Advertisment

ଗାଁ ଦାଣ୍ଡରେ ସରପଞ୍ଚଙ୍କୁ ନିର୍ଧୂମ ମାଡ଼; ସାକ୍ଷୀଙ୍କୁ ହାଣି ଦେବାକୁ ଧମକ

କିଛି ଦିନ ତଳେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ କନ୍ତିଆ ଗ୍ରାମର ସ୍ୱାଇଁସାହି ଛକ ନିକଟରେ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ।

Attack

Attack

Advertisment

ଗାଁ ଦାଣ୍ଡରେ ସର୍ବ ସମ୍ମୁଖରେ ସରପଞ୍ଚଙ୍କୁ କଲେ ଅତର୍କିତ ଆକ୍ରମଣ। ବିଧା, ଗୋଇଠା, ଚାପୁଡ଼ା ସାଙ୍ଗକୁ ଠେଲାପେଲା ବି କଲେ। ଏତିକିରେ ମନ ଶାନ୍ତି ନ ହେବାରୁ ଅସଭ୍ୟ ଭାଷାରେ ଗାଳିଗୁଲଜ କଲେ। ଏହାର ଭିଡିଓ ଏବେ ଭାଇରାଲ ହେଉଥିବା ବେଳେ ସରପଞ୍ଚଜଣକ ଏନେଇ ବିଞ୍ଝାରପୁର ଥାନାରେ ଅଭିଯୋଗ କରିଛନ୍ତି। ଏପରି ଏକ ଘଟଣା ଯାଜପୁର ଜିଲ୍ଲା ବରୀ ବ୍ଲକ ଅନ୍ତର୍ଗତ ବୋଦୁଅ ପଞ୍ଚାୟତରେ ଘଟିଛି। ଭିଡିଓଟି କିଛି ଦିନର ପୁରୁଣା ଭିଡିଓ ବୋଲି ଜଣାଯାଇଛି।

Advertisment

ଆକ୍ରୋଶର ଶିକାର ହୋଇଥିବା ସରପଞ୍ଚଜଣକ ହେଉଛନ୍ତି ଦେବୀ ପ୍ରସାଦ ମିଶ୍ର । କିଛି ଦିନ ତଳେ ବରୀ ବ୍ଲକ ବୋଦୁଅ ପଞ୍ଚାୟତ ସରପଞ୍ଚ କନ୍ତିଆ ଗ୍ରାମର ସ୍ୱାଇଁସାହି ଛକ ନିକଟରେ ଯାଉଥିବା ବେଳେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ। ଏହାପରେ କୌଣସି କାମକୁ ନେଇ ସେମାନେ ସରପଞ୍ଚଙ୍କୁ ଗାଳିଗୁଲଜ କରିଥିଲେ। ଏତିକିରେ ରାଗ ଶାନ୍ତ ନ ହେବାରୁ ସେମାନେ ସରପଞ୍ଚଙ୍କୁ ରାସ୍ତା ଉପରେ ପ୍ରବଳ ପିଟିଥିଲେ। ଏପରିକି ନିଜ ସହଯୋଗୀଙ୍କୁ ଏହାର ଭିଡିଓ କରିବାକୁ କହିଥିଲେ। ବହୁ ସଂଖ୍ୟାରେ ଲୋକ ଏହାକୁ ଦେଖୁଥିଲେ ବି କେହି ପାଟି ଫିଟାବାକୁ ସାହସ କରି ନ ଥିଲେ।

ଏନେଇ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର ବିଞ୍ଝାରପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ ବି କାହାରି ନାମ ଉଲ୍ଲେଖ କରି ନାହାନ୍ତି। ପୁଲିସ୍‌ ଘଟଣାସ୍ଥଳକୁ ଯାଇ ଘଟଣାର ଛାନଭିନ କରିଥିଲେ ବି କାହାକୁ ଗିରଫ କରିନି।

Advertisment

ଏନେଇ ସରପଞ୍ଚ ଦେବୀ ପ୍ରସାଦ ମିଶ୍ର କହିଛନ୍ତି, ଯୋଜନାବଦ୍ଧ ଭାବେ କିଛି କୁଚକ୍ରି ଗୋଷ୍ଠି ମୋତେ ମାରପିଟ୍‌ କରିଛନ୍ତି। ସେମାନେ ଏକ କାମକୁ ନେଇ ପଚାରିବା ବାହାନାରେ ମୋତେ ମାରପିଟ୍‌ କରିଛନ୍ତି। ଯିଏ ସାକ୍ଷୀ ଦେବ, ତାକୁ ହାଣି ଦେବୁ, ମାରି ଦେବୁ ବୋଲି କହୁଛନ୍ତି।

ଆସନ୍ତା ୨ ଦିନ ମଧ୍ୟରେ ପୁଲିସ୍‌ ଅଭିଯୁକ୍ତଙ୍କୁ ଗିରଫ ନ କଲେ ସାମ୍ବାଦିକ ସମ୍ମିଳନୀ କରି ଏହା ପଛରେ କାହାର ହାତ ଅଛି, କାହା ଇଙ୍ଗିତରେ ଏହି ଆକ୍ରମଣ ହୋଇଛି ସ୍ପଷ୍ଟ କରିବି ବୋଲି ସେ କହିଛନ୍ତି।

Jajpur Attack;
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe