Advertisment

ପୁଲିସ୍‌ ଏଏସ୍‌ଆଇଙ୍କୁ ସଂଘବଦ୍ଧ ଆକ୍ରମଣ, ଅବସ୍ଥା ଗୁରୁତର

ଦପଲ୍ଲା ଗ୍ରାମରେ ଏକ ଅପହରଣ ହୋଇଥିବା ନେଇ ଗତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୧୧୨କୁ ଫୋନ୍‌ ଆସିଥିଲା।

author-image
Niharika Rout
Police ASI

Police ASI

ଅପହରଣ ମାମଲାର ତଦନ୍ତ କରିବାକୁ ଯାଇ ମରଣାନ୍ତକ ଆକ୍ରମଣର ଶିକାର ହୋଇଛନ୍ତି ପୁଲିସ୍‌ ଏଏସ୍‌ଆଇ। ଗୁରୁତର ଅବସ୍ଥାରେ ସେ ଏବ ହସ୍ପିଟାଲ ବେଡରେ ପଡ଼ି ରହିଛନ୍ତି। ଏପରି ଏକ ଅଭାବନୀୟ ଘଟଣା ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ଅଞ୍ଚଳରେ ଘଟିଛି। ଗୁରୁତର ପୁଲିସ୍‌ କର୍ମଚାରୀଜଣକ ହେଲେ ମନମୁଣ୍ଡା ଥାନା ASI କୁମୁଦ ଭୋଇ । ଦପଲାଠାରେ ଗତକାଲି ବିଳମ୍ବିତ ରାତ୍ରିରେ ASI କୁମୁଦ ଭୋଇଙ୍କ ଉପରକୁ ଏପରି ମରଣାନ୍ତକ ଆକ୍ରମଣ ହୋଇଥିବା ସୂଚନା ମିଳିଛି।

Advertisment

ଦପଲ୍ଲା ଗ୍ରାମରେ ଏକ ଅପହରଣ ହୋଇଥିବା ନେଇ ଗତ ରାତିରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା ଥାନା ୧୧୨କୁ ଫୋନ୍‌ ଆସିଥିଲା। ଘଟଣାର ତଦନ୍ତ ପାଇଁ ଏଏସଆଇ କୁମୁଦ ଭୋଇ ପିସିଆର ଭ୍ୟାନ୍‌ରେ ନିଜ ଟିମ୍ ନେଇ ଦପଲ୍ଲା ଗ୍ରାମକୁ ଯାଇଥିଲେ ।

ପୁଲିସ୍‌ ଟିମ୍‌ ଉକ୍ତ ସ୍କୁଲ ନିକଟରେ ପହଞ୍ଚିବା ପରେ କିଛି ବ୍ୟକ୍ତି ଗାଡ଼ି ଅଟକାଇଥିଲେ। ପ୍ରାୟ ୧୦ରୁ ଊର୍ଦ୍ଧ୍ୱ ଦୁର୍ବୃତ୍ତ ASIଙ୍କୁ ମିଳିତ ଭାବେ ଠେଙ୍ଗାରେ ଆକ୍ରମଣ କରି ଲହୁ ଲୁହାଣ କରି ଫେରାର ହୋଇ ଯାଇଥିଲେ। ତେବେ ତାଙ୍କ ସାଙ୍ଗରେ ଥିବା ଅନ୍ୟ ଦୁଇ ଜଣ ହୋମଗାର୍ଡ ଏବଂ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିଲେ।

Advertisment

ଅନ୍ୟପଟେ ଗୁରୁତର ଅବସ୍ଥାରେ ଏଏସଆଇ କୁମୁଦ ଭୋଇଙ୍କୁ ପୁଲିସ୍‌ ଟିମ୍‌ ଉଦ୍ଧାର କରି ପ୍ରଥମେ ସୋନପୁର ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଥିଲା । ସେଠାରେ ତାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବଲାଙ୍ଗୀର ମେଡିକାଲ ଏବଂ ପରେ ବରଗଡ଼ ବିକାଶ ମେଡିକାଲ କୁ ସ୍ଥାନାନ୍ତର କରାଯାଇଛି। ଅନ୍ୟପକ୍ଷରେ ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଥିବା ସୂଚନା ମିଳିଛି ।

Attack On Police Police