Advertisment

ବିଚ୍‌ ରାସ୍ତାରେ ମହିଳା ସରପଞ୍ଚଙ୍କୁ ନିଧୂର୍ମ ମାଡ଼, ବଞ୍ଚାଇବାକୁ ଯାଇ ସ୍ୱାମୀ ଗୁରୁତର

କଥା ଅଣାୟତ୍ତ ହେବାରୁ ପୂର୍ବତନ ସରପଞ୍ଚ ଏବେକାର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ଉପରେ କରିଛନ୍ତି ମରଣାନ୍ତକ ଆକ୍ରମଣ । ଏଥିରେ ଉଭୟ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

ଅଦ୍ୟତନ ହୋଇଛି
Attack

Attack

Advertisment

ପାଣି ପାଇପ ଲଗାଇବାକୁ ନେଇ ହେଲା ମହାଭାରତ । ମୁହାଁମୁହିଁ ହେଲେ ଏବେକାର ସରପଞ୍ଚ ଓ ପୂର୍ବତନ ସରପଞ୍ଚ । କଥା ଅଣାୟତ୍ତ ହେବାରୁ ପୂର୍ବତନ ସରପଞ୍ଚ ଏବେକାର ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀଙ୍କ ଉପରେ କରିଛନ୍ତି ମରଣାନ୍ତକ ଆକ୍ରମଣ । ଏଥିରେ ଉଭୟ ଗୁରୁତର ହୋଇ ଏବେ ମେଡିକାଲରେ ଚିକିତ୍ସାଧୀନ ଅଛନ୍ତି।

Advertisment

ଏପରି ଏକ ଘଟଣା ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକ ଚଷାଖଣ୍ଡ ପଞ୍ଚାୟତରେ ଘଟିଛି। ଆକ୍ରମଣର ଶିକାର ହୋଇଥିବା ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ହେଲେ ପ୍ରତିଭା ମଲ୍ଲିକ ଓ ରଞ୍ଜନ ମଲ୍ଲିକ । ଏନେଇ ମାମଲା ରୁଜୁ ହୋଇଥିଲେ ବି ପୁଲିସ୍‌ କାହାକୁ ଗିରଫ କରିନି।

ରଞ୍ଜନ ମଲ୍ଲିକଙ୍କ ଅଭିଯୋଗ ଅନୁଯାୟୀ, ଗତକାଲି ସନ୍ଧ୍ୟା ବେଳେ ନିର୍ବାହୀ ଯନ୍ତ୍ରୀ ତାଙ୍କ ନିକଟକୁ ଫୋନ୍‌ କରି ପାଣି ପାଇପ୍‌ ସଂଯୋଗକୁ ନେଇ ମାଣିକଛକ ନିକଟରେ ଉତ୍ତେଜନା ଦେଖା ଦେଇଥିବା କହିଥିଲେ। ଏପରିକି ଉତ୍ତ୍ୟକ୍ତ ସରପଞ୍ଚଙ୍କ ସ୍ୱାମୀ ସୁବାସ ମହଲା ସେଠାରେ ଗାଡ଼ିମୋଟର ଅଟକାଇଥିବା କହିଥିଲେ।

Advertisment

ଖବର ପାଇ ସରପଞ୍ଚ ପ୍ରତିଭା ମଲ୍ଲିକ ଓ ସ୍ୱାମୀ ରଞ୍ଜନ ମଲ୍ଲିକ ସେଠାକୁ ଯାଇଥିଲେ। ଏହାପରେ ଉଭୟ ପକ୍ଷ ମଧ୍ୟରେ କଥା କଟାକଟି ହେବା ସହ ଘଟଣା ଅଣାୟତ୍ତ ହୋଇଥିଲା।

ଏଥିରେ ଉତ୍ତ୍ୟକ୍ତ ହୋଇ ପଡ଼ିଥିବା ସୁବାସ ମହଲା ପ୍ରଥମେ ସରପଞ୍ଚ ପ୍ରତିଭା ମଲ୍ଲିକଙ୍କୁ ଗୋଇଠା, ବିଧା, ଚାପୁଡ଼ା ମାରିବା ସହ ତାଙ୍କୁ ଧକ୍କା ମାରିଥିବା ରଞ୍ଜନ ମଲ୍ଲିକ ଅଭିଯୋଗ କରିଛନ୍ତି। ଏହାଦେଖି ସେ ନିଜ ପତ୍ନୀଙ୍କୁ ରକ୍ଷା କରିବାକୁ ଯିବାରୁ ତାଙ୍କୁ ମୁଣ୍ଡକୁ ସୁବାସ କାଠ ଫାଳିଆରେ ପିଟି ଦେଇଥିବା କହିଛନ୍ତି ।

ଉଭୟଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ମଙ୍ଗଳପୁର ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ମାତ୍ର ଅବସ୍ଥା ସଙ୍କଟାପନ୍ନ ହେବାରୁ ଉଭୟଙ୍କୁ ଯାଜପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ସେଠାରେ ଉଭୟଙ୍କ ଅବସ୍ଥା ସ୍ଥିର ଥିବା ଜଣାଯାଇଛି।

ଏନେଇ ରଞ୍ଜନ ମଲ୍ଲିକଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଥିବା ବେଳେ ପୁଲିସ୍‌ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ନ ଥିବା ଜଣାଯାଇଛି। 

Jajpur
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe