Advertisment

ବିଜେପି ରାଜ୍ୟ ସମ୍ପାଦକଙ୍କ ଗାଡ଼ି ଉପରକୁ ପଥର ମାଡ଼

ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡାସ୍ଥିତ ବାସଭବନରେ ରଖାଯାଇଥିବା ଗାଡିକୁ ପଥର ଫିଙ୍ଗି ଫେରାର ହୋଇଛନ୍ତି ଦୁର୍ବୃତ୍ତ l

author-image
Niharika Rout
Attack

Attack

ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଗାଡ଼ି ଉପରକୁ ହୋଇଛି ପଥର ମାଡ଼ । ଗୁରୁବାର ବିଳମ୍ବିତ ରାତିରେ ଝାରସୁଗୁଡାସ୍ଥିତ ବାସଭବନରେ ରଖାଯାଇଥିବା ଗାଡିକୁ ପଥର ଫିଙ୍ଗି ଫେରାର ହୋଇଛନ୍ତି ଦୁର୍ବୃତ୍ତ l ଗାଡିର ଆଗ କାଚ ଭାଙ୍ଗିଥିବାବେଳେ ଏନେଇ ଥାନାରେ ଅଭିଯୋଗ କରିଥିବା ସୂଚନା ଦେଇଛନ୍ତି ଟଙ୍କଧର ତ୍ରିପାଠୀ l ଏହି ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିବା ବେଳେ ଏହାକୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।

Advertisment

ଝାରସୁଗୁଡାରେ ଗତବର୍ଷ ସ୍ପଷ୍ଟ ଦିବାଲୋକରେ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ହତ୍ୟା, ନାବାଳକ ସମର୍ଥ ଅଗ୍ରୱାଲଙ୍କୁ ବୀଭତ୍ସ ହତ୍ୟା ଏବଂ ଚଳିତ ବର୍ଷ ଆରମ୍ଭ ହେଉ ହେଉ ବିଜେପି ରାଜ୍ୟ ସମ୍ପାଦକ ଟଙ୍କଧର ତ୍ରିପାଠୀଙ୍କ ଉପରେ ଅଣ୍ଡା ମାଡ଼ ଏବଂ ଏବେ ତାଙ୍କ ଗାଡିକୁ ଆକ୍ରମଣ ହୋଇଛି l

ଝାରସୁଗୁଡାରେ ଆଇନ ଶୃଙ୍ଖଳା ପରିସ୍ଥିତି ଭୁଶୁଡି ଯାଇଥିବାବେଳେ ଝାରସୁଗୁଡାବାସୀ ଭୟରେ ଥିବା ବିଜେପି ଅଭିଯୋଗ କରିଛି।

Advertisment

ଏହି ଆକ୍ରମଣ ପଛରେ ବିଜେଡିର ହାତ ଥିବା ଅଭିଯୋଗ କରିଛନ୍ତି ଟଙ୍କଧର ତ୍ରିପାଠୀ । ଏପରିକି ଆଜି ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସିସିଟିଭି ଫୁଟେଜରେ କିଏ ପଥର ମାଡ଼ କରିଛି ତାହା ସ୍ପଷ୍ଟ ହୋଇଥିବା କହିଛନ୍ତି। ଏପରିକି ଝାରସୁଗୁଡ଼ାରେ ବିଜେଡି ନେତୃତ୍ୱ ନେଉଥିବା ପରିବାର ସହ ଆକ୍ରମଣକାରୀଙ୍କ ଗଭୀର ସମ୍ପର୍କ ରହିଥିବା ସେ ଟାର୍ଗେଟ କରିଛନ୍ତି। ତେବେ ପୁଲିସ୍‌ ତଦନ୍ତରୁ ସବୁ ସତ ପଦାକୁ ଆସିବ ବୋଲି ସେ ସ୍ପଷ୍ଟ କରିଛନ୍ତି।

State Bjp Jharsuguda