Advertisment

ଜୁନିୟର ଡାକ୍ତରଙ୍କୁ ପିଟିଲେ ମଦ୍ୟପ ରୋଗୀଙ୍କ ସହଯୋଗୀ

ହସ୍ପିଟାଲ ବାହାରେ ଝଗଡ଼ା କରି ଆହତ ହୋଇଥିବା ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟରେ ପୂରା ଘଟଣା ଘଟିଛି।

Doctor

Doctor

Advertisment

ହସ୍ପିଟାଲରେ ଡାକ୍ତରଙ୍କ ସୁରକ୍ଷା ଦାବିକୁ ନେଇ ଦେଶ ଉଠୁଛି ପଡ଼ୁଛି। ରୋଗୀ ସେବା କରୁଥିବା ଡାକ୍ତରମାନଙ୍କ ସୁରକ୍ଷା ନିଶ୍ଚିତ କରିବାକୁ ସୁପ୍ରିମକୋର୍ଟ ମଧ୍ୟ ନିର୍ଦ୍ଦେଶ ଦେଇଛନ୍ତି। କିନ୍ତୁ ହସ୍ପିଟାଲରେ ଡାକ୍ତରଙ୍କ ଉପରେ ଆକ୍ରମଣ ଘଟଣା କମୁ ନାହିଁ। 

Advertisment

ଏହିକ୍ରମରେ ପୂର୍ବ ଦିଲ୍ଲୀର କାରକରଡୋମା ଠାରେ ଥିବା ହେଡେଗୱାର ହସ୍ପିଟାଲରେ ସର୍ଜରୀ ବିଭାଗର ଜଣେ ଜୁନିୟର ଡାକ୍ତରଙ୍କୁ ମାଡ଼ ମାରିଛନ୍ତି ନିଶାସକ୍ତ ରୋଗୀଙ୍କ କିଛି ସହଯୋଗୀ। ହସ୍ପିଟାଲ ବାହାରେ ଝଗଡ଼ା କରି ଆହତ ହୋଇଥିବା ଜଣେ ବ୍ୟକ୍ତି ଚିକିତ୍ସା ପାଇଁ ଆସିଥିଲେ। ଏହି ସମୟରେ ପୂରା ଘଟଣା ଘଟିଛି।

ଇଣ୍ଟରନାଲ ମେଡିସିନ ବିଭାଗର ବରିଷ୍ଠ ରେସିଡେଣ୍ଟ ଡାକ୍ତର ମହମ୍ମଦ ନଦୀମ କହିଛନ୍ତି, ରବିବାର ଦିନ ପ୍ରାୟ ୧୨ଟା ବେଳେ ରୋଗୀ ଜଣଙ୍କ ଚିକିତ୍ସା ପାଇଁ ଏମର୍ଜେନ୍ସିକୁ ଆସିଥିଲେ। ପାରପିଟ କରି ସେ ଆହତ ହୋଇଥିବାରୁ ତାଙ୍କର ଚିକିତ୍ସା ଆରମ୍ଭ କରାଯାଇଥିଲା। ତାଙ୍କୁ ଡ୍ରେସିଂ ରୁମକୁ ନିଆଯାଇଥିଲା। ସେଠାରେ ଜଣେ ଜୁନିୟର ଡାକ୍ତର ଓ ଡ୍ରେସିଂ ପାଇଁ ଥିବା ବ୍ୟକ୍ତି କାମ ଆରମ୍ଭ କରିଥିଲେ। ତେବେ ନିଶାସକ୍ତ ଅବସ୍ଥାରେ ଥିବା ରୋଗୀ ଜଣଙ୍କ ଆଦୌ ସହଯୋଗ କରି ନଥିଲେ। ସେ ଚିତ୍କାର କରିବା ସହ ଡାକ୍ତର ଓ ଡ୍ରେସରଙ୍କୁ ଦୁର୍ବ୍ୟବହାର କରିଥିଲେ।

Advertisment

ଏହି ସମୟରେ ରୋଗୀ ସହ ଆସିଥିବା ତାଙ୍କର କିଛି ସହଯୋଗୀ ଡ୍ରେସିଂ ରୁମରେ ପ୍ରବେଶ କରିଥିଲେ। ସେମାନେ ପାଟିତୁଣ୍ଡ କରିବା ସହ ସେମାନଙ୍କ ମଧ୍ୟରୁ ଜଣେ ଡାକ୍ତରଙ୍କୁ ଗୋଟିଏ ଚାପୁଡ଼ା ମାରିଥିଲା।

ଚାପୁଡ଼ା ମାରିବା ପରେ ରୋଗୀଙ୍କ ସହଯୋଗୀମାନେ ଡାକ୍ତର ଓ ଡ୍ରେସରଙ୍କୁ ତଳେ ପକାଇ ପିଟିଥିଲେ। ଘଟଣା ସମ୍ପର୍କରେ କାଜୁଆଲଟୀ ମେଡିକାଲ ଅଫିସରଙ୍କୁ ଅବଗତ କରାଯାଇଥିଲା। ସେ ପୁଲିସ୍‌ରେ ଏଫଆଇଆର କରିବା ପରେ ବିଭିନ୍ନ ଦଫାରେ ମାମଲା ରୁଜୁ ହୋଇଛି ବୋଲି ଡାକ୍ତର ମହମ୍ମଦ ସୂଚନା ଦେଇଛନ୍ତି।

Delhi Doctor Protest
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe