Advertisment

ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ

ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର ମାନେ।

Protest

Protest

Advertisment

ମୋ ବସର କଣ୍ଡକ୍ଟରଙ୍କୁ ଆକ୍ରମଣ ଅଭିଯୋଗ। ରାଜଧାନୀ ଭୁବନେଶ୍ୱରରେ ଜଣେ ଯାତ୍ରୀ ୧୬ନମ୍ବର ମୋବସ୍‌ କଣ୍ଟକ୍ଟରଙ୍କୁ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି। ଏହି ପ୍ରତିବାଦରେ ମାଷ୍ଟର କ୍ୟାଣ୍ଟିନରେ ମୋବସ ଅଟକାଇ ଆନ୍ଦୋଳନ କରୁଛନ୍ତି ସମସ୍ତ ବସ ଡ୍ରାଇଭର ଓ କଣ୍ଡକ୍ଟର ମାନେ। ମୋବସ ଡ୍ରାଇଭର ଓ କଣ୍ଡକ୍ଟରଙ୍କୁ ଯେପର୍ଯ୍ୟନ୍ତ ସୁରକ୍ଷା ନମିଳିଛି, ସେ ପର୍ଯ୍ୟନ୍ତ ବସ୍‌ ନଚଲାଇବାକୁ ସେମାନେ ଦାବି କରିଛନ୍ତି। ସେପଟେ ଘଟଣା ସ୍ଥଳରେ ଖାରବେଳ ନଗର ଥାନା ପୁଲିସ ପହଞ୍ଚି ଡ୍ରାଇଭର ମାନଙ୍କୁ ବୁଝାସୁଝା କରିବା ସହିତ ଛାନବିନ ଆରମ୍ଭ କରିଛି। ଆକ୍ରମଣ କରିଥିବା ଯାତ୍ରୀଙ୍କୁ ଥାନାରେ ଅଟକ ରଖି ପଚରା ଉଚରା କରୁଚି ପୁଲିସ।

Advertisment
Mo Bus
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe