Advertisment

ପୂର୍ବତନ ଟ୍ୟୁସନ ଶିକ୍ଷକଙ୍କ ନାଁରେ ଛାତ୍ରୀଙ୍କ ଦୁଷ୍କର୍ମ ଉଦ୍ୟମ ଅଭିଯୋଗ, ଆଇଆଇସିଙ୍କ ନାଁରେ ବି ସାଂଘାତିକ ଅଭିଯୋଗ

ଛାତ୍ରୀ ଜଣଙ୍କ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି।

Stop Rape

Girl

Advertisment

କେନ୍ଦ୍ରାପଡ଼ା ଜିଲ୍ଲା ମହାକାଳପଡ଼ାର ତନ୍ତିଆପାଳ ମେରାଇନ ଥାନା ସୁନୀତି ପଞ୍ଜାୟତ ଅଞ୍ଚଳର ଜଣେ ଯୁକ୍ତ ଦୁଇ ପ୍ରଥମ ବର୍ଷର ଛାତ୍ରୀ ତାଙ୍କ ପୂର୍ବତନ ଟ୍ୟୁସନ ଶିକ୍ଷକଙ୍କ ନାଁରେ ଦୁଷ୍କର୍ମ ଉଦ୍ୟମ ଓ ଭିଡିଓ ଭାଇରାଲ କରିଦେବାର ଧମକ ଦେଇ ମାନସିକ ନିର୍ଯାତନା ଦେଉଥିବା ଅଭିଯୋଗ କରିଛନ୍ତି। ତେବେ ତନ୍ତିଆପାଳ ମେରାଇନ ଥାନା ଆଇଆଇସି ତାଙ୍କ ଏତଲାକୁ ନ ରଖି ନିଜ ହିସାବରେ ଏକ ଏତଲା ଲେଖାଇ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁ ନଥିବା ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି। ଏହି ଅଭିଯୋଗ କରି ସେ ଆଜି କେନ୍ଦ୍ରାପଡ଼ା ଏସ୍‌ପିଙ୍କ ଦ୍ୱାରସ୍ଥ ହୋଇଥିବା ବେଳେ ନ୍ୟାୟ ନମିଳିଲେ ଆତ୍ମହତ୍ୟା କରିବାକୁ ଚେତାବନୀ ଦେଇଛନ୍ତି।

Advertisment

ଛାତ୍ରୀ ଜଣଙ୍କ ଅଭିଯୋଗ କରିଛନ୍ତି, ଦୁଇ ବର୍ଷ ତଳେ ମୁଁ ନବମ ଶ୍ରେଣୀରେ ପଢୁଥିବା ବେଳେ ତାପସ ବେରି ନାମକ ଜଣେ ଯୁବକ ମୋତେ ଟ୍ୟୁସନ କରିବାକୁ ଆମ ଘରକୁ ଆସୁଥିଲେ। ପାଠ ପଢ଼ାଇବା ବେଳେ ସେ ଅନେକ ଥର ମୋତେ ଭଲ ପାଆନ୍ତି ବୋଲି କହିଛନ୍ତି ଓ ମୋ ପିଠିରେ ହାତ ପକାଇଛନ୍ତି। ଯେଉଁ ଦିନ ସେ ଘରକୁ ଆସନ୍ତି ନାହିଁ, ତାଙ୍କ ଟ୍ୟୁସନ ସେଣ୍ଟରକୁ ଡାକନ୍ତି। ମୁଁ ମଧ୍ୟ ଯାଏ। କିନ୍ତୁ ଯେଉଁ ଦିନ ସେ ଘରକୁ ଆସନ୍ତି ନାହିଁ ଓ ମୁଁ ବି ତାଙ୍କ ଟ୍ୟୁସନ ସେଣ୍ଟରକୁ ଯାଏନାହିଁ, ସେହିଦିନ ରାତିରେ ସେ ମୋତେ ଫୋନ୍ କରି ମୋତେ ଭଲ ପାଆନ୍ତି ବୋଲି କହନ୍ତି ଓ ଅଶ୍ଲୀଳ ମେସେଜ ପଠାନ୍ତି। ଆଇ ଲଭ୍ ୟୁ କହି ମୋତେ ରାତିରେ ଫୋନ୍ କରିବାକୁ କହନ୍ତି। ମୁଁ ମନା କଲେ ମୋତେ ଧମକ ଦିଅନ୍ତି। ଘରେ ଟ୍ୟୁସନ କଲା ବେଳେ ମୋତେ ଏକୁଟିଆ ଦେଖି ତାଙ୍କ ପାଖକୁ ଭିଡ଼ି ନିଅନ୍ତି ଓ ଶାରୀରିକ ସଂପର୍କ ରଖିବାକୁ ଉଦ୍ୟମ କରନ୍ତି। ଏମିତି ଅନେକ ଥର ଘଟିଛି। ଆଉ ସେହି ସମୟର ଭିଡିଓକୁ ସେ ତାଙ୍କ ମୋବାଇଲରେ ରଖିଛନ୍ତି। ତାଙ୍କ ସହିତ ଶାରୀରିକ ସମ୍ପର୍କ ନ ରଖିଲେ ଉକ୍ତ ଭିଡିଓଗୁଡ଼ିକୁ ଭାଇରାଲ କରିଦେବାକୁ ଧମକ ଦିଅନ୍ତି। ମୁଁ ଏ କଥା ଘର ଲୋକଙ୍କୁ ଜଣାଇବା ପରେ ମୋ ବାପା’ମା ତାଙ୍କଠାରୁ ଟ୍ୟୁସନ ଛଡ଼ାଇ ଦେଇଥିଲେ। ତା’ପରେ ସେ ଅଶ୍ଲୀଳ ମେସେଜ ପଠାଇଛନ୍ତି।

ସେ କହିଛନ୍ତି, ଗତ ୧୫ ତାରିଖରେ ମୁଁ କଲେଜ ଯାଉଥିବା ବେଳେ ସେ କାରରେ ଆସି ମୋ ସାଇକେଲ ପାଖରେ ଲଗାଇ ଦେଇଥିଲେ। ମୋତେ ଟଣାଓଟରା କରି କାରରେ ଭୁବନେଶ୍ୱର ନେଇଯିବେ ବୋଲି କହିଥିଲେ। ମୁଁ ମନା କରିବାରୁ ସେ ମୋର ଫଟୋ ଭାଇରାଲ କରି ଦେବେ ବୋଲି ଧମକ ଦେଇଥିଲେ। ମୁଁ ପାଟି କରିବାକୁ ସେ ସେଠାରୁ ପଳାଇଥିଲେ।

Advertisment

ଛାତ୍ରୀ ଜଣଙ୍କ କହିଛନ୍ତି, ଗତ ୧୮ ତାରିଖରେ ମୁଁ ଘଟଣା ସଂପର୍କରେ ତନ୍ତିଆପାଳ ମେରାଇନ ଥାନାରେ ଏତଲା ଦେଇଥିଲି। କିନ୍ତୁ ୮ ଦିନ ବିତିଗଲା ପରେ ବି ସେମାନେ (ତନ୍ତିଆପାଳ ମେରାଇନ ଥାନା ପୁଲିସ) କିଛି ବୁଝୁ ନାହାନ୍ତି। ମୁଁ ୧୮ ତାରିଖ ଦ୍ୱିପହରରେ ଏଫଆଇଆର ଦେଇଥିଲି। ରାତିରେ ମୋତେ ଆଇଆଇସି ଫୋନ୍ କରି କହିଥିଲେ ଯେ ଯେହେତୁ ତୁମେ କଳା କଲମରେ ଏଫଆଇଆରଟି ଲେଖିଛ, ତେଣୁ ତାକୁ ଗ୍ରହଣ କରାଯିବ ନାହିଁ। ଏଫଆଇଆରଟି ବ୍ଲୁ ପେନ୍‌ରେ ଲେଖିବାକୁ ପଡ଼ିବ ବୋଲି ସେ କହିଥିଲେ। ତେଣୁ ମୁଁ ରାତି ୧୦ଟା ବେଳେ ଥାନାକୁ ଯାଇଥିଲି। ସେଠାରେ ସେ ନିଜେ ଲେଖିଥିବା ଏକ ଏଫଆଇଆର ମୋତେ ଦେଇ ସେଥିରେ ଯାହା ଅଛି ତାହା ଲେଖିବାକୁ କହିଥିଲେ। ଯେହେତୁ ମୋର ମାନସିକ ଅବସ୍ଥା ଭଲ ନଥିଲା, ସେ ଯାହା ଲେଖିଥିଲେ ମୁଁ ତାହା ଲେଖି ଦେଇଥିଲି। ଘରକୁ ଆସି ଏ ବିଷୟରେ ଅବଗତ ହେବା ପରେ ଜିଲ୍ଲାପାଳ ଓ ଏସ୍‌ପିଙ୍କୁ ଅନ୍‌ଲାଇନରେ ଅଭିଯୋଗ କରିଥିଲି।

ଛାତ୍ରୀ ଜଣଙ୍କ ଘଟଣାର ତଦନ୍ତ କରି ଦୋଷୀଙ୍କୁ ଦଣ୍ଡ ଦେବାକୁ ଦାବି କରିଛନ୍ତି। ନହେଲେ ସେ ଆତ୍ମହତ୍ୟା କରିବେ ବୋଲି ଧମକ ଦେଇଛନ୍ତି। ଏହି ଘଟଣା ନେଇ ପୁଲିସର ପ୍ରତିକ୍ରିୟା ମିଳିନାହିଁ।

Rape Attempt
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe