କୁରାଢିରେ ହାଣି ଏଟିଏମ ଲୁଟ୍ କରିବାକୁ ଉଦ୍ୟମ କରିଥିଲା ଲୁଟେରା। ହେଲେ ତାର ସବୁ ପରିଶ୍ରମ ଗୋଟିଏ ସେକେଣ୍ଡ ଭିତରେ ପାଣି ଫୋଟକା ପରି ମିଳାଇ ଯାଇଥିଲା। ହଠାତ୍ ବ୍ୟାଙ୍କର ସାଇରନ ବାଜିବା ଉଠିବାରୁ ଛୁ ମାରିଲା ଲୁଟେରା। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଭରତପୁର ସ୍ଥିତ ଏସବିଆଇ ଏଟିଏମରେ।
ଗତ ୩୧ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜଣେ ଲୁଟେରା କଳା ରଙ୍ଗର ହେଲମେଟ୍ ପିନ୍ଧି ଏଟିଏମ ଲୁଟ୍ କରିବାକୁ ଆସିଥିଲା। ସାଙ୍ଗରେ ଆଣିଥିବା କୁରାଢ଼ିରେ ଏଟିଏମକୁ ହାଣିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସାଇରନ ବାଜି ଉଠିଥିଲା। ଲୁଟେରା ଜଣଙ୍କ ଭୟଭୀତ ହୋଇ ସେଠାରୁ ଚମ୍ପଟ ମାରିଥିଲା।
ଏଟିଏମ୍ରେ ଲାଗିଥିବା ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। ଏନେଇ ପିପିଲା ଥାନାରେ ଅଭିଯୋଗ ହୋଇଛି। ୪ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ।
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories
Crime
ଜନ୍ମଦିନରେ ମୋବାଇଲ ଗିଫ୍ଟ ଦେବାକୁ ମନା କଲେ ମାଆ; ଜୀବନ ହାରିଲେ ନାବାଳକ
ଆର୍ଥିକ ଅସୁବିଧା କାରଣରୁ ପୁଅକୁ ମୋବାଇଲ କିଣିଦେବାକୁ ମନା କରିଥିଲେ ମାଆ।
Crime
ଅଭିନେତ୍ରୀଙ୍କୁ ଠକେଇ ମାମଲାରେ ଯାତ୍ରା ପାର୍ଟି ମାଲିକ ଗିରଫ
ଯାତ୍ରା ପାର୍ଟି ମାଲିକ ଅମରେଶ ଯେ ତାଙ୍କୁ ଠକୁଛନ୍ତି ତାହା ବୁଝିଲା ବେଳକୁ ବହୁ ବିଳମ୍ବ ହୋଇଯାଇଥିଲା।
Crime
ଅଙ୍ଗାରଖ ଗାଁରେ ସଶସ୍ତ୍ର ଡକାୟତି ଘଟଣାରେ ୭ ଗିରଫ
ଗୋଟିଏ ଦେଶୀ ବନ୍ଧୁକ ଓ ନଗଦ ୪୬ ହଜାର ଟଙ୍କା ସହିତ ସେମାନଙ୍କଠାରୁ ଅନ୍ୟାନ୍ୟ ଜିନିଷ ଜବତ କରାଯାଇଛି।
Crime
ମାରାଥନ୍ କାର୍ଯ୍ୟକ୍ରମ ବେଳେ ଫୁଟିଲା ଗୁଳି; ଯୁବକ ଗୁରୁତର
ତେବେ କିଏ ଓ କାହିଁକି ଯୁବକଙ୍କୁ ଗୁଳିମାଡ଼ କଲା ତାର କାରଣ ଅସ୍ପଷ୍ଟ ରହିଛି।