Advertisment

ଟଙ୍କା ପାଇଁ ପିପିଲି ଟୋଲ୍ ପ୍ଲାଜାରେ ଗୁଳିମାଡ଼; ବନ୍ଧା ହେଲେ ୩

୩ଜଣ ଯୁବକଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
pipili toll gate

pipili toll gate

ପିପିଲି ଟୋଲ୍ ପ୍ଲାଜାରେ  ଗୁଳିମାଡ଼ ଚାଳନା ଘଟଣାରେ ୩ଜଣ ଦୁର୍ବୃତ୍ତଙ୍କୁ ପୁଲିସ ଗିରଫ କରିଛି। ପୁରୀ, ନିମାପଡ଼ା, ଗୋପ ଓ ପିପିଲି ପୁଲିସର ମିଳିତ ଅପରେସନରେ ଦୁର୍ବୃତ୍ତ ମାନଙ୍କୁ କାବୁ କରାଯାଇଛି। ନିମାପଡ଼ା ଅରିଷଣ୍ଢ ନିକଟ ଡଗରା ସାହି ଗହୀରରେ କାର ଛାଡି ଫେରାର ହେବାକୁ ଉଦ୍ୟମ କରୁଥିବା ବେଳେ ଗ୍ରାମବାସୀଙ୍କ ସହଯୋଗରେ ପୁଲିସ ୩ ଜଣଙ୍କୁ କାବୁ କରିଛି। ଅନ୍ୟ ଯୁବକମାନେ ପୁଲିସକୁ ଚକମା ଦେଇ ଫେରାର ହୋଇଯାଇଛନ୍ତି।

Advertisment

ଆଜି ଭୋର ୫ଟା ବେଳେ ଏକ କାର୍‌ରେ ୭ ଜଣ ଦୁର୍ବୃତ୍ତ ଭୁବନେଶ୍ୱରରୁ ପୁରୀ ଅଭିମୁଖେ ଯାଉଥିଲେ। ପିପିଲି ଟୋଲ ପ୍ଲାଜାରେ ଟିକସ ଦେବା ନେବାକୁ ନେଇ ଯୁବକ ଓ ଟୋଲ୍ କର୍ମଚାରୀଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା। ପରେ ଯୁବକମାନେ ଟୋଲ୍ କର୍ମଚାରୀଙ୍କୁ ଟିକସ ପଇସା ଦେଇ ଗାଡ଼ି ଆଗକୁ ନେଇ ଆସିଥିଲେ। ପରେ ଜଣେ ଯୁବକ ଗାଡ଼ିରୁ ଓହ୍ଲାଇ ଗୁଳିଚାଳନା କରିଥିଲେ।

ଏହାସହ ଟୋଲ କର୍ମଚାରୀଙ୍କ ପାଖକୁ ଯାଇ ବନ୍ଧୁକ ଦେଖାଇ ଧମକ ଦେଇଥିଲେ ଓ ବନ୍ଧୁକରେ ତାଙ୍କ କାନ୍ଧକୁ ଆଘାତ ଦେଇଥିଲେ। ଯୁବକ ଜଣଙ୍କ କାର୍‌ରେ ବସି ପଳାଇଯାଇଥିଲେ। ଏନେଇ ଟୋଲ କର୍ମଚାରୀ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ସିସିଟିଭିକୁ ଅଧାର କରି ଖୋଳତାଡ଼ ଆରମ୍ଭ କରିଥିଲା।  ୩ଜଣ  ଯୁବକଙ୍କୁ ପୁଲିସ ଧରିବାରେ ସକ୍ଷମ ହୋଇଥିବା ବେଳେ ଅନ୍ୟମାନେ ଫେରାର ହୋଇଯାଇଥିଲେ।

Advertisment
Puri Firing