Accident
କଟକ ଚଣ୍ଡୀ ଛକରେ ଘଟିଛି ହତ୍ୟାକାଣ୍ଡ। ଜଣେ ଅଟୋ ଚାଳକଙ୍କ ମାଡ଼ରେ ଆଉ ଜଣେ ଅଟୋ ଚାଳକଙ୍କ ମୃତ୍ୟୁ ଘଟିଛି।
ମୃତ ଅଟୋ ଚାଳକଙ୍କ ନାଁ ମହମ୍ମଦ ରୋସନ। ତାଙ୍କ ଘର କଟକର ସତୀଚୌରାର ଇଦ୍ଘା କଲୋନୀରେ। ଅଭିଯୁକ୍ତଙ୍କ ନାଁ ସରିଫ। ତାଙ୍କ ଘର ଖଟବୀନ ସାହିରେ।
ଜଣେ ପ୍ରତ୍ୟକ୍ଷଦର୍ଶୀଙ୍କ ସୂଚନା ଅନୁଯାୟୀ, ଚଣ୍ଡୀ ଛକରେ ମହମ୍ମଦ ରୋସନ ତାଙ୍କ ଅଟୋରେ ବସିଥିଲେ। ସେହି ସମୟରେ ସରିଫ ଅଟୋରେ ସେଠାରେ ପହଞ୍ଚିଥିଲେ। ମହମ୍ମଦଙ୍କୁ ସରିଫ୍ ଟାଣି ନେଇଥିଲେ। ଉଭୟଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ସେହି ସମୟରେ ସରିଫ ଜୋରରେ ଧକ୍କା ମାରି ମହମ୍ମଦ ରୋସନଙ୍କୁ ଠେଲି ଦେଇଥିଲେ। ମହମ୍ମଦ ରୋସନ ତଳେ ପଡ଼ି ଯାଇଥିଲେ।
ମହମ୍ମଦଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଥିଲା। ତାଙ୍କୁ ଗୁରୁତର ଅବସ୍ଥାରେ କଟକ ବଡ଼ ମେଡ଼ିକାଲ ନିଆଯାଇଥିଲା। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ତେବେ ହତ୍ୟାକାଣ୍ଡର କାରଣ ଅସ୍ପଷ୍ଟ ରହିଛି।
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Accident_1698933253.jpg)