Advertisment

ଏଟିଏମ୍‌ ଲୁଟ୍‌ ପାଇଁ ଆସିଥିଲେ; ଖୋଲିଲାନି ତାଲା

ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।

Loot

Loot

Advertisment

ଏଟିଏମ୍‌ ଭାଙ୍ଗି ଟଙ୍କା ପଇସା ଲୁଟ୍‌ କରିବା ପାଇଁ ଆସିଥିଲେ ଲୁଟେରା। ଫେଲ୍‌ ମାରିଲା ଯୋଜନା। ଏଟିଏମର ସଟରର ତାଲା ନ ଖୋଲିବାରୁ  ଲୁଟ୍  ନ କରି ଫେରିଗଲେ ଲୁଟେରା। ସିସିଟିଭିରେ ପୂରା ଦୃଶ୍ୟ କଏଦ ହୋଇଛି। ଏପରି ଘଟଣା ଘଟିଛି ଢେଙ୍କାନାଳ ଜିଲ୍ଲାରେ।

Advertisment

ଗତକାଲି ବିଳମ୍ବିତ ରାତିରେ କାମାକ୍ଷାନଗର ପୂର୍ତ୍ତ ବିଭାଗ ରାସ୍ତାର ଅଁଳାବେରେଣୀ ଥିବା ବ୍ୟାଙ୍କ ଅଫ୍‌ ବରୋଦାର ଏଟିଏମ ଭାଙ୍ଗି ଟଙ୍କା ପାଇସା ଲୁଟ ପାଇଁ ଆସିଥିଲେ ଦୁର୍ବୃତ୍ତ। ତାଲା ଭାଙ୍ଗି, ସିସିଟିଭିରେ କଲର ସ୍ପ୍ରେ କରି ଲୁଟ୍‌ କରିବା ପାଇଁ ଉଦ୍ୟମ କରିଥିଲେ ଲୁଟେରା। କିନ୍ତୁ ଏଟିଏମର ସଟରର ତାଲା ଖୋଲିନଥିଲା। ଫଳରେ ଲୁଟେରାଙ୍କ ଯୋଜନା ପଣ୍ଡ ହୋଇଥିଲା। ଲୁଟ୍‌ ନ କରିପାରି ଫେରିଯାଇଥିଲେ। 

 ଆଜି ସକାଳେ ଘଟଣା ସମ୍ପର୍କରେ ଖବର ପାଇ ବ୍ୟାଙ୍କ ମ୍ୟାନେଜର ଓ କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ଥିଲେ ଓ ପୁଲିସକୁ ଖବର ଦେଇଥିଲେ। ତୁମୁସିଙ୍ଗା ପୁଲିସ ସିସିଟିଭି ଫୁଟେଜକୁ ଆଧାର କରି ଘଟଣାର ତଦନ୍ତ କରୁଛି।   

Advertisment
Loot Dhenkanal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe