Advertisment

ଲୋକଙ୍କ ମାଡ଼ରେ ପୁଲିସ୍‌ ଘାଇଲା; ଏସଡିପିଓଙ୍କ ମୁଣ୍ଡ ଫାଟିଲା, ଆଇଆଇସିଙ୍କ ହାତ ଭାଙ୍ଗିଲା

ଜମିଜମା ବିବାଦକୁ ନେଇ ତାତିଲେ ଲୋକେ। ବିଳମ୍ବରେ ପୁଲିସ୍‌ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଲୋକଙ୍କ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ପୁଲିସ୍‌ ଅଧିକାରୀ।

author-image
Niharika Rout
ଅଦ୍ୟତନ ହୋଇଛି
Police In Medical

Police In Medical

ଜମିଜମା ବିବାଦକୁ ନେଇ ତାତିଲେ ଲୋକେ। ବିଳମ୍ବରେ ପୁଲିସ୍‌ ପହଞ୍ଚିବାରୁ ଉତ୍ତ୍ୟକ୍ତ ଲୋକେ ପୁଲିସ୍‌କୁ ଆକ୍ରମଣ କରିବାକୁ ପଛାଇଲେ ନାହିଁ। ଲୋକଙ୍କ ଆକ୍ରମଣର ଶିକାର ହୋଇ ଲହୁଲୁହାଣ ହେଲେ ପୁଲିସ୍‌ ଅଧିକାରୀ। ଏଥିଯୋଗୁ ଜଣେ ଏସଡିପିଓଙ୍କ ମୁଣ୍ଡ ଫାଟିଥିବା ବେଳେ ଆଇଆଇସିଙ୍କ ହାତ ଭାଙ୍ଗିଛି। ଏଥିରେ ଜଣେ ମହିଳା ଏଏସଆଇ ମଧ୍ୟ ଆହତ ହୋଇଛନ୍ତି । ଏପରି ଏକ ଅଭାବନୀୟ ଘଟଣା ଗତକାଲି ମୟୂରଭଞ୍ଜ ଜିଲ୍ଲା ବଡ଼ସାହି ଥାନା ଅଧୀନ ବେଲପାଳ ଗାଁରେ ଘଟିଛି।

Advertisment

ଜମିଜମା ବିବାଦକୁ ନେଇ ବେଲପାଳ ଗାଁରେ ଜଣେ ବ୍ୟକ୍ତିଙ୍କୁ ଦୁଇ ଭାଇ ଆକ୍ରମଣ କରିଥିଲେ। ଏନେଇ ଗ୍ରାମବାସୀ ପୁଲିସ୍‌କୁ ଖବର ଦେଇଥିବା ବେଳେ ପୁଲିସ୍‌ ଦୀର୍ଘ ସମୟ ପର୍ଯ୍ୟନ୍ତ ଗାଁରେ ପହଞ୍ଚି ନ ଥିଲା। ଫଳରେ ଉତ୍ତ୍ୟକ୍ତ ଲୋକେ ଉଭୟଙ୍କ ଗିରଫଦାରୀ ଦାବିରେ ବେଳପାଳ ଛକରେ ରାସ୍ତା ଅବରୋଧ କରିଥିଲେ।

ଖବର ପାଇ ସନ୍ଧ୍ୟା ପରେ ପୁଲିସ୍‌ ପହଞ୍ଚିବାରୁ ଗ୍ରାମବାସୀଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖା ଯାଇଥିଲା। ବେତନଟୀ ଏସଡିପିଓ ସୁଦର୍ଶନ ଦାସ ଏବଂ ବଡ଼ସାହି ଆଇଆଇସି ଓ ପୁଲିସ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ତେବେ କିଛି ଲୋକ ହଠାତ୍ ପୁଲିସ ଉପରକୁ ଅତର୍କିତ ଆକ୍ରମଣ କରିଥିଲେ ।

Advertisment

ଏହି ଆକ୍ରମଣରେ ବେତନଟୀ ଏସଡିପିଓ ସୁଦର୍ଶନ ଦାସଙ୍କ ମୁଣ୍ଡ ଫାଟିଥିବା ବେଳେ ଆଇଆଇସି ଉମାଶଙ୍କର ନାୟକଙ୍କ ହାତ ଭାଙ୍ଗି ଯାଇଛି। ଏଥି ସହ ଜଣେ ମହିଳା ଏଏସଆଇ ମଧ୍ୟ ଆହତ ହୋଇଛନ୍ତି। ସମସ୍ତଙ୍କୁ ବଡ଼ସାହି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା। ଏହାପରେ ସମସ୍ତଙ୍କୁ ବାରିପଦାସ୍ଥିତ ପିଆରଏମ୍‌ ମେଡିକାଲ କଲେଜରେ ଭର୍ତ୍ତି ହୋଇଛନ୍ତି ।

ଏହି ଘଟଣା ପରେ ଗାଁ ପୁରୁଷଶୂନ୍ୟ ହୋଇ ଯାଇଥିବା ବେଳେ ଘଟଣାସ୍ଥଳରେ ପୁଲିସ୍‌ ମୁତୟନ ହୋଇଛନ୍ତି।

Attack On Police Mayurbhanj