Advertisment

ଯୁବକଙ୍କୁ ହାଣିଲେ, ବୁଦା ମୂଳେ ଫିଙ୍ଗି ଫେରାର ହେଲେ

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି।

Gathering

Gathering

Advertisment

ପୂର୍ବ ଶତ୍ରୁତାରୁ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ। ଯୁବକଜଣକ ମରଣ ସହ ସଂଘର୍ଷ କରୁଥିବା ବେଳେ ଅଭିଯୁକ୍ତମାନେ ଫେରାର ହୋଇ ଯାଇଛନ୍ତି। ଏପରି ଏକ ସାଂଘାତିକ ଘଟଣା ଜଗତସିଂହପୁର ଜିଲ୍ଲା କୁଜଙ୍ଗ ଥାନା ଅନ୍ତର୍ଗତ କୋଠିଆସାହିରେ ଘଟିଛି।

Advertisment

ଆକ୍ରମଣର ଶିକାର ଯୁବକଙ୍କ ଘର ବଳରାମପୁର ବୋଲି ଜଣାପଡିଥିବା ବେଳେ ଆକ୍ରମଣକାରୀମାନେ ଜଗନ୍ନାଥପୁର ଅଞ୍ଚଳର ବୋଲି ଅଭିଯୋଗ ହୋଇଛି।

ଗତ ରାତିରେ ଯୁବକ ଜଣକ ତାଳଦଣ୍ଡାରୁ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ୧୦/୧୫ ଜଣ ଯୁବକ ତାଙ୍କୁ ବିଭିନ୍ନ ଅସ୍ତ୍ରଶସ୍ତ୍ରରେ ମରଣାନ୍ତକ ଆକ୍ରମଣ କରିଥିଲେ। ଏହାପରେ ମୂମୁର୍ଷୁ ଅବସ୍ଥାରେ ରାସ୍ତାକଡ ବୁଦା ମୂଳେ ଫିଙ୍ଗି ଚାଲି ଯାଇଥିଲେ। ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହେବା ସହ ହାତଗୋଡ ବି ଭାଙ୍ଗି ଯାଇଥିବା ସ୍ଥାନୀୟ ଲୋକଙ୍କ ସୂତ୍ରରୁ ପ୍ରକାଶ ।

Advertisment

ସ୍ଥାନୀୟ ଲୋକେ ତୁରନ୍ତ ତାଙ୍କୁ କୁଜଙ୍ଗ ହସ୍ପିଟାଲରେ ଭର୍ତ୍ତି କରିଥିଲେ। ସେଠାରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ କଟକ ରେଫର କରାଯାଇଛି। ଘଟଣା ଜାଣିବା ପରେ ଅଭିଯୁକ୍ତମାନଙ୍କୁ ତୁରନ୍ତ ଗିରଫ କରିବା ଦାବିରେ ବଳରାମପୁର ଗ୍ରାମର ଶତାଧିକ ଗ୍ରାମବାସୀ ଥାନାରେ ପହଞ୍ଚି କିଛି ସମୟ ହୋହଲ୍ଲା କରିଥିଲେ। ତେବେ ପୁଲିସ କିଛି ଯୁବକଙ୍କୁ ଅଟକ ରଖି ପଚରାଉଚରା କରୁଥିବା ଜଣାପଡିଛି। ପୂର୍ବ ଶତ୍ରୁତାରୁ ଏଭଳି ଆକ୍ରମଣ ହୋଇଥିବା ଜଣାପଡିଛି।

Jagatsinghpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe