Advertisment

ଘର ଭିତରେ ଥିଲେ ଶିକ୍ଷକଙ୍କ ପରିବାର, ବୁଲଡୋଜର ଚଲାଇ ଦେଲେ ଦୁର୍ବୃତ୍ତ

ଶିକ୍ଷକଙ୍କ ଘର ସମ୍ମୁଖରେ ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଲେ ଉନ୍ମତ କାଣ୍ଡ। ହାତରେ ଖଣ୍ଡା ଧରି ବୁଲିବା ସହ ଶିକ୍ଷକଙ୍କ ଘର ଉପରେ ଚଲାଇଲେ ବୁଲଡୋଜର ।

ଅଦ୍ୟତନ ହୋଇଛି
Tension Situation

Tension Situation

Advertisment

ଶିକ୍ଷକଙ୍କ ଘର ସମ୍ମୁଖରେ ମୁଖା ପିନ୍ଧା ଦୁର୍ବୃତ୍ତ ଘଟାଇଲେ ଉନ୍ମତ କାଣ୍ଡ। ହାତରେ ଖଣ୍ଡା ଧରି ବୁଲିବା ସହ ଶିକ୍ଷକଙ୍କ ଘର ଉପରେ ଚଲାଇଲେ ବୁଲଡୋଜର । ଏପରି ଏକ ସାଂଘାତିକ ଘଟଣା ଗତ ରାତିରେ ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି।

Advertisment

ଜମିଜମା ବିବାଦରୁ ଦୁର୍ବୃତ୍ତମାନେ ଏପରି ଭୟଙ୍କର କାଣ୍ଡ ଘଟାଇଥିବା ଜଣାଯାଇଛି। ନିମାପଡ଼ା ଗୋଲେଇ ଛକ ସିଦ୍ଧେଶ୍ୱର ମଣ୍ଡପ ଗଳିରେ ଘର କରି ରହିଥିବା ଅରୁଣ ମହାନ୍ତି ନାମକ ଶିକ୍ଷକ ଏପରି ଆକ୍ରୋଶର ଶିକାର ହୋଇଛନ୍ତି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ କାହାକୁ ଗିରଫ କରିନି।

ଶିକ୍ଷକ ଅରୁଣ ମହାନ୍ତିଙ୍କ ପତ୍ନୀଙ୍କ କହିବାନୁଯାୟୀ, ଗତ ରାତି ପ୍ରାୟ ଗୋଟାଏ ବେଳେ ଘର ବାହାରେ ପ୍ରବଳ ପାଟିତୁଣ୍ଡ ଶୁଭିଲା। ଗ୍ରୀଲ୍‌ ନିକଟକୁ ଯାଇ ଦେଖିବା ବେଳକୁ ବାହାରେ ପ୍ରାୟ ୧୫ ପାଖାପାଖି ଲୋକ ମୁଖା ପିନ୍ଧି ହାତରେ ମାରଣାସ୍ତ୍ର ଧରି ଘର ଆଗରେ ବୁଲୁଛନ୍ତି। ଏହାପରେ ସେମାନେ ଏକ ବୁଲଡୋଜର ଆଣିଥିଲେ। ଆମ ଘର ନ ଭାଙ୍ଗିବାକୁ ନେହୁରା ହେବାରୁ ଶୁଣି ନ ଥିଲେ।

Advertisment

ଏପରିକି ବାହାରକୁ ଆସିଲେ ଭୁଜାଲି ଭୁଶିଦେବୁ, ହାଣି ଦେବୁ, ମୁହଁକୁ ଏସିଡ ପକାଇବୁ ବୋଲି ଧମକାଇଥିଲେ। ଫଳରେ ଆମେ ଘର ବାହାରକୁ ବାହାରି ପାରି ନ ଥିଲୁ। ଆମେ ଭୟଭୀତ ହୋଇ ଘର ଭିତରେ ଥିବା ବେଳେ ସେମାନେ ଆମ ଘର ଉପରେ ବୁଲଡୋଜର ଚଲାଇଥିଲେ । ସେମାନେ ଆମ ଘର ସମେତ ପାଚେରୀ ଓ କାର୍‌କୁ ଭାଙ୍ଗିରୁଜି ଚୁରାମାର କରିଦେଇଥିବା ଅରୁଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି।

ଅରୁଣ ମହାନ୍ତିଙ୍କର ନକୁଳ ଲେଙ୍କା ନାମକ ବ୍ୟକ୍ତିଙ୍କ ସହ ଦୀର୍ଘ ଦିନ ହେଲା ଜମି ବିବାଦ ଲାଗି ରହିଛି। ଏନେଇ ମାମଲା ଥାନା, କୋର୍ଟରେ ପହଞ୍ଚିଥିବା ବେଳେ ପ୍ରତିହିଂସା ପରାୟଣ ହୋଇ ନକୁଳ ଓ ତାଙ୍କ ଭାଇ ଗଗନ ଏହି କାଣ୍ଡ ଘଟାଇଥିବା ଅରୁଣଙ୍କ ପତ୍ନୀ ଅଭିଯୋଗ କରିଛନ୍ତି। ସେମାନେ କିଛି ଅସାମାଜିକ ଯୁବକଙ୍କ ସହ ମିଶି ଏପରି କାଣ୍ଡ ଘଟାଇଥିବା ବେଳେ ରାଜନୈତିକ ସପୋର୍ଟ ପାଇଥିବା ସେ ଅଭିଯୋଗ ଆଣିଛନ୍ତି। ଦୁର୍ବୃତ୍ତଙ୍କ ଉନ୍ମତ୍ତ କାଣ୍ଡ ସିସିଟିଭିରେ ରେକର୍ଡ ହୋଇଥିବା ବେଳେ ପୁଲିସ୍‌ ଘଟଣାର ତଦନ୍ତ ଆରମ୍ଭ କରିଛି। 

ଖବର ପାଇ ପୁଲିସ୍‌ ପହଞ୍ଚି ଘଟଣାର ତଦନ୍ତ କରିଥିବା ବେଳେ ଏନେଇ ମାମଲା ରୁଜୁ ହୋଇଛି। ଏହି ମାମଲାରେ ନ୍ୟାୟ ନ ମିଳିଲେ ପରିବାର ସହ ଥାନା ସମ୍ମୁଖରେ ଆତ୍ମାହୁତି ଦେବୁ ବୋଳି ଅରୁଣଙ୍କ ପତ୍ନୀ କହିଛନ୍ତି।

ସୂଚନାଯୋଗ୍ୟ, ଅରୁଣ ନାୟକଙ୍କ ଘର କୋଣାର୍କ ଥାନା ଗୁହାଳପୁରରେ ହୋଇଥିବା ବେଳେ ସେ କିଛି ବର୍ଷ ହେଲା ନିମାପଡ଼ାରେ ଘର କରି ରହୁଛନ୍ତି। ସେଠାରେ ଏକ ଜାଗା ବିବାଦକୁ ନେଇ ତାଙ୍କର ସ୍ଥାନୀୟ ଅଞ୍ଚଳବାସୀ ନକୁଳ ଲେଙ୍କାଙ୍କ ସହ ବିବାଦ ଆରମ୍ଭ ହୋଇଛି।

ରିପୋର୍ଟ - କୋଣାର୍କରୁ ସଞ୍ଜୟ ପତି 

Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe