Advertisment

ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତଙ୍କୁ ମରଣାନ୍ତକ ଆକ୍ରମଣ

ଗତକାଲି ସେବକ ସାହିରେ ଥିବା ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା।

Attack

Attack

Advertisment

ପୁରୀ ସାକ୍ଷୀଗୋପାଳ ମନ୍ଦିରର ବରିଷ୍ଠ ସେବାୟତ ତଥା ପୂର୍ବତନ ସମ୍ପାଦକ କିଶୋର ଚନ୍ଦ୍ର ମହାପାତ୍ରଙ୍କୁ ମରଣାନ୍ତକ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ତାଙ୍କୁ ଗୁରୁତର ଅବସ୍ଥାରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। କିଶୋରଙ୍କ ମୁହଁ, ଓଠରେ କ୍ଷତ ହୋଇଥିବା ବେଳେ ଛାତିରେ ଗଭୀର ଆଘାତ ଲାଗିଛି।

Advertisment

ଗତକାଲି ସେବକ ସାହିରେ ଥିବା ଜାଗେଶ୍ୱରୀ ମଣ୍ଡପରେ ସାକ୍ଷୀଗୋପାଳ ମନ୍ଦିର ସେବାୟତ ସଂଘର ବୈଠକ ବସିଥିଲା। ଅଣସେବାୟତ କିଭଳି ଭାବରେ ମନ୍ଦିରରେ ସେବାୟତ ଭାବରେ ସେବା ପୂଜା କରୁଛନ୍ତି ଯାହାକୁ ନେଇ ଆପତ୍ତି ଉଠିଥିଲା। କିଶୋର ବୈଠକରେ ଏହି ଅଭିଯୋଗ କରିଥିଲେ। ଏହି କଥାକୁ ନେଇ ବଚସା ହୋଇଥିଲା। ପରେ ସେବାୟତ କୃଷ୍ଣଚନ୍ଦ୍ର ମହାପାତ୍ର ଓ ତାଙ୍କ ଭାଇ କୀର୍ତ୍ତି ରଞ୍ଜନ ମହାପାତ୍ର କିଶୋରଙ୍କ ଉପରେ ଆକ୍ରମଣ କରିଥିଲେ। ସଭାପତି ଓ ସମ୍ପାଦକଙ୍କ ଉପସ୍ଥିତିରେ ଦୁଇ ଜଣ କିଶୋରଙ୍କୁ  ଆକ୍ରମଣ କରିଥିବା ଅଭିଯୋଗ ହୋଇଛି।

କିଶୋରଙ୍କୁ ପ୍ରଥମେ ସତ୍ୟବାଦୀ ହସପିଟାଲରେ ଭର୍ତ୍ତି କରାଯାଇଥିଲା। ପରେ କ୍ୟାପିଟାଲ ହସପିଟାଲକୁ ସ୍ଥାନାନ୍ତର କରାଯାଇଛି। ସତ୍ୟବାଦୀ ଥାନା ପୁଲିସ ଘଟଣାର ତଦନ୍ତ କରୁଛି। ଏହି ଘଟଣାକୁ ପୁଲିସର କୌଣସି ପ୍ରତିକ୍ରିୟା ମିଳିନାହିଁ।

Advertisment
Puri
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe