Advertisment

ଏକ ତରଫା ପ୍ରେମର କରୁଣ ପରିଣତି; ବାପଝିଅଙ୍କୁ ଛେଚି ଚମ୍ପଟ ମାରିଲା ପ୍ରେମିକ

ଛାତ୍ରୀଜଣକ ଆଜି ସକାଳେ ସାଇକେଲ ଯୋଗେ ସ୍କୁଲ ଯାଉଥିଲେ। ମାତ୍ର ବାଟରେ ତାଙ୍କୁ ଜଣେ ଯୁବକ ଅଟକାଇଥିଲେ। ଯୁବକଜଣକ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିବା ଶୁଣିବାକୁ ମିଳୁଛି।

author-image
Niharika Rout
One Sided Love

One Sided Love

ଏକ ତରଫା ପ୍ରେମର ପରିଣତି ସବୁବେଳେ ଭୟଙ୍କର ହୋଇଥାଏ। ଏପରି ସମ୍ପର୍କର ଶେଷ ପ୍ରାୟତଃ ହିଂସାତ୍ମକ ହୋଇଥାଏ। ଏପରି ଏକ ଘଟଣା ବାଲେଶ୍ୱର ଜିଲ୍ଲା ଗୋପାଳପୁର ଥାନା ତାଳପଦା ନିକଟରେ ଘଟିଛି। ଏକ ତରଫା ପ୍ରେମର କରୁଣ ପରିଣତିର ଶିକାର ହୋଇଛନ୍ତି ଜଣେ ଦଶମ ଶ୍ରେଣୀ ଛାତ୍ରୀ ଓ ତାଙ୍କ ବାପା ।

Advertisment

ଛାତ୍ରୀଜଣକ ଆଜି ସକାଳେ ସାଇକେଲ ଯୋଗେ ସ୍କୁଲ ଯାଉଥିଲେ। ମାତ୍ର ବାଟରେ ତାଙ୍କୁ ଜଣେ ଯୁବକ ଅଟକାଇଥିଲେ। ଯୁବକଜଣକ ଛାତ୍ରୀଙ୍କୁ ଏକ ତରଫା ପ୍ରେମ କରୁଥିବା ଶୁଣିବାକୁ ମିଳୁଛି।

ଏହାପରେ କୌଣସି କଥାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ଯୁବକଜଣକ ନିଜ ହାତରେ ପିନ୍ଧିଥିବା ବଳାରେ ଛାତ୍ରୀଙ୍କ ମୁହଁକୁ ମୁଥ ମାରିଥିଲେ। ଯୁବକଙ୍କ ଆକ୍ରମଣରେ ଛାତ୍ରୀଜଣକ ରକ୍ତାକ୍ତ ହୋଇଥିବା ବେଳେ ସାହାଯ୍ୟ ପାଇଁ ଚିତ୍କାର କରିଥିଲେ। ଏହା ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ରୁଣ୍ଡ ହୋଇଯିବାରୁ ଯୁବକଜଣକ ଫେରାର ହୋଇ ଯାଇଥିଲେ।

Advertisment

ଖବର ପାଇ ଛାତ୍ରୀଙ୍କ ବାପା ଘଟଣାସ୍ଥଳରେ ପହଞ୍ଚି ଝିଅକୁ ମେଡିକାଲ ନେଉଥିବା ବେଳେ ବାଟରେ ପୁଣି ଥରେ ଉକ୍ତ ଯୁବକ ପହଞ୍ଚିଥିଲେ। ସେଠାରେ ସେ ଛାତ୍ରୀଙ୍କ ପିତାଙ୍କୁ ନିଜ ବଳା ସାହାଯ୍ୟରେ ମାଡ଼ ମାରି ଲହୁଲୁହାଣ କରିଥିଲେ।

ସ୍ଥାନୀୟ ଲୋକେ ତୁରନ୍ତ ବାପଝିଅଙ୍କୁ ଗୋପାଳପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ବାପଝିଅ ଗୋପାଳପୁର ଥାନାରେ ପହଞ୍ଚି ଏ ନେଇ ଲିଖିତ ଅଭିଯୋଗ କରିଛନ୍ତି।

ଗୋପାଳପୁର ପୁଲିସ୍‌ ଉକ୍ତ ଯୁବକଙ୍କୁ ଖୋଜାଖୋଜି କରୁଥିବା ବେଳେ ସେ ଫେରାର ହୋଇ ଯାଇଥିବା ଜଣାଯାଇଛି।

Balasore