Advertisment

ଅସ୍ତରଙ୍ଗ ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣା: ଆସାମରୁ ଅଭିଯୁକ୍ତ ଦମ୍ପତି ଗିରଫ

ପୁରୀ: ଅସ୍ତରଙ୍ଗ ନଗର ଦିନଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା। ସେ କହିଛନ୍ତି, ଲୁଟ ଲାଗି ହୋଇଥିଲା ଏହି ହତ୍ୟାକାଣ୍ଡ। ଗିରଫ ଅଭିଯୁକ୍ତମାନେ ହେଲେ ହିମାଦ୍ରି ଶେଖର ଦାସ ଓରଫ ରହିମ ଖାଁ ଏବଂ ତାଙ୍କ ପତ୍ନୀ […]

ଅଦ୍ୟତନ ହୋଇଛି
ଅସ୍ତରଙ୍ଗ ଦିନଡିଆଁରେ ୪ ଜଣଙ୍କୁ ହତ୍ୟା ଘଟଣା: ଆସାମରୁ ଅଭିଯୁକ୍ତ ଦମ୍ପତି ଗିରଫ

astaganga

Advertisment

ପୁରୀ: ଅସ୍ତରଙ୍ଗ ନଗର ଦିନଡିଆଁ ଗାଁରେ ଅବସରପ୍ରାପ୍ତ ଡିଆଇ ଦୀନବନ୍ଧୁ ମଲ୍ଲିକ, ତାଙ୍କ ପତ୍ନୀ ଓ ଦୁଇ ନାବାଳିକା ଝିଅଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଅଭିଯୋଗରେ ଏକ ଦମ୍ପତିଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚ। ଆଜି ଅପରାହ୍ନରେ ଏକ ସାମ୍ବାଦିକ ସମ୍ମିଳନୀରେ ଏହି ସୂଚନା ଦେଇଛନ୍ତି କ୍ରାଇମବ୍ରାଞ୍ଚ ଏଡିଜି ବି.କେ. ଶର୍ମା। ସେ କହିଛନ୍ତି, ଲୁଟ ଲାଗି ହୋଇଥିଲା ଏହି ହତ୍ୟାକାଣ୍ଡ। ଗିରଫ ଅଭିଯୁକ୍ତମାନେ ହେଲେ ହିମାଦ୍ରି ଶେଖର ଦାସ ଓରଫ ରହିମ ଖାଁ ଏବଂ ତାଙ୍କ ପତ୍ନୀ ଆୟଶା ବେଗମ। ଏମାନଙ୍କ ଘର ପଶ୍ଚିମବଙ୍ଗର ମିଦନାପୁର ଅଞ୍ଚଳରେ। ଏମାନଙ୍କୁ କ୍ରାଇମବ୍ରାଞ୍ଚ ଆସାମର ସିଲଚର ଆଇଲାଖଣ୍ଡିରୁ ଗିରଫ କରିଥିଲା। ଏ ଅଞ୍ଚଳଟି ବାଂଲାଦେଶ ସୀମା ପାଖାପାଖି। ସ୍ଥାନୀୟ ମାଜିଷ୍ଟ୍ରେଟଙ୍କ ପାଖରେ ହାଜର କରିବା ପରେ କ୍ରାଇମବ୍ରାଞ୍ଚ ଉଭୟଙ୍କୁ ଟ୍ରାନଜିଟ ରିମାଣ୍ଡରେ ଆଣିଛି।

Advertisment

ବି.କେ ଶର୍ମା କହିଛନ୍ତି, ଦୀନବନ୍ଧୁଙ୍କ ଜଣେ ସମ୍ପର୍କୀୟଙ୍କ ଜରିଆରେ ଏହି ଦମ୍ପତିଙ୍କ ସହିତ ତାଙ୍କର ଓ ତାଙ୍କ ପରିବାରର ପରିଚୟ ହୋଇଥିଲା । ସେମାନେ ବହୁ ସମୟରେ ଦୀନବନ୍ଧୁଙ୍କ ଘରକୁ ଯିବା ଆସିବା କରୁଥିଲେ। ଦୀନବନ୍ଧୁଙ୍କର ଆର୍ଥିକ ସ୍ଥିତି ସ୍ୱଚ୍ଛଳ ଥିବା ଦେଖି ସେମାନେ ସମ୍ପର୍କ ବଢାଇଥିଲେ। ଘଟଣାଦିନ ଉଭୟ ରହିମ ଏବଂ ଆୟଶା ଦୀନବନ୍ଧୁଙ୍କ ଘରକୁ ଆସିଥିଲେ । ସେମାନେ ବହୁ ଋଣ କରିଥିବାରୁ ଦୀନବନ୍ଧୁଙ୍କୁ କିଛି ଟଙ୍କା ଧାର ସୁତ୍ରରେ ମାଗିଥିଲେ । ତେବେ ଦୀନବନ୍ଧୁ ଟଙ୍କା ଦେବାକୁ ନିଜର ଅସମର୍ଥତା ପ୍ରକାଶ କରିଥିଲେ । ରାତି ପ୍ରାୟ ୮ଟାରେ ସମସ୍ତେ ଖାଇପିଇ ଶୋଇବାକୁ ଯାଇଥିଲେ । ତେବେ ପୂର୍ବରୁ ସାଙ୍ଗରେ ଆଣିଥିବା ୨ଟି ଧାରୁଆ ଛୁରୀରେ ରହିମ ଏବଂ ଆୟଶା ଦୀନବନ୍ଧୁଙ୍କ ଗଳାକାଟି ହତ୍ୟା କରିଥିଲେ । ଏହି ସମୟରେ ଦୀନବନ୍ଧୁଙ୍କ ପତ୍ନୀ ନିର୍ମଳା ଉଠିପଡିବାରୁ ତାଙ୍କୁ ମଧ୍ୟ ହତ୍ୟା କରିଥିଲେ । ପରେ ଦୁଇ ପିଲାଙ୍କ ଗଳାକାଟି ହତ୍ୟା କରିବା ପରେ ସୁନାଗହଣା, ମୋବାଇଲ ଓ ଏକ ବାଇକ ଲୁଟ୍ କରି ଫେରାର ହୋଇଯାଇଥିଲେ । ବାଟରେ ସେମାନେ ବାଇକକୁ ଛାଡି ଅନୁଗୋଳ ଦେଇ ରାୟପୁର ଯାଇଥିଲେ। ସେଠାରୁ ଭୋପାଳ ଯାଇଥିଲେ । ସେଠାରୁ ଆସାମ ଯାଇ ସିଲଚର ଆଇଲାଖଣ୍ଡିରେ ଏକ ମୁସଲିମ ପଡାରେ ରହିଥିଲେ । ଏଡିଜି ଶର୍ମା କହିଛନ୍ତି ଯେ, ଘଟଣାର ତଦନ୍ତ ଚାଲିଛି । ଏଥିରେ ଆଉ କିଛି ସମ୍ପୃକ୍ତ ଥାଇପାରନ୍ତି । କ୍ରାଇମବ୍ରାଞ୍ଚର ଏକାଧିକ ଟିମ ବିଭିନ୍ନ ସ୍ଥାନକୁ ଯାଇ ଯାଞ୍ଚ ଚଳାଇଛନ୍ତି । ଲୁଟ ସୁନାଗହଣା ଓ ମୋବାଇଲ ଶୀଘ୍ର ଉଦ୍ଧାର କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ ଯେ, ଚାକିରିରୁ ଅବସର ପରେ ଦୀନବନ୍ଧୁ ଗାଁରେ ଏକ ପାନ ଦୋକାନ କରି ପରିବାର ପ୍ରତିପୋଷଣ କରୁଥିଲେ । ଗତ ୨୧ ତାରିଖରେ ଦିନାଡିଆଁ ଗାଁରେ ଏହି ବୀଭତ୍ସ ହତ୍ୟାକାଣ୍ଡ ଘଟିଥିଲା। ଦୀନବନ୍ଧୁ, ପତ୍ନୀ ନିର୍ମଳା ଓ ଦୁଇ ଛୋଟ ଝିଅଙ୍କର ଗଳାକଟା ଅବସ୍ଥାରେ ମୃତଦେହ ପରଦିନ ୨୨ ତାରିଖରେ ଉଦ୍ଧାର କରାଯାଇଥିଲା। ୨୩ ତାରିଖରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଘଟଣାର କ୍ରାଇମବ୍ରାଞ୍ଚ ତଦନ୍ତ  ନିର୍ଦ୍ଦେଶ ଦେଇଥିଲେ। ନିର୍ଦ୍ଦେଶ ପାଇବା ପରେ କ୍ରାଇମବ୍ରାଞ୍ଚ ଟିମ ଘଟଣାର ତଦନ୍ତ ଆରମ୍ଭ କରିଦେଇଥିଲା । କ୍ରାଇମବ୍ରାଞ୍ଚ ଟିମ ବିଭିନ୍ନ ସମୟରେ ଗାଁକୁ ଯାଇ ତଦନ୍ତ କରିବା ସହ ସମ୍ପର୍କୀୟମାନଙ୍କୁ ପଚରାଉଚରା କରୁଥିଲା । ପାରିପାର୍ଶ୍ୱିକ ସ୍ଥିତିରୁ ଏହି ହତ୍ୟାକାଣ୍ଡରେ ଏକାଧିକ ବ୍ୟକ୍ତିଙ୍କ ସମ୍ପୃକ୍ତି ଥିବା କ୍ରାଇମବ୍ରାଞ୍ଚ ସନ୍ଦେହ କରି ତାର ତଦନ୍ତ ଚଳାଇଥିଲା ।

Advertisment
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe