Advertisment

ଡ୍ରାଇଭରଙ୍କୁ ହେଲା ଛୁରା ମାଡ଼, ଅବସ୍ଥା ଗୁରୁତର

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ଘରୋଇ ବସ୍ ଡ୍ରାଇଭରଙ୍କୁ ହୋଇଛି ଛୁରାମାଡ଼ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି।

author-image
Niharika Rout
Stabbing

Stabbing

ନବରଙ୍ଗପୁର ଜିଲ୍ଲା ଉମରକୋଟରେ ଜଣେ ଘରୋଇ ବସ୍ ଡ୍ରାଇଭରଙ୍କୁ ହୋଇଛି ଛୁରାମାଡ଼ । ଗୁରୁତର ଅବସ୍ଥାରେ ତାଙ୍କୁ କୋରାପୁଟ ମେଡିକାଲରେ ଭର୍ତ୍ତି କରାଯାଇଛି। ଗୁରୁତର ଡ୍ରାଇଭରଜଣକ ହେଲେ ଫୁପଲୀନ ଚନ୍ଦ୍ର ନାୟକ ।

Advertisment

ଫୁପଲୀନ ଚନ୍ଦ୍ର ନାୟକ ଏକ ଘରୋଇ ବସ୍‌ରେ ଡ୍ରାଇଭର ଭାବେ କାମ କରୁଥିଲେ। ଗତ ରାତିରେ ଉମରକୋଟ ବସ୍‌ ଷ୍ଟାଣ୍ଡରେ ବସ୍‌ ଥିବା ବେଳେ ଆଜି ସାଢେ ୫ଟାରେ ଜୟପୁର ଅଭିମୁଖେ ଯାଇଥାନ୍ତା। ଏହାପୂର୍ବରୁ ଫୁପଲୀନ ନିତ୍ୟକର୍ମ ସାରିବାକୁ ଯାଇଥିଲେ।

ରାତି ପ୍ରାୟ ସାଢେ ୪ଟା ବେଳେ ଡ୍ରାଇଭର ଶୌଚ ହେବାକୁ ନିଛାଟିଆ ସ୍ଥାନକୁ ଯାଇଥିଲେ। ଉକ୍ତ ସମୟରେ କେହି ଦୁର୍ବୃତ୍ତ ଅତର୍କିତ ଭାବେ ତାଙ୍କ ଉପରକୁ ଛୁରା ମାଡ଼ କରିଥିଲେ। ଫଳରେ ସେ ତଳେ ପଡ଼ି ଛଟପଟ ହେଉଥିବା ବେଳେ ଚିତ୍କାର ଶୁଣି ଆଖପାଖ ଲୋକେ ତୁରନ୍ତ ତାଙ୍କୁ ଉମରକୋଟ ମେଡିକାଲରେ ଭର୍ତ୍ତି କରିଥିଲେ।

Advertisment

ପ୍ରାଥମିକ ଚିକିତ୍ସା ପରେ ସେଠାରୁ ତାଙ୍କୁ କୋରାପୁଟ ମେଡିକାଲକୁ ପଠାଇ ଦିଆଯାଇଛି। ତାଙ୍କ ଅବସ୍ଥା ସଙ୍କଟାପନ୍ନ ଥିବା ଜଣାଯାଇଛି। ପୁଲିସ୍‌ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି। କିଏ ଆକ୍ରମଣ କରିଥିଲା ସ୍ପଷ୍ଟ ହୋଇ ନ ଥିବା ବେଳେ ପୂର୍ବ ଶତ୍ରୁତାରୁ ଏହି ଛୁରା ମାଡ଼ ହୋଇପାରିଥାଏ ବୋଲି ଫୁପଲୀନ ସନ୍ଦେହ ପ୍ରକାଶ କରିଛନ୍ତି।

Nabarangpur Stabbing