Raygada
ରାସ୍ତା ମଝିରେ ଅଟୋ ଚାଳକଙ୍କ ଗଳା କାଟିଦେଲେ। ଆଜି ଅପରାହ୍ନରେ ଏପରି ବୀଭତ୍ସ ହତ୍ୟାକାଣ୍ଡ ରାୟଗଡ଼ା ଜିଲ୍ଲା ଟିକିରି ଥାନା ଅଞ୍ଚଳରେ ଘଟିଛି। ଏନେଇ ଅଭିଯୋଗ ହେବା ପରେ ପୁଲିସ୍ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି। ବର୍ତ୍ତମାନ ସୁଦ୍ଧା ପୁଲିସ୍ ହତ୍ୟାକାରୀଙ୍କ ପାଖରେ ପହଞ୍ଚି ପାରି ନାହିଁ।
ମୃତ ବଳରାମ ଖରାଙ୍କ ଘର କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ ଗାରିଡ଼ି ଗାଁରେ। କିନ୍ତୁ ସେ ରାୟଗଡ଼ା ଜିଲ୍ଲା ଦୋରାଗୁଡ଼ା ଆର୍ଆଇ କଲୋନୀରେ ଘର ଭଡ଼ା ନେଇ ପରିବାର ଲୋକଙ୍କ ସହ ରହୁଥିଲେ। ଆଜି ସେ ନିଜର ଅଟୋ ଚଲାଇ ସିଙ୍ଗାରାମଠାରୁ ଟିକିରି ଅଭିମୁଖେ ଯାଉଥିଲେ। ତେବେ ଫୁଲ୍ଯୋବା ଛକରେ କୌଣସି ଦୁର୍ବୃତ୍ତ ତାଙ୍କ ଗଳା କାଟି ହତ୍ୟା କରିଥିବା ଅଭିଯୋଗ ହୋଇଛି। ରାସ୍ତା ପାର୍ଶ୍ୱରେ ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଥିବା ଦେଖି ପୁଲିସ୍କୁ ଖବର ଦେଇଛି।
ସାଇଣ୍ଟିଫିକ୍ ଟିମ୍ ସହ ଟିକିରି ସମେତ ୩ ଥାନାର ଥାନା ଅଧିକାରୀ ଓ ଏସ୍ଡିପିଓ ରଶ୍ମୀ ରଞ୍ଜନ ସେନାପତି ଘଟଣା ସ୍ଥଳରେ ପହଞ୍ଚିଥିଲେ। ମୃତଦେହ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଛି। ତେବେ ବଳରାମଙ୍କୁ କିଏ ଓ କଣ ପାଇଁ ହତ୍ୟା କଲା? ତାହା ବର୍ତ୍ତମାନ ସୁଦ୍ଧା ଜଣାପଡ଼ି ନାହିଁ। ପୁଲିସ୍ ବିଭିନ୍ନ ଦିଗରୁ ତଦନ୍ତ ଚଳାଇଛି। ତେବେ ଏନେଇ ପୁଲିସ୍ର ପ୍ରତିକ୍ରିୟା ମିଳିପାରି ନାହିଁ।
ରିପୋର୍ଟ- ରାୟଗଡ଼ାରୁ ମାଉଡି ବାରିକ
/odisha-reporter/media/agency_attachments/2025/09/10/2025-09-10t082211800z-640x480-or-sukant-rout-2025-09-10-13-52-11.png)
Follow Us/odisha-reporter/media/post_attachments/uploadimage/library/16_9/16_9_0/Raygada_1734258719.jpg)