Advertisment

ଆପଣ ପିନ୍ଧୁଥିବା ନାମୀଦାମୀ ବ୍ରାଣ୍ଡର ଜିନ୍ସ ଓ ଶାର୍ଟ ଅସଲି ନା ନକଲି?

ବଲାଙ୍ଗିର ଟାଉନ ଥାନା ସୁଦପଡାରେ ରହିଛି ରାଜେଶ କୁମାର ଲଖାନିଙ୍କର କପଡ଼ା ଗୋଦାମ। ସେ ଛତିଶଗଡ଼ ରାୟପୁରରୁ ଜିନ୍ସ କପଡ଼ା ଓ ସାଧାରଣ କପଡ଼ା ମଗାଉଥିଲେ। ଆଉ ତା’ପରେ ତିଆରି କରୁଥିଲେ ଜିନ୍ସ ପ୍ୟାଣ୍ଟ, ଫର୍ମାଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ।

author-image
Manoranjan Sial
Balangir

Balangir

ଆପଣ ପିନ୍ଧୁଥିବା ନାମୀଦାମୀ ବ୍ରାଣ୍ଡର ଜିନ୍ସ ଓ ଶାର୍ଟ ଅସଲି ନା ନକଲି? ବୋଧହୁଏ ଭାବୁଥିବା ଅସଲି ହୋଇଥିବ। ହେଲେ ଏପରି ଭାବିବା ପ୍ରୟତଃ ଭୁଲ୍‌। କାରଣ ନାମୀଦାମୀ କମ୍ପାନୀ ନାଁରେ ତିଆରି ହେଉଛି ନକଲି ଜିନ୍ସ ଓ ଶାର୍ଟ। ବଲାଙ୍ଗିର ଟାଉନ୍‌ରୁ ଆଜି ଏପରି ରାକେଟ୍‌ ଠାବ ହୋଇଛି। ଯେଉଁମାନେ Armour Track, Levis ଓ Calvin Klein ପରି ନାମୀଦାମୀ କମ୍ପାନୀ ନାଁରେ ନକଲି ପ୍ୟାଣ୍ଟ ଓ ସାର୍ଟ କରୁଥିଲେ।

Advertisment

ବଲାଙ୍ଗିର ଟାଉନ ଥାନା ସୁଦପଡାରେ ରହିଛି ରାଜେଶ କୁମାର ଲଖାନିଙ୍କର କପଡ଼ା ଗୋଦାମ। ସେ ଛତିଶଗଡ଼ ରାୟପୁରରୁ ଜିନ୍ସ କପଡ଼ା ଓ ସାଧାରଣ କପଡ଼ା ମଗାଉଥିଲେ। ଆଉ ତା’ପରେ ତିଆରି କରୁଥିଲେ ଜିନ୍ସ ପ୍ୟାଣ୍ଟ, ଫର୍ମାଲ୍‌ ପ୍ୟାଣ୍ଟ, ଶାର୍ଟ ଓ ଅନ୍ୟାନ୍ୟ ସାମଗ୍ରୀ। ପୋଷାକ ତିଆରି କରିବା ପରେ ସେଥିରେ ଦେଶର ଦାମୀଦାମୀ କମ୍ପାନୀ ଯଥା Armour Track, Levis ଓ Calvin Klein ନାଁରେ ଷ୍ଟିକରିଂ କରି ଗ୍ରାହକଙ୍କୁ ବିକ୍ରି କରିଦେଉଥିଲେ। ଦେଖିବାକୁ ସୁନ୍ଦର ଓ ନାମୀଦାମୀ କମ୍ପାନୀର ହୋଇଥିବା ଦେଖି ଗ୍ରାହକମାନେ କିଣି ନେଉଥିଲେ। ଦୀର୍ଘ ଦିନ ଧରି ଶ୍ରୀ ଲଖାନି ଏହି ବେପାର ଚଳାଇ ଆସୁଥିଲେ।

ଶ୍ରୀ ଲଖାନିଙ୍କ ଏ ନକଲି କାରବାର ସମ୍ପର୍କରେ ଜାଣିପାରିଥିଲେ ମୁମ୍ୱାଇର ନେତ୍ରୀକା କନ୍‌ସଲଟାଣ୍ଟ ଇଣ୍ଡିଆ ପ୍ରାଇଭେଟ୍‌ ଲିମିଟେଡ୍‌ର ଦୀପେଶ ଗୁପ୍ତା। ମଙ୍ଗଳବାର ସେ ଏନେଇ ବଲାଙ୍ଗିର ଏସ୍‌ପିଙ୍କ ପାଖରେ ଅଭିଯୋଗ କରିଥିଲେ। ଏସ୍‌ପିଙ୍କ ନିର୍ଦ୍ଦେଶରେ ପୁଲିସ୍‌ ଆଜି ଶ୍ରୀ ଲଖାନିଙ୍କ କପଡ଼ା ଗୋଦାମରେ ଚଢ଼ଉ କରି ପ୍ରାୟ ୪୩ ଲକ୍ଷ ଟଙ୍କାର ଲୁଗା ଜବତ କରିଥିଲା। ଯେଉଁଥିରେ ୫୦୦ଟି Armour Track Pant, ୩୪୬ଟି Levis Jeans, ୪୧୦ଟି Calvin Klein Jeans ପ୍ରମୁଖ ରହିଛି। ଏହି ନକଲି କାରବାର ଅଭିଯୋଗରେ ପୁଲିସ୍‌ ରାଜେଶ କୁମାର ଲଖାନିଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ବଲାଙ୍ଗିର ଏସ୍‌ଡିପିଓ ତୋଫାନ୍‌ ବାଗ ଏନେଇ ସୂଚନା ଦେଇଛନ୍ତି।

Advertisment

ରିପୋର୍ଟ-ବଲାଙ୍ଗିରରୁ ଘଟେଶ୍ୱର ମିଶ୍ର

Balangir