Advertisment

ନନ୍ଦନକାନନରେ ଦୁର୍ବୃତ୍ତଙ୍କ ଆତଙ୍କରାଜ: ୨ ଗିରଫ

ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଥିଲେ।

author-image
Tapaswini Nayak
ଅଦ୍ୟତନ ହୋଇଛି
Nandankanan

Nandankanan

ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନର ଉପ ନିର୍ଦ୍ଦେଶକଙ୍କ ଅଫିସରେ ଦୁର୍ବୃତ୍ତଙ୍କ ଆତଙ୍କରାଜ ଘଟଣାରେ ୨ଜଣଙ୍କୁ ଗିରଫ କରିଛି ପୁଲିସ। ସିସିଟିଭି ଆଧାରରେ ପୁଲିସ ୨ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାଯାଇଛି। 

Advertisment

ଗତକାଲି ସନ୍ଧ୍ୟାରେ କିଛି ଦୁର୍ବୃତ୍ତ ଅଫିସ ଭିତରକୁ ମାରଣାସ୍ତ୍ର ଧରି ପଶିବା ସହ ଆତଙ୍କ ସୃଷ୍ଟି କରିଥିଲେ। ଅଫିସରେ ଉପସ୍ଥିତ ଥିବା ଉପନିର୍ଦ୍ଦେଶକଙ୍କ ଅଫିସରେ ଜୀବବିଜ୍ଞାନୀ ଡକ୍ଟର ରାଜେଶ ମହାପାତ୍ର, ଏସିଏଫ୍ ଡକଟର ସୁଦୀପ୍ତ କୁମାର ପଣ୍ଡା ଓ ଡକ୍ଟର ରଶ୍ମୀ ରଂଜନ ସ୍ୱାଇଁ ପ୍ରମୁଖଙ୍କୁ ଦୁର୍ବ୍ୟବହାର ସହ ମାରଣାସ୍ତ୍ର ଧରି ଆକ୍ରମଣ କରିଥିଲେ। ଏହାସହ ଦୁର୍ବୃତ୍ତମାନେ କମ୍ପ୍ୟୁଟର, ଲାପଟପ୍, ପ୍ରିଣ୍ଟର୍, ଟିଭି ଏବଂ ଆସବାବପତ୍ର ସମେତ ଅନେକ ଅଫିସ୍ ସମ୍ପତ୍ତିକୁ ନଷ୍ଟ କରିଥିବା ଅଭିଯୋଗ ହୋଇଛି। ଯାହାର ଚିତ୍ର ସିସିଟିଭିରେ କଏଦ୍ ହୋଇଛି ।

ସେହିପରି ଅଡିଟ୍ଅ ଧିକାରୀଙ୍କ ଲାପଟପ୍ ଓ ମୋବାଇଲ୍ ଫୋନକୁ ବି ନଷ୍ଟ କରିଦେଇଛନ୍ତି ଦୁର୍ବୃତ୍ତ। ଏ ସଂପର୍କରେ ନନ୍ଦନକାନନ ଥାନାରେ ମାମଲା ରୁଜୁ କରାଯାଇଥିଲା। ସିସିଟିଭି ଫୁଟେଜ ଆଧାରରେ ଏଥିରେ ସଂପୃକ୍ତ ଥିବା ଦୁଇ ଦୁର୍ବୃତ୍ତଙ୍କୁ ଗତକାଲି ବିଳମ୍ବିତ ରାତିରେ ଗିରଫ କରିଛି। ତେବେ ଏଭଳି ଆତଙ୍କରାଜ ପଛର କାରଣ କ’ଣ, ସେନେଇ ସ୍ପଷ୍ଟ ସୂଚନା ମିଳିପାରିନାହିଁ

Advertisment
Bhubaneswar Nandankanan Zoological Park