/odisha-reporter/media/post_attachments/uploadimage/library/16_9/16_9_0/IMAGE_1691994665.jpg)
Ex Sarpanch
ଘରେ ନିଆଁ ଲଗାଇ ଦୁର୍ବୃତ୍ତମାନେ ପୂର୍ବତନ ସରପଞ୍ଚଙ୍କୁ ହତ୍ୟା କରିବାକୁ ଉଦ୍ୟମ କରିଥିବା ଅଭିଯୋଗ ହୋଇଛି। ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ଆଳି ଥାନା ଅନ୍ତର୍ଗତ ବିଜୟନଗର ଗାଁରେ। ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସ।
ଶନିବାର ରାତିରେ ପୂର୍ବତନ ସରପଞ୍ଚ ବିଚିତ୍ରାନନ୍ଦ ବିଳାସ ବିଜୟନଗର ନଦୀଘାଟ ନିକଟରେ ଥିବା ଘରେ ଶୋଇଥିଲେ। ଏହି ଘରେ ତାଙ୍କ ପରିବାର ଲୋକ ରହୁନଥିଲେ। କେହି ଦୁର୍ବୃତ୍ତ ବିଳମ୍ବିତ ରାତିରେ ପେଟ୍ରୋଲ ଢାଳି ଘରେ ନିଆଁ ଲଗାଇ ଦେଇଥିଲା। ଘରେ ନିଆଁ ଲାଗିଯିବା ଯୋଗୁ ଘରେ ଥିବା ଆସବାବପତ୍ର ଜଳିଯାଇଥିଲା। ଘରେ ପ୍ରବଳ ଧୂଆଁ ହେବାରୁ ବିଚିତ୍ରାନନ୍ଦଙ୍କ ନିଦ ଭାଙ୍ଗି ଯାଇଥିଲା। ଶ୍ୱାସରୁଦ୍ଧ ହୋଇ ଘରୁ ବାହାରକୁ ପଳାଇ ଆସିଥିଲେ। ସଜ୍ଞାହୀନ ବାହାରେ ପଡ଼ି ଯାଇଥିଲେ। ଗତକାଲି ସକାଳେ ବିଚିତ୍ରାନନ୍ଦ ବାହାରେ ପଡ଼ିଥିବା ଗ୍ରାମବାସୀ ଦେଖିଥିଲେ। ତାଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ।ଚିକିତ୍ସାପରେ ବିଚିତ୍ରାନନ୍ଦ ସୁସ୍ଥ ଥିବା ଜଣାପଡ଼ିଛି।
ଏନେଇ ବିଚିତ୍ରାନନ୍ଦ ଆଳି ଥାନାରେ ଅଭିଯୋଗ କରିଛନ୍ତି। ପୂର୍ବ ଶତ୍ରୁତା କାରଣରୁ କେହି ଦୁର୍ବୃତ୍ତ ଏଭଳି କାଣ୍ଡ ଘଟାଇ ଜୀବନରୁ ମାରିଦେବା ପାଇଁ ଉଦ୍ୟମ କରିଥିଲେ ବୋଲି ଶ୍ରୀ ବିଳାସ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ତଦନ୍ତ କରି ଦୋଷୀ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ଦାବି କରିଛନ୍ତି। ତେବେ ଏନେଇ ପୁଲିସର ପତିକ୍ରିୟା ମିଳିପାରିନାହିଁ।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
