Advertisment

ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ, ଅଭିଯୁକ୍ତ ଗିରଫ

ଗତକାଲି ସଂସ୍କୃତ ଶିକ୍ଷୟିତ୍ରୀ ବୈଦନାଥପୁର ଥାନାରେ ଜୀବନଙ୍କ ନାଁରେ ଏତଲା ଦେଇଥିଲେ।

Jeevan Mishra

Jeevan Mishra

Advertisment

ବ୍ରହ୍ମପୁରର ଏକ ଘରୋଇ ସ୍କୁଲର ଜଣେ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଦୁଷ୍କର୍ମ ଉଦ୍ୟମ କରିବା ଅଭିଯୋଗରେ ବୈଦନାଥପୁର ଥାନା ପୁଲିସ ଆଜି ଜଣେ ଯୁବକଙ୍କୁ ଗିରଫ କରିଛି।

Advertisment

ଗିରଫ ଅଭିଯୁକ୍ତଙ୍କ ନାଁ ଜୀବନ ମିଶ୍ର (୨୯)। ତାଙ୍କ ଘର ହିଞ୍ଜିଳିକାଟୁ ଥାନା ସନ୍ତୋଷପୁରରେ। ତେବେ ବର୍ତ୍ତମାନ ସେ ବୈଦନାଥପୁର ଥାନା ଅନ୍ତର୍ଗତ କୋ-ଅପରେଟିଭ୍ କଲୋନୀରେ ରହୁଛନ୍ତି।

ପ୍ରାୟ ବର୍ଷେ ତଳେ ଇନ୍‌ଷ୍ଟାଗ୍ରାମରେ ଜୀବନ ମିଶ୍ରଙ୍କ ସହିତ ଏହି ସଂସ୍କୃତ ଶିକ୍ଷୟିତ୍ରୀଙ୍କର ପରିଚୟ ହୋଇଥିଲା। ଧୀରେ ଧୀରେ ସେମାନଙ୍କ ମଧ୍ୟରେ ବନ୍ଧୁତା ବଢ଼ିଥିଲା। ସେମାନେ ନିୟମିତ ଭାବେ ଫୋନ୍‌ରେ କଥାବାର୍ତ୍ତା ହେଉଥିଲେ।

Advertisment

ନିକଟରେ ବ୍ରହ୍ମପୁରରେ ଏକ ଘରୋଇ ସ୍କୁଲରେ ସଂସ୍କୃତ ଶିକ୍ଷୟିତ୍ରୀ ଭାବେ ନିଯୁକ୍ତି ପାଇଛନ୍ତି ପୀଡ଼ିତା। ସେ ବ୍ରହ୍ମପୁରରେ ଏକ ହଷ୍ଟେଲରେ ରହୁଛନ୍ତି। ହଷ୍ଟେଲରେ ରହିବା ପାଇଁ ସେ ଆବଶ୍ୟକ ଜିନିଷପତ୍ର କିଣିପାରି ନଥିଲେ। ଏକଥା ଜାଣିବା ପରେ ଜିନିଷପତ୍ର କିଣିବାରେ ସାହାଯ୍ୟ କରିବା ପାଇଁ ତାଙ୍କୁ ଜୀବନ ନିଜ ଆଡୁ ପ୍ରସ୍ତାବ ଦେଇଥିଲେ।

ସଂସ୍କୃତ ଶିକ୍ଷୟିତ୍ରୀ ତାଙ୍କ ଏତଲାରେ ଦର୍ଶାଇଛନ୍ତି ଯେ ଯେହେତୁ ଜୀବନଙ୍କୁ ସେ ପୂର୍ବରୁ ଜାଣିଥିଲେ ଓ ତାଙ୍କ ବ୍ୟବହାରରେ ସେ ସନ୍ତୁଷ୍ଟ ଥିଲେ, ସେଥିପାଇଁ ତାଙ୍କ ପ୍ରସ୍ତାବରେ ରାଜି ହୋଇଯାଇଥିଲେ।

ଜୁଲାଇ ୧୩ ତାରିଖ (ରବିବାର) ଦିନ ଜୀବନ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ତାଙ୍କ ଗାଁ ପାଖରୁ ସ୍କୁଟିରେ ବ୍ରହ୍ମପୁରର ବଡ଼ ବଜାରକୁ ଆଣିଥିଲେ। ସେଠାରେ ସେମାନେ କିଣାକିଣି କରିଥିଲେ। ପରେ ଜୀବନ ତାଙ୍କୁ ଅଶୋକ ନଗର ସ୍ଥିତ ତାଙ୍କ ମାଉସୀ ଘରକୁ ନେଇଥିଲେ। ଏହି ସ୍ଥାନଟି ପୀଡ଼ିତାଙ୍କ ପାଇଁ ନୂଆ ନଥିଲା। ଜୁଲାଇ ୧୧ ତାରିଖରେ ମଧ୍ୟ ଜୀବନ ତାଙ୍କୁ ସେଠାକୁ ନେଇଥିଲେ। ସେଦିନ ସେଠାରେ ଜୀବନଙ୍କ ବ୍ୟବହାର ପୀଡ଼ିତାଙ୍କ ପ୍ରତି ଭଲ ଥିଲା। କିନ୍ତୁ ଜୁଲାଇ ୧୩ ତାରିଖରେ ଜୀବନଙ୍କ ବ୍ୟବହାର ପୀଡ଼ିତାଙ୍କ ପାଇଁ ଅପ୍ରତ୍ୟାଶିତ ଥିଲା। ମାଉସୀଙ୍କ ଘରେ ପହଞ୍ଚିବା ପରେ ଔଷଧ ଆଣିବାର ବାହାନା କରି ଜୀବନ କିଛି ସମୟ ପାଇଁ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ସେଠାରେ ଛାଡ଼ି ମାର୍କେଟ ଯାଇଥିଲେ।

ମାର୍କେଟରୁ ଫେରିବା ପରେ ଜୀବନ ହଠାତ୍ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଆପତ୍ତିଜନକ ଭାବେ ତାଙ୍କ ଶରୀରର ବିଭିନ୍ନ ଅଙ୍ଗକୁ ସ୍ପର୍ଶ କରିବା ସହିତ ଚୁମ୍ବନ କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀ ତାଙ୍କୁ ଜୋରରେ ଧକ୍କା ଦେଇ ନିଜଠାରୁ ଦୂରେଇ ଦେଇଥିଲେ ଓ ତୁରନ୍ତ ତାଙ୍କୁ ହଷ୍ଟେଲରେ ଛାଡ଼ିବା ପାଇଁ କହିଥିଲେ। ଜୀବନ ତାଙ୍କ କଥା ମାନିଥିଲେ ଓ ତାଙ୍କୁ ନେଇ ହଷ୍ଟେଲରେ ଛାଡ଼ିଥିଲେ।

ଏହି ଘଟଣା ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ମାନସିକ ସ୍ତରରେ ଖୁବ୍ ଆଘାତ ପହଞ୍ଚାଇଥିଲା। ସେ ମାନସିକ ଚାପ ମଧ୍ୟରେ ରହିଥିଲେ। ଏହି ଘଟଣାକୁ ନେଇ ପରବର୍ତ୍ତୀ ସମୟରେ ଫୋନ୍‌ରେ ଜୀବନଙ୍କ ସହିତ ତାଙ୍କର ଝଗଡ଼ା ହୋଇଥିଲା। ସେ ଏହାର ତୀବ୍ର ବିରୋଧ କରିଥିଲେ। ସଂସ୍କୃତ ଶିକ୍ଷୟିତ୍ରୀଙ୍କ ଏଭଳି ଆଭିମୁଖ୍ୟ ଦେଖି ଜୀବନ କହିଥିଲେ ଯେ ଯଦି ସେ ଭୁଲ୍ କରିଛନ୍ତି, ତା’ହେଲେ ତାଙ୍କୁ ବିବାହ କରିବେ। କିନ୍ତୁ ବିବାହର ପ୍ରତିଶ୍ରୁତି ଦେଇଥିବା ଜୀବନ ହଠାତ୍ ତା’ପରଠୁ ସଂସ୍କୃତ ଶିକ୍ଷୟିତ୍ରୀଙ୍କୁ ଏଡ଼ାଇ ଚାଲିଥିଲେ ଓ ଯୋଗାଯୋଗରେ ରହୁ ନଥିଲେ। 

ଏହା ପରେ ଗତକାଲି (ଜୁଲାଇ ୨୧ ତାରିଖ) ସଂସ୍କୃତ ଶିକ୍ଷୟିତ୍ରୀ ବୈଦନାଥପୁର ଥାନାରେ ଜୀବନଙ୍କ ନାଁରେ ଏତଲା ଦେଇଥିଲେ। ଜୀବନ ତାଙ୍କୁ ଦୁଷ୍କର୍ମ କରିବାକୁ ଉଦ୍ୟମ କରିଥିଲେ ବୋଲି ସେ କହିଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ ଜୀବନଙ୍କୁ ଗିରଫ କରିଛି। ଏହା ସହିତ ପୁଲିସ ଉଭୟ ଜୀବନ ଓ ସଂସ୍କୃତ ଶିକ୍ଷୟିତ୍ରୀଙ୍କ ମୋବାଇଲ ଫୋନ୍ ଜବତ କରିଛି। ଅଭିଯୁକ୍ତ ଓ ପୀଡ଼ିତାଙ୍କ ପୋଷାକ ମଧ୍ୟ ଜବତ କରିଛି ପୁଲିସ। ଘଟଣାର ତଦନ୍ତ ଜାରି ରହିଛି। 

Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe