Advertisment

ତାତିଲେ ବାଲି ମାଫିଆ; ଖଣି ଅଧିକାରୀଙ୍କୁ ପିଟିଲେ

୬ଟି ହାଇୱା ଓ ଗୋଟିଏ ଟ୍ରାକ୍ଟରରେ ଚୋରାବାଲି ଚାଲାଣ  ହେଉଥିବା ଖଣି ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ।

Sized truck

Sized truck

Advertisment

ବାଲି ମାଫିଆଙ୍କ ଦାଦାଗିରି। ଗାଡ଼ି ଯାଞ୍ଚ ବେଳେ ଖଣି ଅଧିକାରୀଙ୍କୁ ମାଫିଆମାନେ ଅସଭ୍ୟ ଭାଷାରେ ଗାଳିଗୁଲଜ କରିବା ସହ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏପରି ଘଟଣା ଘଟିଛି କୋରାପୁଟ ଟାଉନରେ। ଆହତ ଖଣି ଅଧିକାରୀଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ପ୍ରାଥମିକ ଚିକିତ୍ସା ପରେ ସେ ଘରକୁ ଫେରିଥିବା ଜଣାଯାଇଛି।

Advertisment

୬ଟି ହାଇୱା ଓ ଗୋଟିଏ ଟ୍ରାକ୍ଟରରେ ଚୋରାବାଲି ଚାଲାଣ ହେଉଥିବା ଖଣି ଅଧିକାରୀ କୌଣସି ସୂତ୍ରରୁ ଖବର ପାଇଥିଲେ। ଆଜି ସକାଳେ ଆସିଷ୍ଟାଣ୍ଡ ମାଇନିଂ ଅଫିସର ଓ ଷ୍ଟାପମାନେ ଖଣି କାର୍ଯ୍ୟାଳୟ ନିକଟ ଦେଇ ଯାଇଥିବା ରାଜପଥରେ ଚେକିଂ କରୁଥିଲେ। ଏହି ସମୟରେ ୬ଟି ହାଇୱା ଓ ଗୋଟିଏ ଟ୍ରାକ୍ଟରକୁ ଖଣି ଅଧିକାରୀ ଅଟକାଇଥିଲେ ଓ ଗାଡ଼ିର କାଗଜ ପତ୍ର ଯାଞ୍ଚ କରିଥିଲେ।

ଏହି ସମୟରେ ଆସିଷ୍ଟାଣ୍ଡ ମାଇନିଂ ଅଫିସରଙ୍କୁ ଜଣେ ବାଲି ମାଫିଆ ଆସି ଅସଭ୍ୟ ଭାଷାରେ ଗାଳି ଦେବା ସହ ଆକ୍ରମଣ କରିଥିଲେ। ଏହା ଦେଖି ଅନ୍ୟ କର୍ମଚାରୀମାନେ ପୁଲିସକୁ ଫୋନ୍‌ କରି ଘଟଣା ସଂପର୍କରେ ଜଣାଇଥିଲେ। କୋରାପୁଟ ଟାଉନ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ୬ଟି ହାଇୱା ଓ ଗୋଟିଏ ଟ୍ରାକ୍ଟରକୁ ଅଟକ ରଖିଛି। ଏନେଇ ଟାଉନ ଥାନାରେ ଲିଖିତ ଅଭିଯୋଗ ହୋଇଛି। ପୁଲିସ ଏହି ଘଟଣାରେ ଜଣଙ୍କୁ ଅଟକ ରଖି ପଚରାଉଚରା କରୁଛି।

Advertisment
Odisha Police Koraput
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe