଲେ। ତେବେ ଏହି ୪ଦିନର ଜେରା ଭିତରେ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ହାସଲ ହୋଇଛି। ଆଉ କିଛି ତଥ୍ୟ ହାସଲ ପାଇଁ କ୍ରାଇମବ୍ରାଞ୍ଚ ପୁଣି ଥରେ ୬ଦିନିଆ ରିମାଣ୍ଡ ପାଇଁ ଆବେଦନ କରିବ ବୋଲି କ୍ରାଇମବ୍ରାଞ୍ଚ ପକ୍ଷରୁ ସୂଚନା ଦିଆଯାଇଥିଲା। ଆଜି ଅପରାହ୍ନରେ ଉଭୟଙ୍କୁ କ୍ରାଇମବ୍ରାଞ୍ଚ ନିମାପଡ଼ା ଜେଏମଏଫସି କୋର୍ଟରେ ହାଜର କରାଯିବ ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe