Advertisment

କୁରାଢିରେ ହାଣି ଲୁଟ୍ କରିବାକୁ ଉଦ୍ୟମ କରୁଥିଲା; ସାଇରନ ବାଜିବାରୁ ଛୁ ମାରିଲା

୪ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ।

ଅଦ୍ୟତନ ହୋଇଛି
loot

loot

Advertisment

କୁରାଢିରେ ହାଣି ଏଟିଏମ ଲୁଟ୍ କରିବାକୁ ଉଦ୍ୟମ କରିଥିଲା ଲୁଟେରା। ହେଲେ ତାର ସବୁ ପରିଶ୍ରମ ଗୋଟିଏ ସେକେଣ୍ଡ ଭିତରେ ପାଣି ଫୋଟକା ପରି ମିଳାଇ ଯାଇଥିଲା। ହଠାତ୍ ବ୍ୟାଙ୍କର ସାଇରନ ବାଜିବା ଉଠିବାରୁ ଛୁ ମାରିଲା ଲୁଟେରା। ଏଭଳି ଘଟଣା ଘଟିଛି ପୁରୀ ଜିଲ୍ଲା ପିପିଲି ଥାନା ଅନ୍ତର୍ଗତ ଭରତପୁର ସ୍ଥିତ ଏସବିଆଇ ଏଟିଏମରେ।

Advertisment

ଗତ ୩୧ ତାରିଖ ଦିନ ବିଳମ୍ବିତ ରାତି ପ୍ରାୟ ୨ଟା ବେଳେ ଜଣେ ଲୁଟେରା କଳା ରଙ୍ଗର ହେଲମେଟ୍ ପିନ୍ଧି ଏଟିଏମ ଲୁଟ୍ କରିବାକୁ ଆସିଥିଲା। ସାଙ୍ଗରେ ଆଣିଥିବା କୁରାଢ଼ିରେ ଏଟିଏମକୁ ହାଣିବାକୁ ଚେଷ୍ଟା କରିଥିଲା। ହେଲେ ଏହି ସମୟରେ ସାଇରନ ବାଜି ଉଠିଥିଲା। ଲୁଟେରା ଜଣଙ୍କ ଭୟଭୀତ ହୋଇ ସେଠାରୁ ଚମ୍ପଟ ମାରିଥିଲା।

ଏଟିଏମ୍‌ରେ ଲାଗିଥିବା ସିସିଟିଭିରେ ଏହି ସବୁ ଦୃଶ୍ୟ କଏଦ ହୋଇଛି। ଏନେଇ ପିପିଲା ଥାନାରେ ଅଭିଯୋଗ ହୋଇଛି। ୪ ଦିନ ବିତି ଯାଇଥିଲେ ମଧ୍ୟ ପୁଲିସ ଏପର୍ଯ୍ୟନ୍ତ କାହାରିକୁ ଗିରଫ କରି ନାହିଁ।

Advertisment
Loot Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe