Advertisment

କଟକରେ ଚାଞ୍ଚଲ୍ୟ: ଲିଫ୍‌ଟ ଦେଇ ମଝି ରାସ୍ତାରେ ଯୁବତୀଙ୍କୁ ଦୁଷ୍କର୍ମ ଉଦ୍ୟମ

ଦୁର୍ଭାଗ୍ୟ, ଯୁବକ ଜଣକ ନେତୀଙ୍କୁ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ।

ଅଦ୍ୟତନ ହୋଇଛି
Crime

Crime

Advertisment

ଭାଇ ହାତରେ ରାକ୍ଷୀବାନ୍ଧି ଘରକୁ ଫେରୁଥିଲେ ଭଉଣୀ! ସେଥିପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ଠିକ୍‌ ସେହି ସମୟରେ ଜଣେ ଯୁବକ ତାଙ୍କୁ ବାଇକ୍‌ରେ ଲିଫ୍‌ଟ ଦେବା ପାଇଁ ଡାକିଥିଲା। ରାତି ହେଉଥିବା ଦେଖି ଯୁବତୀ ଜଣକ ତାଙ୍କ ସହିତ ଆସିଥିଲେ। ହେଲେ ବିଚ୍‌ ରାସ୍ତାରେ ତାଙ୍କୁ ଦୁଷ୍କର୍ମ ଉଦ୍ୟମ କରିଥିଲା ଲିଫ୍‌ଟ ଦେଇଥିବା ଯୁବକ। ଏପରି ଘଟଣା କଟକ ଟଙ୍ଗୀ-ଚୌଦ୍ୱାର ରାସ୍ତାରେ ଘଟିଛି।

Advertisment

ବୁଧବାର ରାକ୍ଷୀ ପୂର୍ଣ୍ଣିମା ଥିଲା। ସେଥିପାଇଁ ଭୁବନେଶ୍ୱର ପଟିଆ ଅଞ୍ଚଳର ଯୁବତୀ ନେତୀ(ଛଦ୍ମନାମ) ନିଶ୍ଚିନ୍ତକୋଇଲି ଅଞ୍ଚଳକୁ ରାକ୍ଷୀ ବାନ୍ଧିବା ପାଇଁ ଯାଇଥିଲେ। ସେଠାରୁ ଘରକୁ ଫେରିବା ପାଇଁ ବସ୍‌କୁ ଅପେକ୍ଷା କରିଥିଲେ। ମାତ୍ର ବସ୍‌ ଆସିବାରେ ବିଳମ୍ୱ ହେଉଥିଲା। ରାତି ପ୍ରାୟ ୮ଟା ବେଳେ ତାଙ୍କୁ ଜଣେ ଯୁବକ ବାଇକ୍‌ରେ ଲିଫ୍‌ଟ ଦେଇଥିଲେ। ଯୁବକ ଜଣକ ନେତୀଙ୍କୁ କଟକରେ ଛାଡିଦେବ ବୋଲି କହିଥିଲା।

ନେତୀ ତାଙ୍କ କଥାକୁ ବିଶ୍ୱାସ କରି ବାଇକ୍‌ରେ ଆସିଥିଲେ। ବାଇକ୍‌ରେ ପେଟ୍ରୋଲ୍‌ ପକାଇବା ପାଇଁ ୩୦୦ ଟଙ୍କା ମଧ୍ୟ ଦେଇଥିଲେ। ହେଲେ ଦୁର୍ଭାଗ୍ୟ, ଯୁବକ ଜଣକ ନେତୀଙ୍କୁ କଟକ ମୁଖ୍ୟ ରାସ୍ତା ଟାଙ୍ଗୀ-ଚୌଦ୍ୱାର ନିକଟରେ ଦୁଷ୍କର୍ମ କରିବା ପାଇଁ ଉଦ୍ୟମ କରିଥିଲେ। ମାତ୍ର ନେତୀ ବିରୋଧ କରିଥିଲେ। ଯେଉଁଥିପାଇଁ ଉଭୟଙ୍କ ଭିତରେ ଠେଲାପେଲା ହୋଇଥିଲା। ନେତୀ ତଳେ ପଡ଼ି ରକ୍ତାକ୍ତ ହୋଇଥିବା ଦେଖି ସ୍ଥାନୀୟ ଲୋକେ ସେଠାକୁ ଆସିଥିଲେ। ଏହାର ସୁଯୋଗ ନେଇ ଯୁବକ ଜଣକ ଚମ୍ପଟ ମାରିଥିଲା।

Advertisment

ସ୍ଥାନୀୟ ଲୋକେ ଏନେଇ ୧୦୮ ଆମ୍ୱୁଲାନ୍ସକୁ ଖବର ଦେଇଥିଲେ। ଆମ୍ୱୁଲାନ୍ସ କର୍ମଚାରୀମାନେ ନେତୀଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କଟକ ବଡ଼ ମେଡ଼ିକାଲ୍‌ରେ ଭର୍ତ୍ତି କରିଥିଲେ। ତାଙ୍କର ଗୋଟିଏ ହାତ ଭାଙ୍ଗି ଯିବା ସହ ମୁଣ୍ଡ, ଗୋଡ଼, ପେଟ ଓ ଛାତିରେ ଆଘାତ ଲାଗିଛି। ପୀଡ଼ିତା ଏନେଇ ମେଡ଼ିକାଲ୍‌ ଫାଣ୍ଡିରେ ଅଭିଯୋଗ କରିଥିଲେ। କଟକ କମିଶନ୍‌ରେଟ୍‌ ପୁଲିସ ମାମଲା ରୁଜୁ କରି ପୀଡ଼ିତାଙ୍କ ବୟାନ୍‌ ରେକର୍ଡ କରିଛି। ହେଲେ ଏପର୍ଯ୍ୟନ୍ତ ଅଭିଯୁକ୍ତ ଯୁବକଙ୍କ ପାଖରେ ପହଞ୍ଚି ପାରିନାହିଁ।

Cuttack Rape
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe