Advertisment

ଗାଁରେ ବୁଲୁଥିଲେ ଅଜଣା ଯୁବକ; ପିଲା ଚୋରି ସନ୍ଦେହରେ ନିସ୍ତୁକ ମାଡ଼

ଗାଁରେ ବୁଲୁଥିଲେ ଅଜଣା ବ୍ୟକ୍ତି। ଚାଲିଚଳଣ ଅସ୍ୱାଭାବିକ ଥିଲା। କୌଣସି ପ୍ରଶ୍ନ ପଚାରିଲେ ଉତ୍ତରରେ ତାଳମେଳ ରହୁ ନ ଥିଲା। ଏହାଦେଖି ତାତିଲେ ଗାଁ ଲୋକେ।

Police

Police

Advertisment

ଗାଁରେ ବୁଲୁଥିଲେ ଅଜଣା ବ୍ୟକ୍ତି। ଚାଲିଚଳଣ ଅସ୍ୱାଭାବିକ ଥିଲା। କୌଣସି ପ୍ରଶ୍ନ ପଚାରିଲେ ଉତ୍ତରରେ ତାଳମେଳ ରହୁ ନ ଥିଲା। ଏହାଦେଖି ତାତିଲେ ଗାଁ ଲୋକେ। ପିଲା ଚୋର ସନ୍ଦେହରେ ଏହି ଯୁବକମାନେ ଗାଁରେ ପଶିଥିବା ଭାବି ଗାଁ ଲୋକେ ନିସ୍ତୁକ ମାଡ଼ ମାରି ସେମାନଙ୍କୁ ଲହୁଲହାଣ କଲେ।

Advertisment

ଏପରି ଅଘଟଣ ପୁରୀ ସଦର ଅଞ୍ଚଳରେ ଘଟିଛି। ପିଲା ଚୋରି ସନ୍ଦେହରେ ୩ ଯୁବକଙ୍କୁ ସ୍ଥାନୀୟ ଲୋକ ନିସ୍ତୁକ ମାଡ଼ ମାରୁଥିବାର ଭିଡିଓ ଭାଇରାଲ୍ ହେଉଛି। ଏହାଦେଖି ଚିନ୍ତା ପ୍ରକଟ କରିଛନ୍ତି ପୁରୀ ଏସ୍‌ପି ପିନାକ ମିଶ୍ର। କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ ନ କରିବାକୁ ସେ ଅପିଲ୍‌ କରିଛନ୍ତି।

ପୁରୀ ସଦର ବ୍ଲକ ଶାସନ ଦାମୋଦରପୁର ପଞ୍ଚାୟତ ଅନ୍ତର୍ଗତ ଗଧିଆପାଟଣା ଓ ପିଳିପିଳା ଅଞ୍ଚଳରେ ଦୁଇ ଜଣ ଏବଂ ପୁରୀ ସଦର ଅନ୍ତର୍ଗତ କୋଇଲାଅଡା ଅଞ୍ଚଳରେ ଆଉ ଜଣେ ଅଚିହ୍ନା ଯୁବକ ବୁଲୁଥିବା ସ୍ଥାନୀୟ ଲୋକଙ୍କ ନଜରକୁ ଆସିଥିଲା। ସେମାନଙ୍କୁ ଆସିବାର ନିର୍ଦ୍ଦିଷ୍ଟ କାରଣ ପଚାରିବାରୁ କୌଣସି ସଠିକ୍‌ ଉତ୍ତର ଦେଇ ପାରି ନ ଥିଲେ। ଏପରିକି ସେମାନଙ୍କ କଥାରେ ତାଳମେଳ ରହି ନ ଥିଲା।

Advertisment

ଏହାଦେଖି ସେମାନେ ପିଲା ଚୋରି ଉଦ୍ଦେଶ୍ୟରେ ଗାଁରେ ପଶିଥିବା ଖବର ପ୍ରଚାରିତ ହୋଇଥିଲା। ଏହାପରେ ବହୁ ସଂଖ୍ୟାରେ ଲୋକେ ରୁଣ୍ଡ ହୋଇ ସେମାନଙ୍କୁ ନିର୍ଧୂମ ପିଟିଥିଲେ। ଲୋକଙ୍କ ମାଡ଼ରେ କାହାର ମୁଣ୍ଡ ଫାଟିଛି ତ କିଏ ଲହୁଲୁହାଣ ହୋଇଛି। ଏହାର ଭିଡିଓ ଭାଇରାଲ ହେବାରେ ଲାଗିଛି। ଖବର ପାଇ କୁମ୍ଭାରପଡ଼ା ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ସମ୍ପୃକ୍ତ ଯୁବକମାନଙ୍କୁ ଉଦ୍ଧାର କରି ଥାନାକୁ ନେଇ ପଚରାଉଚରା କରୁଛି।

ସେପଟେ ଏଭଳି ଏକାଧିକ ଘଟଣା ନଜରକୁ ଆସିବା ପରେ ଚିନ୍ତା ଓ ଉଦବେଗ ପ୍ରକାଶ କରିଛନ୍ତି ପୁରୀ ଏସପି ପିନାକ ମିଶ୍ର। ଆଇନକୁ ହାତକୁ ନନେବା ପାଇଁ ସାମାଜିକ ଗଣମାଧ୍ୟମରେ ସେ ଲୋକଙ୍କୁ ଅପିଲ୍ କରିଛନ୍ତି। ଲୋକମାନେ ଯେଉଁମାନଙ୍କୁ ଅଟକ ରଖିଛନ୍ତି ସେମାନେ ମାନସିକ ଅସୁସ୍ଥ ବୋଲି ଆମ ନଜରକୁ ଆସିଛି । ତେଣୁ ଜନସାଧାରଣଙ୍କୁ ଅପିଲ୍ କରାଯାଉଛି ଯେ, କୌଣସି ଅଜଣା ବ୍ୟକ୍ତି କିମ୍ବା ଏଭଳି ମାନସିକ ଅସୁସ୍ଥ ବ୍ୟକ୍ତିଙ୍କୁ ଆକ୍ରମଣ କରନ୍ତୁ ନାହିଁ ।

କାହା ଉପରେ ସନ୍ଦେହ ହେଲେ ପୁଲିସକୁ ଖବର ଦିଅନ୍ତୁ । ପୁଲିସ ସମ୍ପୃକ୍ତ ବ୍ୟକ୍ତିଙ୍କର ପରିଚୟ ଯାଞ୍ଚ କରିବ। କେହି ଆଇନକୁ ହାତକୁ ନେବା ଉଚିତ ନୁହେଁ ବୋଲି ପୁରୀ ଏସପି ସଚେତନ କରିଛନ୍ତି।

Puri Thief Racket Tension Situation
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe