Advertisment

ଅସୁରକ୍ଷିତ ରାଜଧାନୀ; ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ

ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରଯାଉଛି।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ପୂର୍ବ ଶତ୍ରୁତା କେନ୍ଦ୍ର କରି ଯୁବକଙ୍କୁ ଗୋଡ଼ାଇ ଗୋଡ଼ାଇ ହାଣିଲେ ଦୁର୍ବୃତ୍ତ। ଛୁରୀ ଓ ସର୍ଜିକାଲ ବ୍ଲେଡ଼ରେ ହାଣି ଖଣ୍ଡିଆ ଖାବରା କରିଦେଲେ। ଏଭଳି ଘଟଣା ଘଟିଛି ରାଜଧାନୀର ବଡଗଡ଼ ଅଞ୍ଚଳରେ। ଆହତ ଯୁବକ ଜଣଙ୍କ ହେଉଛନ୍ତି ବଡଗଡ଼ ଗାଁର ଦୀପକ ପ୍ରଧାନ। ତାଙ୍କୁ କ୍ୟାପିଟାଲ ହସପିଟାଲରେ ଭର୍ତ୍ତି କରାଯାଇଛି।

Advertisment

ଗତକାଲି ରାତି ପ୍ରାୟ ୧୧ଟା ସମୟରେ ଦୀପକ ନିଜ ଘରକୁ ବାଇକ୍ ଯୋଗେ ଫେରୁଥିଲେ। ଏହି ସମୟରେ କିଛି ମୁଖା ପିନ୍ଧା ଦୁର୍ବୃତ୍ତ ଏକ ପଲସର ବାଇକରେ ଆସି ତାଙ୍କ ବାଇକ୍ ଗୋଇଠା ମାରିଥିଲେ। ଭାରସାମ୍ୟ ହରାଇ ଦିପକ ତଳେ ପଡ଼ିଯିବା ପରେ ଦୁର୍ବୃତ୍ତମାନେ ତାଙ୍କୁ ଆକ୍ରମଣ କରିଥିଲେ। ଛୁରୀ ଓ ସର୍ଜିକାଲ ବ୍ଲେଡ଼ ସାହାଯ୍ୟରେ ପିଠି, ହାତ, ମୁହଁ କାଟି ପକାଇଥିଲେ। ଦିପକ ଜୀବନବିକାଳେ ଦୌଡ଼ି ପଳାଇବାକୁ ଉଦ୍ୟମ କରିଥିଲେ। ହେଲେ ଦୁର୍ବୃତ୍ତମାନେ ତାଙ୍କୁ ଛାଡ଼ି ନଥିଲେ। ରାଜଧାନୀ ରାଜରାସ୍ତାରେ ତାଙ୍କୁ ଗୋଡ଼ାଇଗୋଡ଼ାଇ ହାଣିଥିଲେ। 

ଦିପକ ରକ୍ତଜଡୁବୁଡ଼ୁ ଅବସ୍ଥାରେ ରାସ୍ତାରେ ପଡ଼ିଥିବା ସମୟରେ ଦୁର୍ବୃତ୍ତମାନେ ସେଠାରୁ ଚମ୍ପଟ ମାରିଥିଲେ। ସ୍ଥାନୀୟ ଲୋକେ ଦିପକଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। 

Advertisment

ଏନେଇ ଥାନାରେ ଅଭିଯୋଗ ହେବା ପରେ ଆଖପାଖ ସିସିଟିଭି ଯାଞ୍ଚ କରୁଛି ପୁଲିସ। ଅଭିଯୁକ୍ତଙ୍କୁ ଧରିବା ପାଇଁ ଛାନଭିନ ଆରମ୍ଭ କରିଛି। ପୂର୍ବ ଶତ୍ରୁତା କେନ୍ଦ୍ର କରି ଏହି ଆକ୍ରମଣ ଘଟିଥିବା ସନ୍ଦେହ କରଯାଉଛି।

Odisha Police Bhubaneswar