ଏଟିଏମ୍ ଭାଙ୍ଗି ଟଙ୍କା ପଇସା ଲୁଟ୍ କରିବା ପାଇଁ ଆସିଥିଲେ ଲୁଟେରା। ଫେଲ୍ ମାରିଲା ଯୋଜନା। ଏଟିଏମର ସଟରର ତାଲା ନ ଖୋଲିବାରୁ ଲୁଟ୍ ନ କରି ଫେରିଗଲେ ଲୁଟେରା। ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।
ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀ ଥିବା ବ୍ୟାଙ୍କ ଅଫ୍ ବରୋଦାର ଏଟିଏମ ଭାଙ୍ଗି ଟଙ୍କା ପାଇସା ଲୁଟ ପାଇଁ ଆସିଥିଲେ ଦୁର୍ବୃତ୍ତ। ତାଲା ଭାଙ୍ଗି, ସିସିଟିଭିରେ କଲର ସ୍ପ୍ରେ କରି ଲୁଟ୍ କରିବା ପାଇଁ ଉଦ୍ୟମ କରିଥିଲେ ଲୁଟେରା। କିନ୍ତୁ ଏଟିଏମର ସଟରର ତାଲା ଖୋଲିନଥିଲା। ଫଳରେ ଲୁଟେରାଙ୍କ ଯୋଜନା ପଣ୍ଡ ହୋଇଥିଲା। ଲୁଟ୍ ନ କରିପାରି ଫେରିଯାଇଥିଲେ।
Also Read
ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ପୁଲିସକୁ ଖବର ଦେଇଥିଲେ। ତୁମୁସିଙ୍ଗା ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।