Advertisment

ପେଟ ଯନ୍ତ୍ରଣା ପାଇଁ ହସ୍ପିଟାଲ ଆସିଥିଲେ, ଗୁଳିମାଡ଼ରେ ଚାଲିଗଲା ଜୀବନ

ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ରିୟାଜୁଦ୍ଦିନ ନାମକ ୩୨ ବର୍ଷୀୟ ବ୍ୟକ୍ତି ଜୁନ ୨୩ରେ ଏଠାକୁ ଆସିଥିଲେ।

author-image
Hemant Lenka
Delhi

Delhi

ଦେଶର ରାଜଧାନୀ ଦିଲ୍ଲୀର ଗୋଟିଏ ସରକାରୀ ହସ୍ପିଟାଲରେ ଫୁଟିଛି ଗୁଳି। ହସ୍ପିଟାଲକୁ ଚିକିତ୍ସା ପାଇଁ ଆସିଥିବା ଜଣେ ୩୨ ବର୍ଷୀୟ ବ୍ୟକ୍ତି ଗୁଳିମାଡ଼ରେ ପ୍ରାଣ ହରାଇଛନ୍ତି। ଗୁରୁ ତେଜ ବାହାଦୂର ହସ୍ପିଟାଲର ତୃତୀୟ ମହଲାରେ ଆଜି ଅପରାହ୍ନ ୪ଟାରେ ଏପରି ଘଟଣା ଘଟିଛି।

Advertisment

ପେଟରେ ଯନ୍ତ୍ରଣା ଅନୁଭବ କରିବାରୁ ରିୟାଜୁଦ୍ଦିନ ନାମକ ୩୨ ବର୍ଷୀୟ ବ୍ୟକ୍ତି ଜୁନ ୨୩ରେ ଏଠାକୁ ଆସିଥିଲେ। ଏଠାରେ ସେବେଠାରୁ ତାଙ୍କର ଚିକିତ୍ସା ଚାଲିଥିଲା। ହେଲେ ଆଜି ଜଣେ ୧୮ ବର୍ଷୀୟ ବାଳକ ହଠାତ୍‌ ହସ୍ପିଟାଲକୁ ଆସି ରିୟାଜୁଦ୍ଦିନଙ୍କୁ ଗୁଳି କରି ମାରି ଦେଇଛି। ଆକ୍ରମଣକାରୀ ପରିଚୟ ମିଳି ନଥିବା ବେଳେ ଗୁଳିମାଡ଼ର କାରଣ ମଧ୍ୟ ଜଣାପଡ଼ିନି।

ଶାହଦାରାର ଅତିରିକ୍ତ ଡେପୁଟି କମିଶନର ବିଷ୍ଣୁ କୁମାର ଶର୍ମା କହିଛନ୍ତି, “ଜିଟିବି ହସ୍ପିଟାଲରେ ରିୟାଜୁଦ୍ଦିନ ନାମକ ଜଣେ ରୋଗୀଙ୍କର ଗୁଳିମାଡ଼ରେ ମୃତ୍ୟୁ ହୋଇଛି। ତାଙ୍କ ଘର ଖଜୁରି ଖାସ ଅଞ୍ଚଳରେ।

Advertisment

ଆମେ ସିସିଟିଭି ଯାଞ୍ଚ କରୁଛୁ। ଏଥିସହ ଆକ୍ରମଣକାରୀକୁ ଧରିବାକୁ ଚେଷ୍ଟା କରୁଛୁ। ବର୍ତ୍ତମାନ ଫେରାର ଥିବା ଆକ୍ରମଣକାରୀ ଜଣଙ୍କ ୩ରୁ ୪ ରାଉଣ୍ଡ ଗୁଳି ଚଳାଇଥିଲା।”

Delhi Shooting