Advertisment

ଯୋଡ଼ା ମୁଣ୍ଡ ଶିଶୁ ଜଗା ଓ ତା’ ବାପାଙ୍କୁ ଆକ୍ରମଣ, ଶୁଣୁନି ପୁଲିସ୍‌

ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଥିବା ଜଣାଯାଇଛି।

Attack

Attack

Advertisment

ଯୋଡ଼ା ମୁଣ୍ଡରୁ ଅଲଗା ଶିଶୁ ଜଗା ଏବଂ ତା ବାପା ଭୂୟାଁ କହଁର ଆକ୍ରମଣର ଶିକାର ହୋଇଥିବା ଅଭିଯୋଗ ହୋଇଛି। । ଜଣେ ଯୁବକ ଜଗାଙ୍କ ବାପାଙ୍କୁ ଠେଲାପେଲା କରିବା ସମୟରେ ଜଗା ତଳେ ପଡ଼ିଯାଇ ମୁଣ୍ଡ ମାଡ଼ ହୋଇଥିବା ଜଣାଯାଇଛି। ଏପରି ଘଟଣା ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଦିନ ଦ୍ୱିପ୍ରହରରେ ଘଟିଛି। ମାତ୍ର ପ୍ରାୟ ୯ ଦିନ ତଳେ ଘଟିଥିବା ଏହି ଘଟଣା ସମ୍ପର୍କରେ ଅଭିଯୋଗ କରାଯିବା ସତ୍ତ୍ୱେ ପୁଲିସ୍‌ ଚୁପ୍‌ ବସିଥିବା ଜଗାଙ୍କ ବାପା ଅଭିଯୋଗ କରିଛନ୍ତି।

Advertisment

ଜଗାଙ୍କ ବାପା ଭୂୟାଁ କହଁର ଫୁଲବାଣୀ ଟାଉନ ଥାନାରେ କରିଥିବା ଅଭିଯୋଗ ଅନୁଯାୟୀ, ଗତ ୨୭ ତାରିଖ ସକାଳେ ଜଗା ସହିତ ସେ ଚା’ ପିଇବାକୁ ଯାଇଥିଲେ। ମେଡ଼ିକାଲ ପରିସରରେ ସେ ବୁଲୁଥିବା ବେଳେ ଜଣେ ଯୁବକ ତାଙ୍କୁ ଗାଳିଗୁଲଜ କରିବା ସହ ମାଡ଼ ମାରିଥିଲେ ।

ପାଖରେ ଥିବା ଜଗା ଏହା ଦେଖି କାନ୍ଦିବାରୁ ସମ୍ପୃକ୍ତ ଯୁବକ ଜଗାକୁ ମଧ୍ୟ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ଭୂୟାଁ କହଁର। ଫଳରେ ଜଗା ତଳେ ପଡ଼ିଯାଇଥିଲା ଏବଂ ତା’ର ମୁଣ୍ଡ ମାଡ଼ ହୋଇଥିଲା। ତେଣୁ ତତ୍‌କ୍ଷଣାତ ତା’ର ସିଟି ସ୍କାନ କରିବାକୁ ପଡ଼ିଥିଲା ବୋଲି କହିଛନ୍ତି ଭୂୟାଁ କଅଁର।

Advertisment

ଏ ବାବଦରେ ଭୂୟାଁ କହଁର ଫୁଲବାଣୀ ଟାଉନ ଥାନାରେ ଲିଖିତ ଏତଲା ଦେବା ସହିତ ଘଟଣାକୁ ୮ ଦିନ ବିତିଯାଇଥିଲେ ବି ପୁଲିସ ଉକ୍ତ ଯୁବକକୁ ଗିରଫ କରିନାହିଁ। ଏନେଇ ସେ ସିଡିଏମଓ ଓ ଜିଲ୍ଲାପାଳଙ୍କୁ ଅବଗତ କରିଥିଲେ ବି କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉନି। ତେବେ ଏ ବାବଦରେ ଫୁଲବାଣୀ ଟାଉନ ଥାନା IIC କିମ୍ବା ମେଡିକାଲ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ।

Kandhamal
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe