Advertisment

ଖଣି ଅଧିକାରୀଙ୍କୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ, ଡ୍ରାଇଭର ଫେରାର

ଖଣି ଅଧିକାରୀ ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାରୁ ଡ୍ରାଇଭରଜଣକ ଖଣି ଅଧିକାରୀଙ୍କ ଗାଡିକୁ ଧକ୍କା ଦେଇଥିଲା।

Accident

Accident

Advertisment

ବେଆଇନ ବାଲି ଉଠାଣ ଓ ଚାଲାଣ ବନ୍ଦ ପାଇଁ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ ସତ୍ତ୍ୱେ କଟକର ବିଭିନ୍ନି ସ୍ଥାନରେ ବେଧଡ଼କ ଭାବେ ବେଆଇନ ବାଲି ଚାଲାଣ ଚାଲିଛି। ଏହାକୁ ରୋକିବାକୁ ଉଦ୍ୟମ କରୁଥିବା ସରକାରୀ ଅଧିକାରୀଙ୍କ ଉପରେ ହେଉଛି ମରଣାନ୍ତକ ଆକ୍ରମଣ। ଏପରି ଏକ ଘଟଣା ସଦର ଥାନା ଅଞ୍ଚଳରେ ଘଟିଛି।

Advertisment

ସଦର ଥାନା ଅଞ୍ଚଳରେ ବେଆଇନ ବାଲି ଚାଲାଣ ହେଉଥିବା ଖବର ପାଇ ଜିଲ୍ଲା ଖଣି ଅଧିକାରୀ ସମ୍ୱିତ ସାହୁ ଯାଞ୍ଚ କରିବାକୁ ଘଟଣାସ୍ଥଳକୁ ଯାଇଥିଲେ। ଉକ୍ତ ସମୟରେ ଖଣି ଅଧିକାରୀ ଏକ ବାଲି ବୋଝେଇ ହାଇୱାକୁ ଅଟକାଇବାରୁ ଡ୍ରାଇଭରଜଣକ ଖଣି ଅଧିକାରୀଙ୍କ ଗାଡିକୁ ଧକ୍କା ଦେଇଥିଲା। ଏହି ଦୁର୍ଘଟଣାରୁ ଜିଲ୍ଲା ଖଣି ଅଧିକାରୀ ସମ୍ୱିତ ସାହୁ ଅଳ୍ପକେ ବର୍ତ୍ତି ଯାଇଛନ୍ତି । ଧକ୍କା ଦେବା ପରେ ଡ୍ରାଇଭର ଘଟଣାସ୍ଥଳରୁ ଖସି ଫେରାର ହୋଇ ଯାଇଥିବା ବେଳେ ଗାଡିକୁ ଜବତ କରିଛି ପୁଲିସ୍‌। ଖଣି ବିଭାଗ ପକ୍ଷରୁ ଯାଞ୍ଚ କରାଯାଇ ୩ଟି ହାଇୱା ଜବତ କରାଯାଇଛି।

ଖଣି ଅଧିକାରୀ ଏନେଇ ସଦର ଥାନାରେ ଏତଲା ଦେବାପରେ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ହାଇୱା ଡ୍ରାଇଭର ଜଣକ ଚିହ୍ନଟ ହୋଇଥିବା ବେଳେ ତାକୁ ଖୁବଶୀଘ୍ର ଗିରଫ କରାଯିବ ବୋଲି କହିଛନ୍ତି ଆଡିସନାଲ ଡିସିପି ଅନିଲ ମିଶ୍ର।

Advertisment

ଆଡିସନାଲ ଡିସିପି ଅନିଲ ମିଶ୍ର କହିଛନ୍ତି, ବାଲି ଗାଡ଼ି ଯାଞ୍ଚ ପାଇଁ ମାଇନିଂ ଅଧିକାରୀ ଯାଇଥିଲେ। ସେଠାରେ ସେ ଗାଡ଼ିକୁ ଅଟକ ରଖିଥିବା ବେଳେ ଗାଡ଼ି ଡ୍ରାଇଭର ମାଇନିଂ ଅଧିକାରୀଙ୍କ ଗାଡ଼ିକୁ ଧକ୍କା ଦେଇଥିଲା। ଏନେଇ ଏକ ମାମଲା ରୁଜୁ କରାଯାଇ ଗାଡ଼ି ଜବତ ହୋଇଛି। ଡ୍ରାଇଭରଙ୍କୁ ଖୋଜା ଚାଲିଛି।

Cuttack Attempt To Murder Truck
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe