Advertisment

ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ

ଝାରସୁଗୁଡ଼ା ବିପୁଳ ପରିମାଣର ବେଆଇନ ମହୁଲ ଚାଲାଣ ହେଉଥିଲା

Jharsuguda

Jharsuguda

Advertisment

ବେଆଇନ ମହୁଲ ଚାଲାଣ ବେଳେ ଅବକାରୀ ବିଭାଗର ଚଢାଉ। ଦେବଗଡ଼ ଜିଲ୍ଲା ରିଆମାଳ ଥାନା କଂସର ଛକରେ ଚଢାଉ କରି ମିନି ଟ୍ରକ ସହ ୫୦ କ୍ୱିଂଟାଲ ମହୁଲ ଜବତ କରିଛି ଅବକାରୀ ବିଭାଗ। ଗିରଫ ମାନେ ହେଲେ ରିଆମାଳ ଥାନା ବରଘାଟ ଗ୍ରାମର ମଦନ ଜୟପୁରିଆ ଓ ଅନନ୍ତ ଜାମକିଆର ଗିରଫ ହୋଇଛନ୍ତି।

Advertisment

ଏକ ମିନିଟ୍ରକରେ ବରଘାଟରୁ ଝାରସୁଗୁଡ଼ା ବିପୁଳ ପରିମାଣର ବେଆଇନ ମହୁଲ ଚାଲାଣ ହେଉଥିବା ଅବକାରୀ ବିଭାଗ କୌଣସି ସୁତ୍ରରୁ ଜାଣିବାକୁ ପାଇଥିଲା। ପରେ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶ କ୍ରମେ ଇନ୍ସପେକ୍ଟର ମଧୂସୁଦନ ସାହୁଙ୍କ ନେତୃତ୍ୱରେ ଏକ ସ୍ୱତନ୍ତ୍ର ଟିମ ଚଢାଉରେ ସାମିଲ ହୋଇଥିଲେ।

ମଦନ ମୂଖ୍ୟ ଅଭିଯୁକ୍ତ ହୋଇଥିବା ବେଳେ ପୂର୍ବରୁ ମଧ୍ୟ ବିଭିନ୍ନ ସମୟରେ ବେଆଇନ ମହୁଲ ଚାଲାଣ କରୁଥିବା ଅବକାରୀ ବିଭାଗ ପାଖରେ ସୂଚନା ରହିଥିଲା। ଅଭିଯୁକ୍ତଙ୍କ ବିରୋଧରେ ଅବକାରୀ ବିଭାଗ ଏକ ମାମଲା ରୁଜୁ କରି ଆଜି କୋର୍ଟଚାଲାଣ କରାଯିବ।

Advertisment
Jharsuguda
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe