/odisha-reporter/media/post_attachments/uploadimage/library/16_9/16_9_0/Gun_1691667052.jpg)
Gun
ମହଙ୍ଗା ପଡ଼ିଲା ଏକତରଫା ପ୍ରେମ। ବନ୍ଧୁକ ଦେଖାଇ ଛାତ୍ରୀଙ୍କୁ ଅପହରଣ ଉଦ୍ୟମ କରିବା ବେଳେ ଯୁବକଙ୍କୁ ଧରି ନିର୍ଧୂମ ଛେଚିଲେ ସ୍ଥାନୀୟ ଲୋକେ। ପରେ ଯୁବକଙ୍କୁ ପୁଲିସ ଜିମାରେ ଦେଲେ। ଘଟଣା ଘଟିଛି ବାଲେଶ୍ୱର ଜିଲ୍ଲା କମର୍ଦା ଥାନା ଅନ୍ତର୍ଗତ ପୀର୍ ପଡ଼ିଆରେ। ସଂପୃକ୍ତ ଯୁବକ ଜଣକ ହେଲେ ମହାଗୋବ ଅଞ୍ଚଳର ବ୍ରଜ ଗୋପାଳ ଦାସ।
Advertisment
ଆଜି କମର୍ଦା ଥାନା ଅନ୍ତର୍ଗତ ପୀର୍ ପଡ଼ିଆରେ ଯୁବ ବିକାଶ କାର୍ଯ୍ୟକ୍ରମ ଅୟୋଜିତ ହେଉଥିଲା । ଏହି କାର୍ଯ୍ୟକ୍ରମରେ ଛାତ୍ରୀ ଜଣଙ୍କ ଯୋଗ ଦେଇଥିଲେ। ବ୍ରଜ ଗୋପାଳ ପଡ଼ିଆରେ ପହଞ୍ଚି ଛାତ୍ରୀ ଜଣଙ୍କୁ ବନ୍ଧୁକ ଦେଖାଇ ଅପହରଣ କରିବା ପାଇଁ ଉଦ୍ୟମ କରିଥିଲେ।
ସେଠାରେ ଥିବା ସ୍ଥାନୀୟ ଲୋକେ ବ୍ରଜ ଗୋପାଳକୁ କାବୁ କରି ନିର୍ଧୂମ ଛେଚିଥିଲେ। ପରେ ପୁଲିସ ଜିମାରେ ଦେଇଥିଲେ। ବ୍ରଜ ଗୋପାଳ ଠାରୁ ଗୋଟିଏ ବନ୍ଧୁକ ସହ ୨ଟି ଗୁଳି ଜବତ କରାଯାଇଛି। ଏହା ସହ ପୁଲିସ ଯୁବକଙ୍କୁ ପଚରାଉଚରା କରିବା ସହ ଘଟଣାର ତଦନ୍ତ କରୁଛି। ଏକ ତରଫ ପ୍ରେମ ପାଇଁ ବ୍ରଜ ଗୋପାଳ ଏପରି କରିଥିବା ସୂଚନା ରହିଛି।
Advertisment
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
