Advertisment

ରାସ୍ତାକଡ଼ରେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣା; ଭିଡିଓ ରେକର୍ଡ କରିଥିବା ଅଟୋ ଡ୍ରାଇଭର ଗିରଫ

ଦୁଷ୍କର୍ମ ସମୟରେ ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ଶେଆର କରିଥିଲେ ଜଣେ ଅଟୋ ଡ୍ରାଇଭର।

author-image
Debibandita Barick
Handcuff

Handcuff

ମଧ୍ୟପ୍ରଦେଶର ଉଜୈନି ଦୁଷ୍କର୍ମ ଘଟଣାର ଭିଡିଓ ରେକର୍ଡ କରିଥିବା ବ୍ୟକ୍ତି ଗିରଫ। ଆଜି ପୁଲିସ ଉକ୍ତ ଅଟୋ ଡ୍ରାଇଭରଙ୍କୁ ଗିରଫ କରିଛି। ଏଥିସହ ଫୋନ୍ ଜବତ କରିଛି।

Advertisment

ଏସପି ପ୍ରଦୀପ ଶର୍ମା କହିଛନ୍ତି ଯେ, ଭିଡିଓ ରେକର୍ଡ କରିଥିବା ଅଭିଯୁକ୍ତ ହେଉଛନ୍ତି ମହମ୍ମଦ ସଲିମ। ସେ ପ୍ରକାଶ ନଗରର ଅଧିବାସୀ ଏବଂ ଜଣେ ଅଟୋ ଡ୍ରାଇଭର। ତାଙ୍କ ଫୋନ୍ ସହ ଶୁଟ୍ ହୋଇଥିବା ଭିଡିଓ ମଧ୍ୟ ଜବତ କରାଯାଇଛି। ସେ ଯୁବତୀଙ୍କୁ ରକ୍ଷା କରିବାକୁ ଚେଷ୍ଟା ନ କରି କାହିଁକି ଭିଡିଓ ଶୁଟ୍ କଲେ ଏବଂ ଭାଇରାଲ୍ କଲେ, ସେନେଇ ମଧ୍ୟ ତଦନ୍ତ ଚାଲିଥିବା ଏସପି କହିଛନ୍ତି।

ପ୍ରକାଶ ଥାଉକି, ନିକଟରେ ଉଜୈନର ସବୁଠୁ ବ୍ୟସ୍ତବହୁଳ ଅଞ୍ଚଳ କୋଏଲ ଫାଟକରେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ଘଟଣାର ଭିଡିଓ ଭାଇରାଲ୍ ହୋଇଥିଲା। ଲୋକେଶ ନାମକ ଜଣେ ଯୁବକ ସ୍ଥାନୀୟ ଅଞ୍ଚଳରେ ଅଳିଆ ସଂଗ୍ରହ କରୁଥିବା ଜଣେ ଯୁବତୀଙ୍କୁ ବିବାହର ପ୍ରତିଶୃତି ଦେଇ ସାଙ୍ଗରେ ନେଇଥିଲେ।

Advertisment

କିଛି ବାଟ ନେବା ପରେ କୋଏଲ ଫାଟକ ନିକଟରେ ଥିବା ଏକ ଯାତ୍ରୀ ବିଶ୍ରାମଗାରରେ ତାଙ୍କୁ ମଦ ପିଇବାକୁ ବାଧ୍ୟ କରିଥିଲେ। ସେ ମଦ ପିଇ ନିଶାସକ୍ତ ହୋଇଯିବା ପରେ ଦୁଷ୍କର୍ମ କରି ସେଠାରୁ ଫେରାର୍ ହୋଇ ଯାଇଥିଲେ।

ଏହି ସମୟରେ ଜଣେ ବ୍ୟକ୍ତି ପୂରା ଘଟଣାର ଭିଡିଓ ରେକର୍ଡ କରି ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଅଭିଯୁକ୍ତ ଲୋକେଶକୁ ଗିରଫ କରିଥିଲା। ଆଜି ଭିଡିଓ ଶୁଟ୍ କରିଥିବା ଅଟୋ ଡ୍ରାଇଭର ମହମ୍ମଦ ସଲିମକୁ ବାନ୍ଧିଛି। 

MP News Ujjain Rape Case Viral Video MP Rape Case