Advertisment

ବସ୍‌ ହେଲପରଙ୍କୁ ଆକ୍ରମଣ; ଆନ୍ଦୋଳନକୁ ଓହ୍ଲାଇଲେ କର୍ମଚାରୀ, ଗଡ଼ୁନି ବସ୍‌

ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଗୁରୁତର ହେଲେ ଘରୋଇ ବସ୍‌ ଡ୍ରାଇଭର। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ।

author-image
Niharika Rout
Strike

Strike

ଦୁର୍ବୃତ୍ତଙ୍କ ଅତର୍କିତ ଆକ୍ରମଣରେ ଗୁରୁତର ହେଲେ ଘରୋଇ ବସ୍‌ ଡ୍ରାଇଭର। ଗୁରୁତର ଅବସ୍ଥାରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିବା ବେଳେ ଅଭିଯୁକ୍ତଙ୍କ ଗିରଫ ଦାବୀରେ ଆନ୍ଦୋଳନକୁ ଓହ୍ଲାଇଛନ୍ତି କର୍ମଚାରୀ। ଏପରି ଏକ ଘଟଣା ସମ୍ବଲପୁର ସହରର ଅଇଁଠାପାଲି ଘରୋଇ ବସ ଷ୍ଟାଣ୍ଡ ପରିସରରେ ଘଟିଛି। ଫଳରେ ଘରୋଇ ବସ୍‌ ଚଳାଚଳ ପ୍ରଭାବିତ ହୋଇଛି ।

Advertisment

  ଅଇଁଠାପାଲି ଘରୋଇ ବସ ଷ୍ଟାଣ୍ଡ ପରିସରରେ ଗତକାଲି ବିଳମ୍ବିତ ରାତିରେ ଜଣେ ବସ୍‌ ହେଲପରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିଲା । ଜୋରରେ ସେ ଚିତ୍କାର କରିବାରୁ ସେଠାରେ ଉପସ୍ଥିତ ବସ୍‌ କର୍ମଚାରୀ ଗୁରୁତର ଅବସ୍ଥାରେ ତାଙ୍କୁ ବୁର୍ଲା ଡାକ୍ତରଖାନାକୁ ସ୍ଥାନାନ୍ତର କରିଥିଲେ।

ଏହା ପ୍ରତିବାଦରେ ବସ୍‌ କର୍ମଚାରୀମାନେ ବସ ଷ୍ଟାଣ୍ଡ ପରିସରରେ ଆନ୍ଦୋଳନ ଆରମ୍ଭ କରିଛନ୍ତି । ଏଥିଯୋଗୁ ଘରୋଇ ବସ୍‌ ଚଳାଚଳ ପ୍ରଭାବିତ ହୋଇଛି । ବସ୍‌ଷ୍ଟାଣ୍ଡକୁ କୌଣସି ବସ୍‌କୁ ପ୍ରବେଶ କରାଇ ଦିଆ ଯାଉ ନାହିଁ କିମ୍ବା ବସ ଷ୍ଟାଣ୍ଡରୁ କୌଣସି ବସ ଗନ୍ତବ୍ୟ ସ୍ଥଳ ଅଭିମୁଖେ ଯାଇ ପାରୁନାହିଁ ।

Advertisment

ଅଭିଯୁକ୍ତଙ୍କୁ ଗିରଫ କରିବା ସହ ଘରୋଇ ବସ୍ ଷ୍ଟାଣ୍ଡ ପରିସରରେ ଏକ ଫାଣ୍ଡି ସ୍ଥାପନ ପାଇଁ କର୍ମଚାରୀ ମାନେ ଦାବୀ କରି ଆନ୍ଦୋଳନ କରିଛନ୍ତି । ତେବେ ଆକ୍ରମଣର କାରଣ ଜଣା ପଡ଼ିନାହିଁ।

Sambalpur Bus Strike