Advertisment

କମେଣ୍ଟ ମରାରୁ ତୁମୁଳ କାଣ୍ଡ; ପୁଲିସ୍‌ ଭ୍ୟାନ୍‌ରୁ ଭିଡ଼ି ଆଣି ଯୁବକଙ୍କୁ ନିର୍ଧୂମ ଛେଚିଲେ

ଫେସ୍‌ବୁକ୍‌ରେ କମେଣ୍ଟ ମାରିବାକୁ ନେଇ ଘଟିଛି ତୁମୁଳ କାଣ୍ଡ। ପୁଲିସ୍‌ ଗାଡ଼ିରେ ଥିବା ଜଣେ ଯୁବକଙ୍କୁ ଟାଣି ଆଣିବା ସହ ମାରି ଲହୁଲୁହାଣ କରିଛନ୍ତି କିଛି ଯୁବକ ।

Attack

Attack

Advertisment

ଫେସ୍‌ବୁକ୍‌ରେ କମେଣ୍ଟ ମାରିବାକୁ ନେଇ ଘଟିଛି ତୁମୁଳ କାଣ୍ଡ। ପୁଲିସ୍‌ ଗାଡ଼ିରେ ଥିବା ଜଣେ ଯୁବକଙ୍କୁ ଟାଣି ଆଣିବା ସହ ମାରି ଲହୁଲୁହାଣ କରିଛନ୍ତି କିଛି ଯୁବକ । ଏପରି ଏକ ସାଂଘାତିକ ଘଟଣା ଗତ ସୋମବାର ଘଟିଥିବା ବେଳେ ଏହାର ଭିଡିଓ ଏବେ ଭାଇରାଲ ହେଉଛି।

Advertisment

ଏହି ସାଂଘାତିକ ଘଟଣା ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅଧୀନରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ଯୁବକଜଣକ ହେଲେ ରତ୍ନାକର ଖଟୁଆ। ଏନେଇ ୩ଟି ମାମଲା ରୁଜୁ ହୋଇଥିବା ବେଳେ ପୁଲିସ୍‌ କିନ୍ତୁ କାହାକୁ ଗିରଫ କରିନି।

ଫେସବୁକରେ କମେଣ୍ଟ ମରା ବିଷୟକୁ ନେଇ ସୋମବାର ରତ୍ନାକର ଖଟୁଆଙ୍କର ଗ୍ରାମର କିଛି ଯୁବକଙ୍କ ସହ ବଚସା ହେବା ସହ ହାତାହାତି ହୋଇଥିଲା । ରତ୍ନାକର ଘଟଣାସ୍ଥଳରୁ ଖସି ଆସି ୧୧୨କୁ କଲ୍‌ କରି ପୁଲିସକୁ ଘଟଣା ସମ୍ପର୍କରେ ଫୋନ୍‌ କରିଥିଲେ। ଖବର ପାଇ କୋଦଳା ପୁଲିସ ଘଟଣା ସ୍ଥଳରେ ପହଂଚି ରତ୍ନାକରକୁ ଉଦ୍ଧାର କରି ପୁଲିସ୍‌ ଭ୍ୟାନ୍‌ରେ ନେଇ ଯାଉଥିଲା।

Advertisment

ମାତ୍ର ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଗାଡ଼ିକୁ ଘେରି ଯାଇଥିଲେ। ଏହାପରେ ସେମାନେ ପୁଲିସ୍‌ ଗାଡ଼ିରୁ ରତ୍ନାକରଙ୍କୁ ଭିଡ଼ି ଆଣି ନିର୍ଧୂମ ଛେଚିଥିଲେ। ତାଙ୍କ ମୁଣ୍ଡ ସମେତ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ହୋଇଥିବା ବେଳେ ତୁରନ୍ତ ପୁଲିସ୍‌ ତାଙ୍କୁ ଉଦ୍ଧାର କରିଥିଲା। ଏହାପରେ ତାଙ୍କୁ ପ୍ରଥମେ କୋଦଳା ମେଡିକାଲ ମେଡିକାଲ ନିଆଯାଇଥିଲା। ଏହାପରେ ସେଠାରୁ ତାଙ୍କୁ ବ୍ରହ୍ମପୁରକୁ ସ୍ଥାନାନ୍ତର କରାଯାଇଛି। ସେ ସୁସ୍ଥ ହୋଇ ଘରକୁ ଫେରିଥିବାର ଜଣାଯାଇଛି।

ଏନେଇ ରତ୍ନାକର ୧୨ ଜଣଙ୍କ ନାଁରେ କୋଦଳା ଥାନାରେ ଅଭିଯୋଗ କରିଛନ୍ତି। ଅନ୍ୟ ପକ୍ଷରେ ପୁଲିସର କାର୍ଯ୍ୟ ସମ୍ପାଦନା କରିବା ନିମନ୍ତେ ବ୍ୟାଘାତ ସୃଷ୍ଟି କରିଥିବା ଓ ଆଇନକୁ ଅବମାନନା କରିଥିବା ଅଭିଯୋଗରେ ପୁଲିସ ପକ୍ଷରୁ ଏକ ମାମଲା ମଧ୍ୟ ରୁଜୁ ହୋଇଥିବା ଥାନା ଅଧିକାରୀ ସୁବାଷ ଚନ୍ଦ୍ର ବେହେରା ସୂଚନା ଦେଇଛନ୍ତି ।

ଏହାବାଦ କଣ୍ଟାପଡା ଗ୍ରାମବାସୀ ବି ରତ୍ନାକରଙ୍କ ନାମରେ ଅଭିଯୋଗ କରିଛନ୍ତି। ସେମାନଙ୍କ ଅଭିଯୋଗ ଅନୁଯାୟୀ, ରତ୍ନାକର ଗ୍ରାମରେ ସ୍କୁଲ ପାଖରେ ମଦ ବିକ୍ରି କରୁଥିଲେ। ଏହାକୁ ବିରୋଧ କରିବାରୁ ସେ ଗାଳିଗୁଲଜ କରୁଥିଲେ। ଏପରିକି ଗ୍ରାମର ଝିଅମାନଙ୍କୁ ଅଶ୍ଳୀଳ ଭାଷାରେ କମେଣ୍ଟ କରୁଥିବା ବେଳେ ଫେସ୍‌ବୁକ୍‌ରେ ବି କମେଣ୍ଟ କରୁଥିଲେ।

ଏନେଇ ପୂର୍ବରୁ ଥରେ ଥାନାରେ ଅଭିଯୋଗ ହୋଇଥିଲା। ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ବେଳେ ଏହା ଜାଣି ରତ୍ନାକର ଖଣ୍ଡା ଧରି ଗାଁରେ ବୁଲିଥିଲେ। ଗ୍ରାମବାସୀଙ୍କୁ ହତ୍ୟା କରିବାର ଧମକ ଦେଇଥିଲେ।

ଏହି ଘଟଣା ଘଟିବାର ୩ ଦିନ ବିତିଲାଣି। ଏନେଇ ୩ଟି ମାମଲା ରୁଜୁ ହୋଇଥିବା ସତ୍ତ୍ୱେ ପୁଲିସ୍‌ ଏହାର ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାରେ କାହିଁକି ବିଳମ୍ବ କରୁଛି ତାହା ସ୍ପଷ୍ଟ ହୋଇ ପାରୁନି।

Ganjam
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe