ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯାତ୍ରୀ ୧୬ନମ୍ବର ମୋବସ୍ କଣ୍ଟକ୍ଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର ମାନେ। ମୋବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି, ସେ ପର୍ଯ୍ୟନ୍ତ ବସ୍ ନଚଲାଇବାକୁ ସେମାନେ ଦାବି କରିଛନ୍ତି। ସେପଟେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଡ୍ରାଇଭର ମାନଙ୍କୁ ବୁଝାସୁଝା କରିବା ସହିତ ଛାନବିନ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯାତ୍ରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଚି ପୁଲିସ।
TAGS
ପଢନ୍ତୁ ଓଡ଼ିଶା ରିପୋର୍ଟର ଖବର ଏବେ ଟେଲିଗ୍ରାମ୍ ରେ। ସମସ୍ତ ବଡ ଖବର ପାଇବା ପାଇଁ ଏଠାରେ କ୍ଲିକ୍ କରନ୍ତୁ।
Related Stories

National
ଘରେ ଖାଇବେ ବୋଲି ମା’ଙ୍କୁ ଫୋନ୍ କରି କହିଲେ ଡାକ୍ତର, କିନ୍ତୁ ସମୁଦ୍ରକୁ ଡେଇଁ ପଡ଼ିଲେ
ଡାକ୍ତରଙ୍କ ପତ୍ତା ମିଳିନଥିବା ବେଳେ ସେ ପ୍ରାୟ ମାସେ ହେଲା ମାନସିକ ଚାପରେ ରହୁଥିଲେ ବୋଲି ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି।

National
ସ୍ତ୍ରୀ ମରିବା ପର୍ଯ୍ୟନ୍ତ ତଣ୍ଟିରେ ଛିଡ଼ା ହେଲେ ସ୍ୱାମୀ
ଉଭୟ ସ୍ୱାମୀସ୍ତ୍ରୀ ବିଟେକ୍ କରି ବେଙ୍ଗାଲୁରୁରେ ଚାକିରି କରୁଥିଲେ।

Crime
ଭୂତ ଛଡ଼ାଇବା ନାଁରେ ମହିଳାଙ୍କୁ ପିଟିପିଟି ମାରିଦେଲେ, ଗୁଣିଆକୁ ଡାକିଥିଲା ପୁଅ
ମହିଳାଙ୍କୁ ହତ୍ୟା କରାଯିବା ଘଟଣାରେ ତାଙ୍କ ପୁଅ, ଗୁଣିଗାରେଡି କରି ଭୂତ ଛଡ଼ାଉଥିବାର ଦାବି କରୁଥିବା ଜଣେ ମହିଳା ଓ ତାଙ୍କ ସ୍ୱାମୀଙ୍କୁ ପୁଲିସ୍ ଗିରଫ କରିଛି।

Crime
ବ୍ୟବସାୟୀ ଗୋପାଲ ଖେମକାଙ୍କ ହତ୍ୟା ଅଭିଯୁକ୍ତ ପୁଲିସ ଗୁଳିରେ ମୃତ
ପୁଲିସ୍ର କହିବା କଥା ଯେ ଗୋପାଲ ଖେମକାଙ୍କ ହତ୍ୟାରେ ବ୍ୟବହୃତ ହୋଇଥିବା ବନ୍ଧୁକ ରାଜା ସପ୍ଲାଏ କରିଥିଲା। ସେ ଶୁଟର ଉମେଶର ଘନିଷ୍ଠ ସହଯୋଗୀ। ଉମେଶ ହେଉଛି ଗୋପାଲ ଖେମକା ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ।

Crime
ପକ୍ଷାଘାତ ସ୍ୱାମୀଙ୍କୁ ପ୍ରେମିକ ସହ ମିଶି କଲବଲ କରି ମାରିଲା ସ୍ତ୍ରୀ
୩୦ ବର୍ଷୀୟ ଦିଶା ୧୩ ବର୍ଷ ତଳେ ୩୮ ବର୍ଷୀୟ ଚନ୍ଦ୍ରଶେନଙ୍କୁ ବିବାହ କରିଥିଲା। ସେମାନଙ୍କର ୨ଟି ଝିଅ ଓ ଗୋଟିଏ ୬ ବର୍ଷର ପୁଅ ରହିଛନ୍ତି।