Advertisment

ନିଜ କାର୍ଯ୍ୟାଳୟରେ ବସିଥିଲେ ବିଜେପି ନେତା, ଖଣ୍ଡା ଧରି ମାଡ଼ି ଆସିଲେ ଦୁର୍ବୃତ୍ତ

ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା।

BJP Leader

BJP Leader

Advertisment

ନିଜ କାର୍ଯ୍ୟାଳୟରେ ଥିବା ବିଜେପି ନେତାଙ୍କ ଉପରେ ହେଲା ମରଣାନ୍ତକ ଆକ୍ରମଣ। ମାତ୍ର ଖଣ୍ଡା ଚୋଟରୁ ଅଳ୍ପକେ ବର୍ତ୍ତିଗଲେ ବିଜେପିର ତୁଙ୍ଗ ନେତା। ଏପରି ଏକ ଅଘଟଣ ଗତ ରାତିରେ ରାୟଗଡାରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ନେତାଜଣକ ହେଲେ ରାୟଗଡା ବିଜେପି ବିଧାନସଭା ପ୍ରାର୍ଥୀ ତଥା ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବସନ୍ତ ଉଲାକା । ଏହି ଘଟଣାରେ ପୁଲିସ୍‌ ଦୁଇ ଜଣଙ୍କୁ ଅଟକ ରଖିଛି।

Advertisment

ବସନ୍ତ ଉଲାକା ଗତ ନିର୍ବାଚନରତ ରାୟଗଡା ବିଜେପି ବିଧାନସଭା ପ୍ରାର୍ଥୀ ହୋଇଥିବା ବେଳେ ଏବେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଅଛନ୍ତି। ଗତ ରାତିରେ ରାୟଗଡା ସହରର ବିଦ୍ୟାନଗରସ୍ଥିତ କାର୍ଯ୍ୟାଳୟରେ ସେ ବସିଥିଲେ। ରାତି ପ୍ରାୟ ୧୦ଟା ବେଳେ ହଠାତ୍‌ ଦୁଇ ଯୁବକ ଖଣ୍ଡା ଧରି ତାଙ୍କ କାର୍ଯ୍ୟାଳୟରେ ପଶିଥିଲେ। ସେମାନେ ତାଙ୍କୁ ଆକ୍ରମଣ କରିବାକୁ ଉଦ୍ୟତ ହେଉଥିବା ବେଳେ ବସନ୍ତ ସେଠାରୁ ଖସି ଏକ ଘରେ କବାଟ ବନ୍ଦ କରି ଦେଇଥିଲେ।

ମାତ୍ର ଦୁର୍ବୃତ୍ତଦ୍ୱୟ ଖଣ୍ଡାରେ ଆକ୍ରମଣ କରି କବାଟକୁ ଭାଙ୍ଗି ଦେଇଥିଲେ। ଏହା ମଧ୍ୟରେ ବସନ୍ତଙ୍କ ଚିତ୍କାର ଶୁଣି ଘଟଣାସ୍ଥଳକୁ ଅନ୍ୟମାନେ ଚାଲି ଆସିବାରୁ ଦୁଇ ଦୁର୍ବୃତ୍ତ ଫେରାର ହୋଇ ଯାଇଥିଲେ।

Advertisment

ଏହି ଘଟଣାକୁ ନେ ଚାପା ଉତ୍ତେଜନା ଦେଖାଦେଇଥିବା ବେଳେ ନିଜ ସମର୍ଥକଙ୍କ ସହ ବସନ୍ତ ରାୟଗଡା ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ। ପୁଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରି ଦୁଇଜଣ ଙ୍କୁ ଅଟକ ରଖିଥିବା ବେଳେ ଗୋଟିଏ ଖଣ୍ଡା ଜବତ କରିଛି।

ରାଜନୈତିକ ଶତ୍ରୁତାରୁ ପ୍ରତିପକ୍ଷ ଏପରି କରିଥାଇ ପାରନ୍ତି ବୋଲି ବସନ୍ତ ଅଭିଯୋଗ କରିଛନ୍ତି।

Rayagada
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe