Advertisment

ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ, ଫୁଟିଲା ଗୁଳି

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ ଆସନରେ ଆଜି ସକାଳୁ ମତଦାନ ଚାଲିଛି।

author-image
Madhupriya Mistry
Rajasthan election clash

Rajasthan election clash

ରାଜସ୍ଥାନ ବିଧାନସଭା ନିର୍ବାଚନ ବେଳେ ହିଂସା। ଭୋଟିଂ ଭିତରେ ମନ୍ତ୍ରୀଙ୍କୁ ଆକ୍ରମଣ। ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ମନ୍ତ୍ରୀଙ୍କ ଉପରକୁ ମରାନ୍ତକ ଆକ୍ରମଣ ହୋଇଛି। ସେହିପରି ଅନ୍ୟ ଏକ ଭୋଟିଂ ବୁଥ୍‌ ଦୁଇ ଗୋଷ୍ଠୀ ମଧ୍ୟରେ ସଂଘର୍ଷ ପରେ ଗୁଳି ମଧ୍ୟ ଫୁଟିଛି।

Advertisment

ସୂଚନା ମୁତାବକ, ଭୋଟିଂ ଚାଲିଥିବା ବେଳେ ଭିଲଓ୍ୱାଡା ଜିଲ୍ଲାର ମଣ୍ଡଳ ବିଧାନସଭା ଆସନରୁ କଂଗ୍ରେସର ପ୍ରାର୍ଥୀ ଥିବା ତଥା ଗେହଲଟଙ୍କ ରାଜସ୍ୱ ମନ୍ତ୍ରୀ ରାମଲାଲ ଜାଟ୍‌ଙ୍କ ମରଣାନ୍ତକ ଆକ୍ରମଣ ହୋଇଛି। ଜଣେ ବୟସ୍କ ବ୍ୟକ୍ତି ହାତରେ ପଥର ଧରି ତାଙ୍କ ଉପରେ ଆକ୍ରମଣ କରିଛନ୍ତି। ଏହି ସମୟରେ ମନ୍ତ୍ରୀଙ୍କ ସୁରକ୍ଷାକର୍ମୀମାନେ ତାଙ୍କୁ ଅଟକାଛନ୍ତି।

ସେପଟେ ଏହି ଆକ୍ରମଣ ପାଇଁ ବିରୋଧୀ ଦଳକୁ ଦାୟୀ କରିଛନ୍ତି ମନ୍ତ୍ରୀ। ମୁଁ କାହାକୁ ଭୟ କରି ଅଟକି ନାହିଁ। ମଣ୍ଡଳବାସୀଙ୍କ ଆଶୀର୍ବାଦ ମୋ ସହ ଅଛି ବୋଲି ଆକ୍ରମଣ ପରେ ମନ୍ତ୍ରୀ ରାମଲାଲ କହିଛନ୍ତି।

Advertisment

ସେହିପରି ଧୋଲପୁର ଜିଲ୍ଲା ବାଡି ବିଧାନସଭା ଅଞ୍ଚଳରେ ଫୁଟିଛି ଗୁଳି। ବିଧାନସଭା ନିର୍ବାଚନକୁ ନେଇ ଏହି ଗୁଳିମାଡ଼ ହୋଇଥିବା କୁହାଯାଉଛି। ତେବେ ଏଥିରେ କେହି ମୃତାହତ ହୋଇନଥିବା ସୂଚନା ମିଳିଛି। ଅନ୍ୟପଟେ ଫତେପୁର ଶେଖାବତୀ ଦୁଇ ଗୋଷ୍ଠୀ ମଧ୍ୟ ସଂଘର୍ଷ ଦେଖାଦେଇଛି। ଏମାନେ ପରସ୍ପର ଉପରକୁ ପଥର ମାଡ଼ କରିଛନ୍ତି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିକୁ ନିୟନ୍ତ୍ରଣ କରିବା ସହ ଅନେକ ଲୋକଙ୍କୁ ଅଟକ ରଖିଛି।

୨୦୦ ଆସନ ବିଶିଷ୍ଟ ରାଜସ୍ଥାନ ବିଧାନସଭାରେ ୧୯୯ ଆସନରେ ଆଜି ସକାଳୁ ମତଦାନ ଚାଲିଛି। ସକାଳ ୭ଟାରୁ ଭୋଟିଂ ଆରମ୍ଭ ହୋଇଥିବା ବେଳେ ଏହା ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ଚାଲିବ। ୫ କୋଟି ୨୫ ଲକ୍ଷରୁ ଅଧିକ ଭୋଟର ସେମାନଙ୍କ ମତାଧିକାର ସାବ୍ୟସ୍ତ କରୁଛନ୍ତି। ଦିନ ୧ଟା ସୁଦ୍ଧା ୪୦.୨୭ ପ୍ରତିଶତ ଭୋଟ ଗ୍ରହଣ ହୋଇଛି। ଭୋଟ ଗ୍ରହଣ ପାଇଁ ୫୧ ହଜାର ୭୫୬ ମତଦାନ କେନ୍ଦ୍ର କରାଯାଇଛି। ୨୬ ହଜାର ଭୋଟଗ୍ରହଣ କେନ୍ଦ୍ରର ୱେବକାଷ୍ଟିଂ କରାଯାଉଛି। 

Political Violence Rajasthan Assembly Elections Assembly Voting