Advertisment

ଜମିଜମା ବିବାଦ ନେଲା ଉଗ୍ର ରୂପ; ମହିଳାଙ୍କୁ ପକାଇଲେ ଦାଆ ଚୋଟ

ମନ ନାଏକଙ୍କ ପରିବାର ସହ ଉକ୍ତ ଗାଁର ଆଶା ବୁଡେକଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଥିଲା।

author-image
Niharika Rout
Atack

Attack

ଜମିଜମା ବିବାଦ ନେଲା ଉଗ୍ର ରୂପ । ସୁଯୋଗ ଦେଖି ମହିଳାଙ୍କୁ ଦାଆରେ କଲଷ ମରଣାନ୍ତକ ଆକ୍ରମଣ । ଏପରି ଏକ ଅଭାବନୀୟ ଘଟଣା ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ପିପିଲିପାଲି ଗାଁରେ ଘଟିଛି। ମହିଳାଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ହୋଇଥିବା ମହିଳାଜଣକ ହେଲେ ପିପିଲିପାଲି ଗାଁର ମନ ନାଏକ ।

Advertisment

ମନ ନାଏକଙ୍କ ପରିବାର ସହ ଉକ୍ତ ଗାଁର ଆଶା ବୁଡେକଙ୍କ ପରିବାର ମଧ୍ୟରେ ଦୀର୍ଘ ଦିନ ହେଲା ଗଣ୍ଡଗୋଳ ଲାଗି ରହିଥିଲା। ଏଥିରେ ଉତ୍ତ୍ୟକ୍ତ ଆଶା ବୁଡେକଙ୍କ ସମେତ ଆଲିସା ବୁଡେକ,ବାଳିକା ବୁଡେକ ପ୍ରମୁଖ ସୁଯୋଗ ଦେଖି ଏକ ଦାଆରେ ମନ ନାଏକଙ୍କୁ ଗତକାଲି ଆକ୍ରମଣ କରିଥିଲେ। ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଚୋଟ ବାଜିବା ସହ ଅବସ୍ଥା ଗୁରୁତର ହୋଇ ପଡ଼ିଥିଲା।

ଏହାପରେ ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ ଡୁଙ୍ଗୁରିପାଲି ଗୋଷ୍ଟି ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରିଛନ୍ତି। ସେଠାରେ ଚିକିତ୍ସା ଚାଲିଥିବା ବେଳେ ତାଙ୍କ ଅବସ୍ଥା ଗୁରୁତର ଥିବା ଜଣାଯାଇଛି। I ଏନେଇ ଡୁଙ୍ଗୁରିପାଲି ଥାନାରେ ଅଭିଯୋଗ ହେଲାପରେ ପୁଲିସ ଏକ ମାମଲା ରୁଜୁକରି ତଦନ୍ତ ଚଳାଇଛି I

Advertisment
Subarnpur