Advertisment

କିସ୍‌ ଦିଆ ଫଟୋ ପରେ ବାବାଙ୍କ ରଙ୍ଗୀଲା ଡ୍ୟାନ୍ସ ଭିଡିଓ ଭାଇରାଲ୍‌

ମିଳିଥିବା ସୂଚନା ଅନୁସାରେ ଶନିବାର ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି। ତେବେ ଯୁବତୀ ଜଣକ ପ୍ରକୃତରେ ଅପହରଣ ହୋଇଥିଲେ ନା ସେ ନିଜ ଇଚ୍ଛାରେ ଚାଲି ଯାଇଥିଲେ ତାହା ଜଣାପଡ଼ି ନାହିଁ।

Baba

Baba

Advertisment

ରଙ୍ଗୀଲା ବାବାଙ୍କ ଲିପ୍‌ କିସ୍‌ ଦିଆ ଫଟୋ ପରେ ଆଜି ଭାଇରାଲ୍‌ ହେଉଛି ଡ୍ୟାନ୍ସ ଭିଡିଓ। ଯେଉଁଥିରେ ବାବା କିଛି ଯୁବକଙ୍କ ସହିତ ଉନ୍‌ମାଦିଆ ଡିଜେ ଗୀତରେ ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି। ଖାଲି ଡ୍ୟାନ୍ସ କରୁନାହାନ୍ତି, ପୂରା ଗୀତରେ ନିଜକୁ ହଜାଇ ଦେଇଛନ୍ତି। ଯାହାର ଭିଡିଓ ଏବେ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହେଉଛନ୍ତି। ଆଉ ରଙ୍ଗୀଲା ବାବାଙ୍କ ରସିକିଆ ଓ ରୋମାଣ୍ଟିକ୍‌ ଫଟୋ ଏବଂ ଭିଡିଓକୁ ନେଇ ନାନା ଚର୍ଚ୍ଚା ହେଉଛି।

Advertisment

ସେହି ରଙ୍ଗୀଲା ବାବା ହେଉଛନ୍ତି କୈବଲ୍ୟ ଜାନି। ତାଙ୍କର କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ବାହାରବିଲାରେ ରହିଛି ଆଶ୍ରମ। ବାବା ସେଠାରେ ନିଜ ସମର୍ଥକଙ୍କ ସହ ରୁହନ୍ତି। ପ୍ରତିଦିନ ବାବାଙ୍କ ପାଖରେ ଲାଗେ ଗହଳି ଚହଳି। ବାବା ନାଲି ଓ ଅଳଦୀଆ ଧୋତି ପରିଧାନ କରି ନିଜର ଭକ୍ତଙ୍କୁ ଦର୍ଶନ ଦିଅନ୍ତି ଓ ମନୋସ୍କାମନା ପୂରଣ କରନ୍ତି। ହେଲେ ସେହି ବାବା ଏବେ ବିବାଦରେ ଫସିଛନ୍ତି। ଢେଙ୍କାନାଳ ଜିଲ୍ଲାର ଜଣେ ୨୩ ବର୍ଷୀୟା ଯୁବତୀଙ୍କୁ ସେ ଅପହରଣ କରିଥିବା ଅଭିଯୋଗ ହେଉଛି। ଯୁବତୀଙ୍କ ବାପାଙ୍କ ଅଭିଯୋଗ କ୍ରମେ ଶନିବାର ଅପରାହ୍ନରେ ଆଶ୍ରମରେ ପୂଜା କରୁଥିବା ବେଳେ ବାବାଙ୍କୁ ଢେଙ୍କାନାଳ ପୁଲିସ୍‌ ଉଠାଇ ପଚରାଉଚରା କରୁଛି। ହେଲେ ଆଶ୍ରମରୁ ଯୁବତୀଙ୍କୁ ପାଇନଥିଲା।

ମିଳିଥିବା ସୂଚନା ଅନୁସାରେ ଶନିବାର ବିଳମ୍ୱିତ ରାତିରେ ଢେଙ୍କାନାଳ ପୁଲିସ ଖୋର୍ଦ୍ଧା ଅଞ୍ଚଳରେ ଚଢ଼ଉ କରି ଯୁବତୀଙ୍କୁ ଉଦ୍ଧାର କରିଛି। ତେବେ ଯୁବତୀ ଜଣକ ପ୍ରକୃତରେ ଅପହରଣ ହୋଇଥିଲେ ନା ସେ ନିଜ ଇଚ୍ଛାରେ ଚାଲି ଯାଇଥିଲେ ତାହା ଜଣାପଡ଼ି ନାହିଁ। ପୁଲିସ୍‌ ସେ ବିଷୟ ତଦନ୍ତ ଜାରି ରଖିଛି। ଅନ୍ୟପକ୍ଷରେ ଆଶ୍ରମ ପରିସରରେ ବନ୍ଦୀ ଥିବା ଶୁଆମାନଙ୍କୁ ଉଦ୍ଧାର କରି ନିକଟସ୍ଥ ସଂରକ୍ଷିତ ଜଙ୍ଗଲରେ ଛାଡି ଦେଇଛି ଆଠଗଡ଼ ବନ ବିଭାଗ।

Advertisment

ସେପଟେ ଭାଇରାଲ୍‌ ହେଉଛି ରଙ୍ଗୀଲା ବାବାଙ୍କ ଅନ୍ତରଙ୍ଗ ମୁହୂର୍ତ୍ତର ଫଟୋ। ଯେଉଁଥିରେ ଦେଖିବାକୁ ମିଳିଛି ବାବା ଜଣେ ଯୁବତୀଙ୍କୁ କୁଣ୍ଢେଇ ଧରିଛନ୍ତି। ତାଙ୍କୁ ଲିପ୍‌ କିସ୍‌ ଦେଉଛନ୍ତି। ତେବେ ସେହି ଯୁବତୀ ଜଣକ କିଏ,ତାହା ଜଣାପଡ଼ି ନାହିଁ। ସେହିପରି ବାବାଙ୍କ ଆଉ ଏକ ରଙ୍ଗୀଲା ଡ୍ୟାନ୍ସ ଭିଡିଓ ଭାଇରାଲ୍‌ ହେଉଛି। ବାବା କିଛି ଯୁବକଙ୍କ ସହିତ ଡିଜେ ଡ୍ୟାନ୍ସର ତାଳେ ତାଳେ ଡ୍ୟାନ୍ସ କରୁଛନ୍ତି।

Cuttack
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe