Advertisment

ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ, ୨ ଜଣଙ୍କୁ ଗିରଫ କଲା ପୁଲିସ

ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର

ଅଦ୍ୟତନ ହୋଇଛି
Bhima Bhoi Medical

Bhima Bhoi Medical

Advertisment

ଭୀମଭୋଇ ମେଡିକାଲରେ ହାଉସ ସର୍ଜନଙ୍କୁ ଆକ୍ରମଣ ଘଟଣାରେ ୨ ଜଣଙ୍କୁ ଗିରଫ କଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ସମୀର ବଡ଼ମାଳି ଓ ସହଯୋଗୀ ରାଜୁ ସାହୁଙ୍କୁ ଏହି ମାମଲାରେ ଗିରଫ କରାଯାଇଛି ପୁଳିସ।

Advertisment

ଆକ୍ରମଣ ଯୋଗୁଁ ମେଡିକାଲରେ ତୁମୁଳକାଣ୍ଡ ହୋଇଥିଲା। ଡାକ୍ତରୀ ଛାତ୍ରମାନେ କାର୍ଯ୍ୟବନ୍ଦ କରି ଧାରଣା ଦେଇଥିଲେ। ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିଥିବା ବ୍ୟକ୍ତିଙ୍କୁ ଗିରଫ ଏବଂ NSA ଲାଗୁ କରିବାକୁ ଦାବି କରି ଆନ୍ଦୋଳନ କରିଥିଲେ ୧୦୦ରୁ ଅଧିକ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର ମାନେ। ମୁଣ୍ଡରେ ବ୍ୟାଣ୍ଡେଜ୍ ବାନ୍ଧି ବିକ୍ଷୋଭ କରିଥିଲେ। ମେଡିକାଲ ଓପିଡି ଆଗରେ ଧାରଣାରେ ବସିଥିଲେ।

ଆନ୍ଦୋଳନ ଯୋଗୁଁ ଭୀମ ଭୋଇ ମେଡିକାଲରେ ରୋଗୀ ସେବା ବାଧାପ୍ରାପ୍ତ ହୋଇଥିଲା। ପୁଲିସ ଡାକ୍ତରୀ ଛାତ୍ର ମାନଙ୍କୁ ବୁଝାଇବାକୁ ଚେଷ୍ଟା କରୁଥିଲେ ମଧ୍ୟ ନ୍ୟାୟ ପାଇବା ଦାବିରେ ଆନ୍ଦୋଳନ କରିଥିଲେ ହାଉସ୍ ସର୍ଜନ ଓ ଡାକ୍ତରୀ ଛାତ୍ର।

Advertisment

ଗୁରୁବାର ହାଉସ୍ ସର୍ଜନ ଛାତ୍ରଙ୍କୁ ଆକ୍ରମଣ କରିବା ଘଟଣାକୁ ନେଇ ଉତ୍ତେଜନା ଦେଖାଦେଇଥିଲା। ଆକ୍ରମଣରେ ଡାକ୍ତରୀ ଛାତ୍ର ଜଣକ ଗୁରୁତର ଆହତ ହୋଇ ଆଇସିୟୁରେ ଭର୍ତ୍ତି ହୋଇଥିବା ସୂଚନା ମିଳିଛି।

Bhima Bhoi Medical College
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe