Advertisment

ତାତିଲେ ବାଲି ମାଫିଆ; ଖଣି ଅଧିକାରୀଙ୍କୁ ଘୋଷାଡି ଘୋଷାଡି ପିଟିଲେ

ଘସିପୁରା ପୁଲିସ ଯାଇ ଖଣି ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ  ଉଦ୍ଧାର କରିଥିଲା।

author-image
Tapaswini Nayak
ଅଦ୍ୟତନ ହୋଇଛି
Attack

Attack

ରାସ୍ତା ଉପରେ ଖଣି ଅଧିକାରୀଙ୍କ ସହ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଲେ ବାଲି ମାଫିଆ। ବାଲି ମାଫିଆଙ୍କ ଆକ୍ରମଣରେ ଖଣି ଅଧିକାରୀ ଗୁରୁତର ଆହତ ହୋଇଛନ୍ତି। ଏପରି ଘଟଣା ଘଟିଛି କେନ୍ଦୁଝର ଜିଲ୍ଲା ଆନନ୍ଦପୁରରେ। ଖଣି ଅଧିକାରୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି।

Advertisment

ପ୍ରତ୍ୟେକ ଦିନ ଆନନ୍ଦପୁର ଉପଖଣ୍ଡର ବୈତରଣୀ, କୁଶେଇ ଓ ରେମାଳ ନଦୀର ବିଭିନ୍ନ ବାଲିଘାଟରୁ ଶହ ଶହ ଟ୍ରିପ୍ ବାଲି ମାଫିଆମାନେ ଚୋରାଚାଲାଣ କରିଥାନ୍ତି। ଗତକାଲି ମଧ୍ୟ ଚାଲାଣ କରାଯାଉଥିଲା। ଗତକାଲି ବିଳମ୍ବିତ ରାତିରେ ଖଣି ଅଧିକାରୀଙ୍କ ସହ ତାଙ୍କ ଟିମ୍ ଆସି ଚଢ଼ାଉ କରିଥିଲେ। ଏହି ସମୟରେ ବାଲି ମାଫିଆମାନେ ସେମାନଙ୍କୁ ଘେରି ଯାଇଥିଲେ। ଠେଙ୍ଗା, ଧାରୁଆ ଅସ୍ତ୍ର ଧରି ଆକ୍ରମଣ କରିଥିଲେ।

ଖଣି ଅଧିକାରୀଙ୍କ ସମେତ ଅନ୍ୟ କର୍ମଚାରୀଙ୍କୁ ଘୋଷାଡ଼ି ଘୋଷାଡ଼ି ରାସ୍ତା ଉପରେ ମାଡ଼ ମାରିଥିଲେ। ଏଥିସହ ଗାଡ଼ି ଭଙ୍ଗାରୁଜା କରିଥିଲେ।  ପରେ ସେହି ରାସ୍ତା  ଦେଇ ଏକ ଆମ୍ବୁଲାନ୍ସ ସାଇରନ ମାରି ଆସିଥିଲା। ବାଲି ମାଫିଆ ମାନେ ପୁଲିସ ଗାଡ଼ି ଭାବି ସେଠାରୁ ଚମ୍ପଟ ମାରିଥିଲେ। ପରେ ଘସିପୁରା ପୁଲିସ ଯାଇ ଖଣି ଅଧିକାରୀ ସମେତ ଅନ୍ୟ କର୍ମଚାରୀଙ୍କୁ  ଉଦ୍ଧାର କରିଥିଲା।

Advertisment
Kendujhar