Advertisment

ଅସୁରକ୍ଷିତ ରାଜଧାନୀ, ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ୩ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି ।

author-image
Niharika Rout
Attack

Attack

ଅସୁରକ୍ଷିତ ହୋଇ ପଡ଼ିଲାଣି ରାଜଧାନୀ। ବିଚ୍‌ ରାସ୍ତାରେ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଏପରି ଏକ ଘଟଣା ରାଜଧାନୀର ପଳାସପଲ୍ଲୀ ଅଞ୍ଚଳରେ ଗତ ରାତିରେ ଘଟିଛି। 

Advertisment

ଦୁର୍ବୃତ୍ତଙ୍କ ଆକ୍ରମଣରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ୩ ଦୁର୍ବୃତ୍ତ ବାଇକ୍‌ରେ ଆସି ଜଣେ ଯୁବକଙ୍କୁ ଗୋଡାଇ ଗୋଡାଇ ହାଣିଛନ୍ତି । ଆକ୍ରମଣର ଶିକାର ହେଲେ ଶିବପ୍ରସାଦ ଶ୍ରୀଚନ୍ଦନ । ଜଣେ ସମାଜସେବୀ ଭାବେ ବେଶ ଲୋକପ୍ରିୟ ଶିବପ୍ରସାଦଙ୍କୁ କିଏ ଓ କ’ଣ ପାଇଁ ମରଣାନ୍ତକ ଆକ୍ରମଣ କଲା ତାହା ସ୍ପଷ୍ଟ ହୋଇ ପାରିନି। ପୁଲିସ୍‌ ଘଟଣାର ଛାନଭିନ ଆରମ୍ଭ କରିଛି।

ଗତକାଲି ରାତି ପ୍ରାୟ ୧୦ଟା ବେଳେ ଶିବପ୍ରସାଦ ପଳାସପଲ୍ଲୀ ଛକରୁ ସ୍କୁଟି ଯୋଗେ ନବୀନ ନିବାସ ରାସ୍ତାରେ ଯାଉଥିଲେ। ଏହି ସମୟରେ ୨ଟି ବାଇକ୍‌ ତାଙ୍କ ଆଗରେ ଛିଡ଼ା ହୋଇଥିଲା। ଶିବ ବାଧ୍ୟ ହୋଇ ସ୍କୁଟି ଅଟକାଇବାରୁ ହଠାତ୍ ଦୁର୍ବୃତ୍ତମାନେ ଖଣ୍ଡା ବାହାର କରି ତାଙ୍କୁ ହାଣି ପକାଇଥିଲେ। ଫଳରେ ତାଙ୍କ ଶରୀରର ବିଭିନ୍ନ ସ୍ଥାନରେ ଗଭୀର କ୍ଷତ ସୃଷ୍ଟି ହୋଇଛି।

Advertisment

ଶିବ ପ୍ରସାଦ ତଳେ ପଡ଼ି ଛଟପଟ ହେବାରୁ ଦୁର୍ବୃତ୍ତମାନେ ଘଟଣାସ୍ଥଳରୁ ଫେରାର ହୋଇ ଯାଇଥିଲେ। ଏହାପରେ ଗୁରୁତର ଶିବଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ପହଞ୍ଚି ତାଙ୍କୁ ପ୍ରଥମେ କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରିଥିଲେ।  ଏହାପରେ ତାଙ୍କୁ ଏମ୍ସ ସ୍ଥାନାନ୍ତର କରାଯାଇଛି।

ଗତକାଲି ବିଳମ୍ବିତ ରାତିରେ ଏମ୍ସ ଯାଇ ଶିବପ୍ରସାଦଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି ପୁଲିସ କମିଶନର ଏସ ଦେବଦତ୍ତ ସିଂ। ଏଥିସହ ଦୁର୍ବୃତ୍ତଙ୍କୁ ଚିହ୍ନଟ କରିବାକୁ ପୁଲିସ୍‌ ସିସିଟିଭି ଫୁଟେଜ ଆଧାରରେ ଯାଞ୍ଚ ଆରମ୍ଭ କରିଛି। 

Bhubaneswar