Advertisment

ମୁହଁ ଖୋଲିଲେ ଚର୍ଚ୍ଚିତ ବାବାଙ୍କ ବାପା: କହିଲେ- ମୋ ପୁଅ ଠାକୁର ନୁହେଁ

ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା।

ଅଦ୍ୟତନ ହୋଇଛି
Baba

Baba

Advertisment

ଦୁଇ ଦିନ ପରେ ମୁହଁ ଖୋଲିଲେ ରାଜଧାନୀ ଭୁବନେଶ୍ୱରର ଚର୍ଚ୍ଚିତ ନାବାଳକ ବାବାଙ୍କ ବାପା। ଭିଡିଓ ଜାରି କରି କହିଛନ୍ତି, ମୋ ପୁଅ ଠାକୁର ବୋଲି କେବେ କହିନାହିଁ। ମୋ ପୁଅ ଠାକୁର ନୁହେଁ ବୋଲି ନାବାଳକ ବାବାଙ୍କ ପୁଅ ପଣ୍ଡିତ କାଶୀନାଥ ମିଶ୍ର।

Advertisment

ଭିଡିଓ ବାର୍ତ୍ତା ଜାରି କରି ପଣ୍ଡିତ କାଶୀନାଥ ମିଶ୍ର କହିଛନ୍ତି, ୧୦ ବର୍ଷ ତଳେ ମୋ ପୁଅକୁ ୪ରୁ ୫ ବର୍ଷ ହୋଇଥିଲା। ସେତେବେ ଜଣେ ବନ୍ଧୁଙ୍କ ଘରେ ଜନ୍ମଦିନ ପାଳନ ହୋଇଥିଲା। ସେଥିରେ ମୁଁ, ମୋ ସ୍ତ୍ରୀ ଓ ସମ୍ପର୍କୀୟ କେହି ନଥିଲୁ। ସେହିଠାରେ ପୁଅର ପାଦ ତଳେ ତୁଳସୀ ରହିଥିଲା ଓ ସେ ଏକ ଖଟରେ ବସିଥିବା ଦେଖିବାକୁ ପାଇଥିଲୁ। କିଛି କୁଚକ୍ରୀ ଗୋଷ୍ଠୀ ଏପରି ଚକ୍ରାନ୍ତ କରିଛନ୍ତି। ସେମାନେ ଜାଣିଶୁଣି ବଦନାମ କରୁଛନ୍ତି ବୋଲି ଶ୍ରୀ ମିଶ୍ର କହିଛନ୍ତି।

ସେ ଆହୁରି କହିଛନ୍ତି, ମୋ ପୁଅ ଠାକୁର ବୋଲି ମୁଁ କେବେ କହି ନାହିଁ କି ପ୍ରଚାର କରିନି। ଫଟୋରେ କୌଣସି ଭୁଲ୍‌ ନାହିଁ। ତୁଳସୀ ରଖି ଫଟୋ ଉଠାଇ ଚକ୍ରାନ୍ତ କରାଯାଇଛି। ଜଗନ୍ନାଥ ସଂସ୍କୃତି ପ୍ରଚାର ପାଇଁ ମୁଁ ସାରା ବିଶ୍ୱରେ କାମ କରୁଛି। ତେଣୁ ସବୁ ଘଟଣାର ତଦନ୍ତ ହେଲେ ଭଲ ହେବ କହିଲେ କାଶୀନାଥ କହିଛନ୍ତି।

Advertisment

ସୂଚନାରୁ ପ୍ରକାଶ, ପଣ୍ଡିତ କାଶୀନାଥ ମିଶ୍ର ହେଉଛନ୍ତି ଜଣେ ଜଣାଶୁଣା ପ୍ରବଚକ। ଏମ୍‌ବିଏ ପଢ଼ୁଥିବା ତାଙ୍କ ପୁଅଙ୍କ ପାଦ ତଳେ ତୁଳସୀ ଥିବା ଫଟୋ ସୋଶାଲ୍‌ ମିଡ଼ିଆରେ ଭାଇରାଲ୍‌ ହୋଇଥିଲା। ଏହି ଫଟୋ ସାମ୍ନାକୁ ଆସିବା ପରେ କିଛି ସମାଜିକ କର୍ମୀ ପଣ୍ଡିତ କାଶୀନାଥ ମିଶ୍ରଙ୍କ ବିରୋଧରେ ଭରତପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ। ଏହା ପରେ ପୁଲିସ୍‌ ତତ୍ପର ହୋଇଥିଲା। ପୁଲିସ୍‌ ପଣ୍ଡିତଙ୍କ ଖଣ୍ଡଗିରି ସ୍ଥିତ ବୈକୁଣ୍ଠ ଧାମ ଆଶ୍ରମରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ହେଲେ ନାବାଳକ ବାବାଙ୍କୁ ପୁଲିସ୍‌ ପାଇନଥିଲା। କୁହାଯାଉଛି ଘଟଣା ସାମ୍ନାକୁ ଆସିବା ପରେ କୁନି ବାବା ଛଦ୍ମବେଶରେ ପଳାଇ ଯାଇଛନ୍ତି।

Bhubaneswar Bhubaneswar News
Advertisment
ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe