Attack
ଗଞ୍ଜାମ ଆସିକାରେ ବିଜେପି ନେତାଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ। ରକ୍ତ ଜୁଡୁବୁଡୁ ଅବସ୍ଥାରେ ମେଡିକାଲରେ ଭର୍ତ୍ତି ହୋଇଥିବା ବେଳେ ଅବସ୍ଥା ସଙ୍କଟାପନ୍ନ ରହିଛି।
କୋଟିନଡ଼ା ଥାନା କଲେଜ ଛକ ସୂତାକଳ ରାସ୍ତାରେ ବିଜେପି ନେତା ଶ୍ରୀନିବାସ ଭଞ୍ଜଙ୍କୁ ମରଣାତ୍ମକ ଆକ୍ରମଣ ହୋଇଛି l ସେ ସୂତାକଳ ଛକରୁ ଘରକୁ ଫେରୁଥିବା ସମୟରେ ଅନ୍ଧାରର ସୁଯୋଗ ନେଇ ଦୁଇରୁ ତିନି ଜଣ ମିଳିତ ଭାବେ ଲୁହା ରଡ଼ରେ ଅତର୍କିତ ଆକ୍ରମଣ କରିଥିଲେ। ଶ୍ରୀନିବାସଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଆସିକା ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ।
ତେବେ ପରେ ତାଙ୍କ ଅବସ୍ଥା ଅଧିକ ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । ରାଜନୈତିକ ଶତ୍ରୁତାକୁ ନେଇ ତାଙ୍କ ଉପରେ ଏହି ଆକ୍ରମଣ ହୋଇଥିବା ଶ୍ରୀନିବାସ ଅଭିଯୋଗ କରିଛନ୍ତି।
କଲେଜ ଛକ ବାସିନ୍ଦା ଶ୍ରୀନିବାସ ଭାରତୀୟ ଜନତା ପାର୍ଟିର ଘୁମୁସର ଜିଲ୍ଲା ଯୁବ ମୋର୍ଚ୍ଚା ସଭାପତି ରହିଥିଲା ବେଳେ ଜିଲ୍ଲା ପରିଷଦ ଭାବେ ବିଜେପି ପକ୍ଷରୁ ଦୁଇ ଦୁଇ ପ୍ରାର୍ଥୀ ହୋଇଥିଲେ l ଆକ୍ରମଣ ଘଟଣା ପଛରେ ରାଜନୈତିକ ଶତ୍ରୁତା ଥିବା ସେ କହିଛନ୍ତି l
କୋଟିନଡ଼ା ପୋଲିସ ଘଟଣାର ତଦନ୍ତ କରୁଥିବା ବେଳେ ଅଭିଯୁକ୍ତଙ୍କୁ ଗିରଫ କରାଯାଇ ପାରି ନ ଥିବା ଜଣାଯାଇଛି। ତେବେ କିଏ ଓ କାହିଁକି ଏହି ଘଟଣା ଘଟାଇଲା ସେ ସମ୍ପର୍କରେ ପୁଲିସର ପ୍ରତିକ୍ରିୟା ମିଳିପାରିନି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us