Advertisment

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼; କହିଲେ - ରେମୁଣା ବିଧାୟକ ଦାୟୀ

ବାଲେଶ୍ୱର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତି ଆଜି ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି।

author-image
Niharika Rout
ଅଦ୍ୟତନ ହୋଇଛି
Attack

Attack

ପୂର୍ବତନ ବିଜେଡି ନେତାଙ୍କୁ ଛୁରାମାଡ଼। ବାଲେଶ୍ୱର ସହଦେବ ଖୁଣ୍ଟାର ପୂର୍ବତନ ବିଜେଡି ନେତା ତନ୍ମୟ ମହାନ୍ତି ଆଜି ମରଣାତ୍ମକ ଆକ୍ରମଣର ଶିକାର ହୋଇଛନ୍ତି। ହେଲେ ଏହା ପଛରେ ରେମୁଣା ବିଧାୟକ ଓ ଜଣେ ଠିକାଦାରଙ୍କ ହାତ ଥିବା ପରି ସାଂଘାତିକ ଅଭିଯୋଗ କରିଛନ୍ତି ତନ୍ମୟ ମହାନ୍ତି ।

Advertisment

ଆଜି ସକାଳୁ ତନ୍ମୟ ଘରୁ ବାହାରି ରାସ୍ତାରେ ଯାଉଥିବା ବେଳେ ତାଙ୍କୁ ପଛ ପଟୁ ପଥର ମାଡ଼ କରିଥିଲେ ଦୁଇ ଜଣ ବ୍ୟକ୍ତି। ପରେ ତାଙ୍କୁ ଛୁରା ମାଡ଼ କରି ସେମାନେ ସେଠାରୁ ଫେରାର ହୋଇ ଯାଇଥିଲେ। ସ୍ଥାନୀୟ ଲୋକେ ତୁରନ୍ତ ତନ୍ମୟ ମହାନ୍ତିଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି।

ଏହି ଘଟଣାକୁ ନେଇ ତନ୍ମୟ ସିଧାସଳଖ ରେମୁଣା ବିଧାୟକ ସୁଧାଂଶୁ ଶେଖର ପରିଡ଼ାଙ୍କୁ ଦାୟୀ କରିଛନ୍ତି। ରେମୁଣା ବିଧାୟକ ଓ ଜଣେ ଠିକାଦାର ପ୍ରଭାତ ବିଶ୍ୱାଳ ଏହି କାଣ୍ଡ ଭିଆଇଥିବା ସେ ଅଭିଯୋଗ କରିଛନ୍ତି।

Advertisment

ତନ୍ମୟଙ୍କ କହିବାନୁଯାୟୀ, ମୁଁ ପ୍ରଥମରୁ ରେମୁଣା ବିଧାୟକ ସୁଧାଂଶୁ ପରିଡ଼ାଙ୍କ ବିରୋଧରେ କୋଟି କୋଟି ଟଙ୍କାର କୃଷି ଦୁର୍ନୀତିର ଅଭିଯୋଗ କରିଥିଲି। ଏହାପରେ ମୁଖ୍ୟମନ୍ତ୍ରୀ ତାଙ୍କୁ ଦଳରୁ ବାହାର କରି ଦେଇଥିଲେ। ଏହାପରେ ସେମାନେ ମୋତେ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ। ଏନେଇ ଚାନ୍ଦିପୁର ଥାନାରେ ଅଭିଯୋଗ କରିଥିଲି। ରେମୁଣା ବସ୍‌ଷ୍ଟାଣ୍ଡରେ ହୋଇଥିବା ମହାଦୁର୍ନୀତିର ପର୍ଦ୍ଦାଫାସ କରିବାକୁ ଯାଉଥିଲୁ। ଏଥିନିମନ୍ତେ ଆରଟିଆଇରୁ ତଥ୍ୟ ମାଗିଥିଲି। ଏହା ପୂର୍ବରୁ ମୋ’ ଉପରେ ଉଦ୍ଦେଶ୍ୟମୂଳକ ଭାବେ ମରଣାନ୍ତକ ଆକ୍ରମଣ ହୋଇଛି।

ତନ୍ମୟ ଆଜି ବାଲେଶ୍ୱର ମେଡିକାଲରେ ଚିକିତ୍ସିତ ଥିବା ବେଳେ ତାଙ୍କର ବହୁ ସମର୍ଥକ ବି ସେଠାରେ ପହଞ୍ଚିଥିଲେ। ଉକ୍ତ ସମୟରେ ରେମୁଣା ବିଧାୟକ ଆଜି ବାଲେଶ୍ୱର ମେଡିକାଲ ଆସିଥିଲେ। ମାତ୍ର ଏ ଘଟଣା ସମ୍ପର୍କରେ ଜାଣି ସେ ତୁରନ୍ତ ମେଡିକାଲ ଛାଡ଼ି ଚାଲି ଯାଇଥିଲେ। ଏନେଇ ତାଙ୍କୁ ପଚାରିବାରୁ ଶତ୍ରୁକୁ କ’ଣ ଦେଖା କରିବି କି ବୋଲି କହି ଚାଲି ଯାଇଥିଲେ।

ପୂର୍ବରୁ ସୁଧାଂଶୁ ପରିଡ଼ାଙ୍କ ଗୋଷ୍ଠୀ ବାରମ୍ବାର ଫୋନ କରି ଜୀବନରୁ ମାରିଦେବାକୁ ଧମକ ଦେଉଥିଲେ। ଏନେଇ ତନ୍ମୟ ମହାନ୍ତି ପୂର୍ବରୁ ଚାନ୍ଦିପୁର ଥାନାରେ ବି ଅଭିଯୋଗ କରିଥିଲେ। ହେଲେ ଏହାପରେ ଆଜି ଏହି ଘଟଣା ଘଟିଛି। ଖବର ପାଇ ସହଦେବଖୁଣ୍ଟା ପୁଲିସ୍‌ ଘଟଣାସ୍ଥଳକୁ ଯାଇ ତଦନ୍ତ ଆରମ୍ଭ କରିଛି।

Balasore